ଓଡିଶା

odisha

ETV Bharat / politics

ହ୍ୟାଟିକ୍ ଲକ୍ଷ୍ୟରେ ପ୍ରୀତିରଞ୍ଜନ; ସୁକିନ୍ଦାରେ ତ୍ରିମୁଖୀ ଲଢେଇ - Sukinda Assembly constituency - SUKINDA ASSEMBLY CONSTITUENCY

Sukinda Assembly constituency: ଚର୍ଚ୍ଚାେର ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ବିଜେଡି ଓ ବିଜେପିରୁ ପୁରୁଣା ପ୍ରାର୍ଥୀ । ଗତ ନିର୍ବଚନ ପ୍ରାର୍ଥୀଙ୍କୁ ରିପିଟ କରିବ କି କଂଗ୍ରେସ ?

ସୁକିନ୍ଦା ନିର୍ବାଚନ ମଣ୍ଡଳୀ
ସୁକିନ୍ଦା ନିର୍ବାଚନ ମଣ୍ଡଳୀ

By ETV Bharat Odisha Team

Published : Apr 10, 2024, 8:46 PM IST

Updated : Apr 11, 2024, 3:55 PM IST

ସୁକିନ୍ଦା ନିର୍ବାଚନ ମଣ୍ଡଳୀ

ଯାଜପୁର: ଓଡିଶା ବିଧାନସଭା କ୍ଷେତ୍ରରେ ୫୪ନଂ ଆସନ ହେଉଛି ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ବିଜେଡିର ଗଡ ଭାବରେ ପରିଚିତ ଏହି ଆସନ ଦୀର୍ଘ 35 ବର୍ଷ ଧରି ଗୋଟିଏ ପରିବାର ହାତରେ ରହିଆସିଛି । ଚଳିତ ନିର୍ବାଚନ ପାଇଁ ସୁକିନ୍ଦା ରାଜନୀତି ପାଣିପାଗ ସରଗରମ ରହିଥିବା ବେଳେ ବିଜେଡି ଓ ବିଜେପି ଏଠାରେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡି ଓ ବିଜେପି ଉଭୟେ ପୁଣିଥରେ 2019 ନିର୍ବାଚନ ପ୍ରାର୍ଥୀମାନଙ୍କୁ ଦୋହରାଇଛନ୍ତି । ସେପଟେ ଏପର୍ଯ୍ୟନ୍ତ କଂଗ୍ରେସ ଏଠାରୁ ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ ଗତ ନିର୍ବାଚନରେ କଂଗ୍ରେସ ଯାହାଙ୍କୁ ପ୍ରାର୍ଥୀ କରିଥିଲା ପୁଣିଥରେ 2024ରେ ଦଳ ତାଙ୍କୁ ଆଉଥରେ ଟିକେଟ ଦେବା ନେଇ ଚର୍ଚ୍ଚା ହେଉଛି । ପୂର୍ବ ନିର୍ବାଚନ ପରି ଏଥର ଏହି ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦୀତା ହେବ ବୋଲି ସାଧାରଣ ଭୋଟର ଆଲୋଚନା କରୁଛନ୍ତି ।

ସୁକିନ୍ଦା ନିର୍ବାଚନ ମଣ୍ଡଳୀ

ସୁକିନ୍ଦା ବିଧାନସଭା ଆସନ:

