ଓଡିଶା

odisha

ସ୍ବର ବଦଳାଇଲେ ସୁର; ପୁଅ ପାଇଁ କଲେ ଭୋଟ ଭିକ୍ଷା, କଂଗ୍ରେସର ସବୁ କମିଟିରୁ ଦେଲେ ଇସ୍ତଫା - Suresh Routray

Sura Rout Resign From All Committee Post Of Congress: ମନ୍ମଥ ରାଉତରାୟ ବିଜେଡିର ସାମିଲ ହେବା ପରେ ସ୍ବର ବଦଳାଇଛନ୍ତି ସୁର ରାଉତରାୟ । ପୁଅ ମନ୍ମଥଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ସୁର । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Mar 27, 2024, 4:26 PM IST

Published : Mar 27, 2024, 4:26 PM IST

ସ୍ବର ବଦଳାଇଲେ ସୁର
ସ୍ବର ବଦଳାଇଲେ ସୁର

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିର ସାମିଲ ହୋଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ବିଜେଡିରେ ମିଶିବା କ୍ଷଣି ଭୁବନେଶ୍ବର ଲୋକସଭା ଆସନରୁ ମନ୍ମଥଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ । ସେପଟେ ଗତ ବର୍ଷେ ଧରି ସୁର ରାଉତରାୟ କହି ଆସୁଥିଲେ ଯେ, ଯାହାବି ହୋଇଯାଉନା କାହିଁକି ତାଙ୍କ ପୁଅ କଂଗ୍ରେସରୁ ପ୍ରାର୍ଥୀ ହେବେ । ରାଜନିତୀକୁ ନେଇ ପରିବାରରେ ବିବାଦ ସୃଷ୍ଟି ହୋଇଥିଲା । ସୁର, ମନ୍ମଥଙ୍କୁ ବୁଝାଇବାଇରେ ଫେଲ ମାରିଛନ୍ତି ଏକଥା ସୁର ନିଜେ ମଧ୍ୟ ସ୍ୱୀକାର କରିଛନ୍ତି । ନିଜ ଶେଷ ନିଶ୍ବାଷ ପର୍ଯ୍ୟନ୍ତ କଂଗ୍ରେସକୁ ଭୋଟ ହୋବାକୁ କହିଥିବା ବେଳେ ଏବେ ସ୍ବର ବଦଳାଇଛନ୍ତ ସୁର । ପୁଅ ମନ୍ମଥଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ସୁର । ଏହାସହ କଂଗ୍ରେସ ଦଳର ସମସ୍ତ କମିଟିରୁ ଇସ୍ତଫା ଦେଇଛନ୍ତି ସୁରେଶ ରାଉତରାୟ ।

ଗତ କିଛିଦିନ ପୂର୍ବରୁ ଜଟଣୀ ବିଧାୟକ ସୁର ରାଉତରାୟ କହିଥିଲେ ଯେ, ଜୀବନର ଶେଷ ପର୍ଯ୍ୟନ୍ତ ସେ କଂଗ୍ରେସ ସହ ରହିବେ । ତାଙ୍କ ପୁଅ ଅନ୍ୟ ଦଳରୁ ଛିଡ଼ା ହେଲେ ମଧ୍ୟ ସେ ପୁଅକୁ ଭୋଟ ନଦେଇ କଂଗ୍ରେସକୁ ଭୋଟ ଦେବେ । ହେଲେ ଏବେ ନିଜେ ସୁର ହିଁ ନିଜ ସ୍ବର ବଦଳାଇଛନ୍ତି । ମନ୍ମଥଙ୍କୁ ବିଜେଡିରୁ ଟିକେଟ ମିଳିବା ପରେ ସାନ ପୁଅ ପାଇଁ ଭୋଟ ଭିକ୍ଷା କରିଛନ୍ତି ସୁର । ସମର୍ଥକମାନଙ୍କୁ କହିଛନ୍ତି, "ମୁଁ ଲଢିବି ନାହିଁ । ମୋ ପୁଅକୁ ଭୋଟ ଦିଅ । ସିଏ ଯେଉଁ ଦଳରେ ମିଶିଵ, ତାକୁ ଭୋଟ ଦେଇ ଜିତାଇବା ।"

ସେପଟେ ସାନ ପୁଅ ମନ୍ମଥ ବିଜେଡିରେ ମିଶିବା ପରେ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି ସୁର ରାଉତରାୟ । ଏନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁର ଏବେ ପିଇସି କମିଟି ସଦସ୍ୟ, ପ୍ରଚାର କମିଟି ଭାଇସ ଚେୟାରମ୍ୟାନ, ରାଜନୈତିକ ବ୍ୟାପାର କମିଟି ସଦସ୍ୟ ଅଛନ୍ତି । ସୁରଙ୍କ ପୁଅ ବିଜେଡିରେ ମିଶିବା ପରେ ଚିଠି ଲେଖି ପିସିସି ସଭାପତିଙ୍କୁ ଏଭଳି ଜଣାଇଛନ୍ତି ସୁରେଶ । "ମୁଁ ବହୁତ ବୁଝେଇବା ପରେ ମଧ୍ୟ ମୋର ସାନ ପୁଅ ମୋ କଥା ରଖିନାହିଁ । ଏହା ମୋ ସ୍ୱାଭିମାନକୁ ଆଘାତ ଦେଇଛି । ସେଥିପାଇଁ ମୁଁ କଂଗ୍ରେସ ଦଳର ସମସ୍ତ କମିଟିରୁ ଇସ୍ତଫା ଦେଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ମୋ ପୁଅ ଯଦି ଅନ୍ୟ ଦଳକୁ ଯାଏ, ତଥାପି ମୋ ଭୋଟ କଂଗ୍ରେସକୁ ଦେବି: ସୁର ରାଉତରାୟ - Sura Routray Will Vote For Congress

ସେପଟେ ଏନେଇ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି, କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ବିଜେଡିରେ ମିଶିବା ପରେ ସୁରେଶ ରାଉତରାୟ କଂଗ୍ରେସ ଦଳ ବିରୋଧରେ ସମର୍ଥକଙ୍କୁ ମନ୍ତବ୍ୟ ଦେବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, "ସୁରେଶ ରାଉତରାୟ ହେଉଛନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା । ସେ ଦଳ ବିରୋଧରେ କଣ କହିଛନ୍ତି ତାହା ମୁଁ ଶୁଣିନାହିଁ କି ଦେଖିନାହିଁ । ତାଙ୍କର କୌଣସି ଚିଠି ମୋତେ ମିଳିନାହିଁ । ଅନୁଧ୍ୟାନ କରିବା ପରେ ଯାହା ନିଷ୍ପତ୍ତି ନେବା କଥା ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details