ଓଡିଶା

odisha

ETV Bharat / politics

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, ବିଜେଡି ବିଧାୟକଙ୍କ ହାତ ଥିବା ଅଭିଯୋଗ କଲା ଯୁବ କଂଗ୍ରେସ - Youth Congress Press Conference - YOUTH CONGRESS PRESS CONFERENCE

Youth Congress Press Conference: ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ବିଜେଡି ବିଧାୟକଙ୍କ ହାତ ଥିବା ନେଇ କଂଗ୍ରେସ କଲା ଅଭିଯୋଗ । ଅଧିକ ପଢ଼ନ୍ତୁ

ଯୁବ କଂଗ୍ରେସ
ଯୁବ କଂଗ୍ରେସ

By ETV Bharat Odisha Team

Published : Mar 29, 2024, 8:32 PM IST

ଭୁବନେଶ୍ୱର: ଯୁବ କଂଗ୍ରେସର ସାଧରଣ ସମ୍ପାଦକ ନିହାର ରଞ୍ଜନ ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ । ଏକ ଅଡିଓ କ୍ଲିପ ଶୁଣାଇ ଆରମ୍ଭ କଲେ ସାମ୍ବାଦିକ ସମ୍ମିଳନୀ । 2022ରେ ବହୁ ଚର୍ଚ୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ବିଜେଡି ବିଧାୟକଙ୍କ ହାତ ଥିବା ଅଭିଯୋଗ ଆଣିଛି ଯୁବ କଂଗ୍ରେସ ।



ଆଜି (ଶୁକ୍ରବାର) ଯୁବ କଂଗ୍ରେସର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ 2022ରେ ବହୁ ଚର୍ଚ୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ବିଜେଡି ବିଧାୟକଙ୍କ ହାତ ଥିବା ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଅଡିଓ ଶୁଣାଇ ଏହି ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ଭୁବନେଶ୍ୱରର 3ଜଣ ବିଜେଡି ବିଧାୟକଙ୍କ ମଧ୍ୟରୁ ଜଣେ ବିଜେଡି ବିଧାୟକଙ୍କ ଏହା ହେଉଛି ଅଡିଓ କ୍ଲିପ । ଯେଉଁ କ୍ଲିପରେ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ସହପାଠୀଙ୍କ ସହ ବିଧାୟକଙ୍କ ବାର୍ତାଳାପ ହୋଇଛି । ସେହି ଛାତ୍ରୀ ଜଣକ ବିଧାୟକଙ୍କ ସହ କଥା ହେଉଛନ୍ତି ଏବଂ କହୁଛନ୍ତି, "ତୁମ ପାଇଁ ଦୁଇ ଦୁଇଟି ଝିଅଙ୍କ ଜୀବନ ଯିବାକୁ ବସିଛି । ଏପରିକି ପରିବାର ମଧ୍ୟ ନଷ୍ଟ ହେବାକୁ ବସିଛି ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ବିଜେଡି ଉପରେ ଗର୍ଜିଲେ ସୁଦୀପ ସାମଲ

ଏହାସହ ସମ୍ପୃକ୍ତ ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ ତାଙ୍କୁ ମେୟରରୁ ବିଧାୟକ କରିଛି ବିଜେଡି । ରୁଚିକା ମହାନ୍ତିଙ୍କ ମୃତ୍ୟୁ ସମ୍ପର୍କରେ ତଦନ୍ତ କରି ମୋବାଇଲକୁ ସିଜ କରି ଟେଷ୍ଟ ପାଇଁ ସିଙ୍ଗାପୁର ପଠେଇ ଥିଲେ ଭୁବନେଶ୍ୱର ଡିସିପି । କିନ୍ତୁ କଣ ତଦନ୍ତ ହେଲା କିଛି କହିଲେ ନାହିଁ । ସେ ଅଡିଓ କାହାର ? ରୁଚିକାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ସେ ସମ୍ପର୍କରେ ଡିସିପି କିଛି ସୂଚନା ଦେଇ ନାହାନ୍ତି । ଏହି ଅଡିଓଟି ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ବାର୍ତ୍ତାଳାପ ବୋଲି ଜଣାପଡୁଛି । ଏହି ଘଟଣାର ତଦନ୍ତ କରି ଡିସିପି ତଥ୍ୟ ପ୍ରକାଶ କରନ୍ତୁ ବୋଲି ଯୁବ କଂଗ୍ରେସ ଦାବି କରିଛି ।


କଂଗ୍ରେସ ଏହା ମଧ୍ୟ ଅଭିଯୋଗ କରିଛି ଯେ, ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ବିଜେଡିରେ ପଦୋନ୍ନତି ଦିଆଯାଏ । ତେଣୁ ତାଙ୍କର ପ୍ରମୋସନ ହୋଇପାରେ । ସେପଟେ ଯୁବ କଂଗ୍ରେସର ଏଭଳି ଅଭିଯୋଗର କୌଣସି ଉତ୍ତର ବିଜେଡି କିମ୍ବା ଭୁବନେଶ୍ୱରର କୌଣସି ବିଧାୟକଙ୍କ ଠାରୁ ମିଳିନାହିଁ ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details