ଓଡିଶା

odisha

ETV Bharat / politics

ରାୟଗଡାରେ ବିଜେଡିର ନିର୍ବାଚନୀ ପ୍ରଚାର, ଦଳରୁ ବହିଷ୍କୃତ କୋଣ୍ଡାବାବୁ ନେଉଛନ୍ତି ନେତୃତ୍ବ - Yella Konda babu Campaign For BJD - YELLA KONDA BABU CAMPAIGN FOR BJD

Suspended BJD Leader Yella Konda Babu Campaign: ବିଜେଡିରୁ ବହିଷ୍କୃତ ନେତା ୟେଲା କୋଣ୍ଡାବାବୁ ବିଜେଡି ପାଇଁ ରାୟଗଡାର ଅତଡା ଗାଁରେ ଜନସଭା କରି ଭୋଟଭିକ୍ଷା କରିଛନ୍ତି । ଏଥରେ ରାୟଗଡା ବ୍ଲକ ଅନ୍ତର୍ଗତ 28ଟି ପଞ୍ଚାୟତରୁ ହଜାର ହଜାର କର୍ମକର୍ତ୍ତା ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

Suspended BJD Leader Yella Konda Babu Campaign
Suspended BJD Leader Yella Konda Babu Campaign (Etv Bharat)

By ETV Bharat Odisha Team

Published : May 5, 2024, 10:29 PM IST

Suspended BJD Leader Yella Konda Babu Campaign (ETV BHARAT ODISHA)

ରାୟଗଡା: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ହାତଗଣତି ଦିନ ରହିଥିବା ବେଳେ ଜୋରଦାର ହେଉଛି ପ୍ରଚାର । ରାୟଗଡା ଜିଲ୍ଲାର ସମସ୍ତ ବିଧାନସଭା ଆସନ ଓ ଲୋକସଭା ଆସନ ପାଇଁ ଆସନ୍ତା ମେ ୧୩ ତାରିଖରେ ହେବ ଭୋଟଦାନ । ତେବେ ଗାଁ ଗହଳିରେ ଲୋକଙ୍କୁ ଏକଜୁଟ କରି ଭୋଟ ଭିକ୍ଷା କରୁଛନ୍ତି ରାଜନେତା । ଆଜି ପ୍ରଥମ ଥର ବିଜେଡିରୁ ବହିଷ୍କୃତ କୋଣ୍ଡାବାବୁଙ୍କ ନେତୃତ୍ବରେ ରାୟଗଡା ବ୍ଲକ ଅନ୍ତର୍ଗତ ଅତଡାଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥରେ ରାୟଗଡା ବ୍ଲକ ଅନ୍ତର୍ଗତ 28ଟି ପଞ୍ଚାୟତରୁ ହଜାର ହଜାର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥିରେ ବିଜେଡିର ନେତା ମାନେ 5ଟିର ରୂପାନ୍ତରୀକରଣ, ନବୀନ ଗ୍ୟାରେଣ୍ଟି, ବିଜୁ ସ୍ବାସ୍ଥ୍ୟ କାର୍ଡ, ଛାତ୍ରବୃତ୍ତି, ମଧୁବାବୁ ପେନସନ ଇତ୍ୟାଦିକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ବିଜେଡି ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରୟାସ କରିଥିଲେ ।

ଏହା ମଧ୍ୟ ପଢନ୍ତୁ..ପଦାରେ ପଡିଲା ରାୟଗଡ଼ା ବିଜେଡିର ଗୋଷ୍ଠୀ କନ୍ଦଳ, ୟାଲା କୋଣ୍ଡାବାବୁଙ୍କୁ ମହଙ୍ଗା ପଡ଼ିଲା ମିଶ୍ରଣ ପର୍ବ ! - RAYAGADA BJD INTERNAL Conflict

ଏହି କାର୍ଯ୍ୟକ୍ରମ ସମ୍ପର୍କରେ କୋଣ୍ଡା ବାବୁ କହିଛନ୍ତି, 'ଆଜି ୨୮ଟି ପଞ୍ଚାୟତ ଓ ରାୟଗଡା ମୁନିସିପାଲଟିର ୨୬ଟି ୱାର୍ଡରୁ ଲୋକଙ୍କୁ ଏକତ୍ରିତ କରି ବିଜେଡିକୁ ଭୋଟ ଦେବା ପାଇଁ ଏକ ଟ୍ରେନିଂ ପ୍ରୋଗ୍ରାମ ରଖାଯାଇଥିଲା । ପାର୍ଟିରୁ ସସପେଣ୍ଡ କଲେ ମଧ୍ୟ ପାର୍ଟି ଛାଡିବିନି । ନବୀନ ପଟ୍ଟନାୟକ ଓ ବିଜେଡି ପାଇଁ କାମ କରୁଥିବି । କିଛି ଦିନ ତଳେ କାଶୀପୁର ଯାଇଥିବା ବେଳେ ମୋତେ ପାର୍ଟିରୁ ସସପେଣ୍ଡ କରିବା ନେଇ ଲୋକେ ଦୁଃଖ କରିଥିଲେ ।' ତେବେ ଆଗାମୀ ନିର୍ବାଚନ ପାଇଁ ନବୀନ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଗାଁ ଗାଁରେ ପ୍ରଚାର କରାଯାଉଛି ବୋଲି କୋଣ୍ଡା ବାବୁ କହିଥିଲେ ।

ତେବେ ସବୁଠାରୁ ବଡ କଥା କିଛି ଦିନ ତଳେ ବିଜେଡ଼ିର ପ୍ରାଥମିକ ସଦସ୍ୟରୁ ଦଳ ବିରୋଧୀ କାର୍ଯ୍ୟକ୍ରମ ଆଳରେ କୋଣ୍ଡାବାବୁଙ୍କୁ ବହିଷ୍କାର କରାଯାଇଥିବା ବେଳେ ଆଜି ତାଙ୍କ ନେତୃତ୍ବରେ ବିଜେଡ଼ି ପାଇଁ ଭୋଟ ମାଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଏହି ଅବସରରେ ସେ ଆଗାମୀ ନିର୍ବାଚନର ଭୋଟ ଗ୍ରହଣ ଦିନ କିପରି ଅଧିକରୁ ଅଧିକ ଲୋକେ ଆସି ଭୋଟ ଦାନ କରିବେ ସେ ନେଇ ଲୋକଙ୍କୁ ବୁଝା ଯାଇଥିବା କହିଛନ୍ତି କୋଣ୍ଡାବାବୁ । ତେବେ ଗତ ମାସରେ ଏକ ମିଶ୍ରଣ ପର୍ବକୁ ନେଇ ଜିଲ୍ଲା ସଭାପତି ଏନ ଭାସ୍କର ରାଓଙ୍କ ସହିତ କୋଣ୍ଡାବାବୁଙ୍କର ମତାନ୍ତର ହେବା ଯୋଗୁଁ ଦଳରୁ ବହିଷ୍କୃତ ହୋଇଥିବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ବିଜେଡିର ସାଧାରଣ ସମ୍ପାଦକ ତଥା ରାୟଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଥିଲେ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details