ଓଡିଶା

odisha

ETV Bharat / sports

ପ୍ୟାରିସ୍‍ ଅଲିମ୍ପିକ୍‍ସ ଓ ପାରାଲିମ୍ପିକ୍ସରେ ଖେଳିଥିବା KIIT-KISS ଖେଳାଳିଙ୍କୁ ସମ୍ବର୍ଦ୍ଧନା; ମିଳିଲା ଆର୍ଥିକ ପୁରସ୍କାର - KIIT and KISS Athletes in Olympics

KIIT and KISS Athletes in Olympics : ଚଳିତ ବର୍ଷ ପ୍ୟାରିସ୍‍ ଅଲିମ୍ପିକ୍‍ସ ଓ ପାରାଲିମ୍ପିକ୍ସ 2024ରେ ଭାଗ ନେଇଥିବା 17 ଜଣ KIIT-KISSର ଖେଳାଳିଙ୍କୁ ସମ୍ବର୍ଦ୍ଧନା । ମିଳିଲା ଆର୍ଥିକ ପୁରସ୍କାର । ଅଧିକ ପଢ଼ନ୍ତୁ

KIIT and KISS Athletes Felicitated
KIIT and KISS Athletes Felicitated (ETV Bharat Odisha)

By ETV Bharat Sports Team

Published : Sep 22, 2024, 5:24 PM IST

ଭୁବନେଶ୍ବର : ଚଳିତବର୍ଷ ପ୍ୟାରିସ୍‌ ଅଲିମ୍ପିକ୍ସ 2024 ଓ ପାରାଲିମ୍ପିକ୍ସ 2024ରେ ଅଂଶଗ୍ରହଣ କରିଥିବା KIIT-KISSର 17 ଜଣ ଖେଳାଳିଙ୍କୁ ଆଜି କିଟ୍‌ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଛି । କାର୍ଯ୍ୟକ୍ରମରେ କିଟ୍‌ର 15 ଜଣ ଅଲିମ୍ପିଆନ୍‍ ଓ 2 ଜଣ ପାରାଲିମ୍ପିଆନଙ୍କୁ ସମ୍ମାନୀତ କରାଯିବା ସହ ପ୍ରତ୍ୟେକ ଖେଳାଳିଙ୍କୁ 7 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

KIIT and KISS Athletes Felicitated (ETV Bharat Odisha)

'ଅଲିମ୍ପିକ୍ସକୁ ସର୍ବାଧିକ ଖେଳାଳି ପଠାଇ KIIT ଗର୍ବିତ' :-

ଏହି କାର୍ଯ୍ୟକ୍ରମ ଅବସରରେ KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, "କିଟ୍‌‌ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି । ଅଲିମ୍ପିକ୍ସକୁ ସର୍ବାଧିକ ଖେଳାଳି ପଠାଇ କିଟ୍‌ ନିଜକୁ ଗୌରବାନ୍ୱିତ ମନେକରୁଛି । କିଟ୍‌ ଓ କିସ୍‌ରୁ ଏପର୍ଯ୍ୟନ୍ତ ମୋଟ 20 ଜଣ ଅଲିମ୍ପିଆନ୍‍, 2 ଜଣ ପାରାଲିମ୍ପିଆନ୍‍ ତିଆରି ହୋଇସାରିଲେଣି । ସେମାନେ 2016 ରିଓ ଅଲିମ୍ପିକ୍ସ, 2020 ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବାବେଳେ ଚଳିତବର୍ଷ ସର୍ବାଧିକ 17 ଜଣ ପ୍ୟାରିସ୍‍ ଅଲିମ୍ପିକ୍ସ ଓ ପରାଲିମ୍ପକ୍ସ 2024ରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ 7 ଜଣ ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳି ମଧ୍ୟ ରହିଛନ୍ତି ।"

ଏହି ଖେଳାଳିଙ୍କୁ ମିଳିଲା ଆର୍ଥିକ ପୁରସ୍କାର :-

ଏହି ଅଲିମ୍ପିଆନ ଖେଳାଳିଙ୍କ ମଧ୍ୟରେ ଅମିତ ରୋହିଦାସ (ହକି), କିଶୋର କୁମାର ଜେନା ଓ ଅନ୍ନୁ ରାଣୀ (ଜାଭେଲିନ୍‍ ଥ୍ରୋ), ତଜିନ୍ଦରପାଲ ସିଂହ ତୁର (ଶଟ୍‍ପୁଟ୍‍), ପାରୁଲ ଚୌଧୁରୀ (5 ହଜାର ମିଟର ଷ୍ଟିପ୍‍ଲଚେଜ୍‍), ଜ୍ୟୋତି ୟାରାଜି (100 ମିଟର ହର୍ଡଲ୍‍ସ), ପ୍ରିୟଙ୍କା (20 କିମି ରେସ୍‍ ୱାକ୍‍), ପ୍ରାଚୀ ଓ ଏମଆର୍‍ ପୁଭାମା (4 ଗୁଣା 400 ମିଟର ରିଲେ), ପରମଜିତ୍‍ ସିଂହ ବିଷ୍ଟ, ଅକ୍ଷଦୀପ ସିଂହ ଓ ବିକାଶ ସିଂହ (20 କିମି ରେସ୍‍ ୱାକ୍‍), ଅଙ୍କିତା (5 ହଜାର ମିଟର ଦୌଡ଼), ରାମପାଲ୍‍ ସିଂହ ଓ ପ୍ରବୀଣ କୁମାର (ପରା-ଆଥଲେଟ୍‍ ଉଚ୍ଚଡିଆଁ), କିରଣ (4 ଶହ ମିଟର ଦୌଡ଼) ଏବଂ ସୂରଜ ପନୱାର (ମାରାଥନ୍‍ ରେସ୍‌ୱାକ୍‍)ଙ୍କୁ ସମ୍ବର୍ଦ୍ଧନା ସହ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ସେହିପରି ଆଜି 4ର୍ଥ ଦକ୍ଷିଣ ଏସିଆ କନିଷ୍ଠ ଦୌଡ଼କୁଦ ଚାମ୍ପିୟନସିପ୍‍ 2024 ଓ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନ୍‌ସିପ୍‍ 2024ରେ ପଦକ ଜିତିଥିବା ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ :-

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details