ଓଡିଶା

odisha

ETV Bharat / sports

ଫେବୃଆରୀ 4ରୁ 73ତମ ଜାତୀୟ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା - ବାସ୍କେଟ ବଲ ପ୍ରତିଯୋଗିତା

Junior Men And Women Basketball Championship: କିଟ୍ ବିଶ୍ୱବିଦ୍ୟାଳୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଫେବୃଆରୀ 4 ତାରିଖ ଠାରୁ ଆରମ୍ଭ ହେବ ଜାତୀୟ ଜୁନିୟର ପୁରୁଷ ଓ ମହିଳା ବାସ୍କେଟ ବଲ ପ୍ରତିଯୋଗିତା । ଅଧିକ ପଢ଼ନ୍ତୁ

ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା
ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା

By ETV Bharat Odisha Team

Published : Jan 28, 2024, 9:36 AM IST

Updated : Jan 28, 2024, 10:05 AM IST

ଜାତୀୟ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା

କଟକ: କିଟ୍ ବିଶ୍ୱବିଦ୍ୟାଳୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଫେବୃଆରୀ 4 ତାରିଖ ଠାରୁ ଆରମ୍ଭ ହେବ ଜାତୀୟ ଜୁନିୟର ପୁରୁଷ ଓ ମହିଳା ବାସ୍କେଟ ବଲ ପ୍ରତିଯୋଗିତା । ଓଡ଼ିଶା ବାସ୍କେଟବଲ୍ ସଙ୍ଘ ଆନୁକୁଲ୍ୟରେ ଆସନ୍ତା ଫେବୃଆରୀ 4 ତାରିଖ ଠାରୁ ଧରି 11 ତାରିଖ ପର୍ଯ୍ୟନ୍ତ 73ତମ ଜାତୀୟ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଦୀର୍ଘ 10 ବର୍ଷ ପରେ ଓଡ଼ିଶା ସଙ୍ଘ ଏହି ପ୍ରତିଯୋଗିତାକୁ ଆୟୋଜନ କରୁଛି ।

ତେବେ ଜାତୀୟ ଜୁନିୟର ପୁରୁଷ ଓ ମହିଳା ବାସ୍କେଟ ବଲ ପ୍ରତିଯୋଗିତା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ଜାତୀୟ ଜୁନିୟର ବାସ୍କେଟ୍ ବଲ ପ୍ରତିଯୋଗିତାରେ ବାଳକ ବିଭାଗରେ 29ଟି ରାଜ୍ୟ ଏବଂ ବାଳିକା ବିଭାଗରେ ମୋଟ 24 ଟି ରାଜ୍ୟର ଖେଳାଳିମାନେ ଅଂଶଗ୍ରହଣ କରିବେ । ସମସ୍ତ ଟିମ 3 ତାରିଖରେ ଆସି ପହଞ୍ଚିବେ । ଖେଳାଳିମାନଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟାବସ୍ଥା କରାଯାଇଛି । ପ୍ରତିଯୋଗିତା ପାଇଁ ଏକ କୋଟି 20 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଭାରତୀୟ ବାସ୍କେଟ ବଲ ସଙ୍ଘ ଏହାର 50 ପ୍ରତିଶତ ଅର୍ଥ ବହନ କରିବ ବୋଲି ଓଡ଼ିଶା ବାସ୍କେଟ୍ ବଲ ସଂଘ ତରଫରୁ ପ୍ରତିଶ୍ରୁତି ମିଳିଛି । ସେପଟେ ଓଡ଼ିଶା ଦଳ ପକ୍ଷରୁ କଟକ ଓ ଭୁବନେଶ୍ୱର ଠାରେ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାଳକ ବିଭାଗର ଦଳକୁ କୋଚ୍ ଜେ.ପି ସିଂହ ଓ ବାଳିକା ଦଳକୁ ଅଶୋକ ନାୟକ ଓ ଅରୁଣ ମିଶ୍ର ତାଲିମ ପ୍ରଦାନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ବାସ୍କେଟ ବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଯାପିତ, ବାଳକରେ ଭୁବନେଶ୍ୱର ଓ ବାଳିକା ବର୍ଗରେ କଟକ ଚମ୍ପିଆନ

ଏହା ମଧ୍ୟ ପଢ଼ନ୍ତୁ.....କଟକରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା

ବର୍ତ୍ତମାନ ଓଡ଼ିଶା ଜୁନିୟର ଦଳ ସର୍ବଭାରତୀୟ ମାନ୍ୟତା ତାଲିକାରେ ନବମ ସ୍ଥାନରେ ରହିଛି । ଚଳିତ ପ୍ରତିଯୋଗିତାରେ ଓଡ଼ିଶାର ବାଳକ ଓ ବାଳିକା ଦଳ ନିଶ୍ଚିନ୍ତ ଭାବରେ ଭଲ ପଦର୍ଶନ କରିବା ସହ ସଫଳତା ଆଣି ପାରିବେ ବୋଲି ଓଡ଼ିଶା ବାସ୍କେଟ୍ ବଲ ସଂଘର ସଭାପତି ଜ୍ଞାନରଞ୍ଜନ ପରିଡ଼ା ଓ ସମ୍ପାଦକ ଅଶୋକ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରତିଯୋଗିତା ଗୁଡ଼ିକ କିଟ୍ ବିଶ୍ଵବିଦ୍ୟାଳୟର ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଖେଳକୁ ସୁଚାର ରୂପେ ସାରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, କଟକ

Last Updated : Jan 28, 2024, 10:05 AM IST

ABOUT THE AUTHOR

...view details