ଯାଜପୁର ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବହୁ ଚର୍ଚ୍ଚିତ ଆସନ ହେଉଛି ସୁକିନ୍ଦା ବିଧାନସଭା ଆସନ । ସୁକିନ୍ଦା ଓ ଦାନଗଦୀ ଦୁଇଟି ବ୍ଲକ ଏବଂ ଏହାର ୪୮ଟି ପଞ୍ଚାୟତର ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟରଙ୍କୁ ନେଇ ଓଡିଶା ବିଧାନସଭାର ୫୪ନଂ ଅଣସଂରକ୍ଷିତ ଆସନ ଭାବେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଗଠିତ । ସୁକିନ୍ଦା ବିଧାନସଭା ଆସନରୁ ୧୯୫୧ ନିର୍ବାଚନରେ ପିତାମ୍ବର ଭୁପତି ହରିଚନ୍ଦନ ମହାପାତ୍ର ଏଠାରୁ ପ୍ରଥମେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲା । ୧୯୭୫ରେ କଂଗ୍ରେସ ନେତା ସ୍ବର୍ଗତଃ ସନାତନ ଦେଓ, ୧୯୮୦ ଏବଂ ୧୯୮୫ରେ କଂଗ୍ରେସ ନେତା ଶରତ ରାଉତ, ୧୯୯୦ରୁ 2009 ପର୍ଯ୍ୟନ୍ତ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏହି ଆସନରୁ ବିଧାୟକ ରହିଆସିଥିଲେ । ୨୦୧୪ ଏବଂ ୨୦୧୯ ଦୁଇଟି ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ପୁଅ ଇଂ ପ୍ରୀତିରଞ୍ଜନ ଘଡାଇ ଓରଫ୍ ଡାନୀ ବିଧାୟକ ଭାବେ ଏହି ଆସନରୁ ନିର୍ବାଚିତ ହୋଇଥିଲେ ।

2024 ନିର୍ବାଚନ ପ୍ରାର୍ଥୀ:

ବିଜେଡି ପ୍ରାର୍ଥୀ:-

2024 ନିର୍ବାଚନରେ ଶାସକ ଦଳ ପୁଣିଥରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ପ୍ରାର୍ଥୀ କରିଛି । ଗତ 2014 ଓ 2019 ନିରର୍ବାଚନରେ ବିଜେଡି ଟିକେଟରୁ ଲଢି ସୁକିନ୍ଦାର ବିଧାୟକ ରହିଛନ୍ତି ପ୍ରୀତିରଞ୍ଜନ । ଏବେ ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ପ୍ରୀତିରଞ୍ଜନ ।

ବିଜେପି ପ୍ରାର୍ଥୀ:

ବିଜେଡି ପ୍ରାର୍ଥୀ ତଥା ସୁକିନ୍ଦାର ବର୍ତ୍ତମାନର ବିଧାୟକ ପ୍ରୀତିରଞ୍ଜନଙ୍କୁ ସାମ୍ନା କରିବା ପାଇଁ 2019 ନିର୍ବାଚନରେ ପ୍ରୀତିରଞ୍ଜନଙ୍କ ପ୍ରତିଦ୍ବନ୍ଦୀ ତଥା ବିଜେପି ନେତା ପ୍ରଦୀପ ବଳସାମନ୍ତଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେପି । 2014 ନିର୍ବାଚନରେ ପ୍ରଦୀପ ସ୍ବାଧୀନ ପ୍ରାର୍ଥୀ ଭାବରେ ସୁକିନ୍ଦା ଆସନରୁ ଲଢି ତୃତୀୟ ସ୍ଥାନରେ ରହିଥିଲେ । ହେଲେ 2019 ନିର୍ବାଚନରେ ସେ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇ ପ୍ରୀତିରଞ୍ଜନଙ୍କ ଠାରୁ ପରାଜିୟ ହୋଇଥିଲେ ।

କଂଗ୍ରେସ ପ୍ରାର୍ଥୀ ?:

ତେବେ ସୁକିନ୍ଦା ବିଧାନସଭା ଆସନ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ କିନ୍ତୁ ଏପର୍ଯ୍ୟନ୍ତ ତାର ପ୍ରାର୍ଥୀ ଘୋଷଣା କରିନାହିଁ । କ୍ରମାଗତ ଭାବରେ 2009, 2014 ଓ 2019 ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇ ଆସୁଥିବା ଶରତ ରାଉତଙ୍କୁ ଦଳ 2024 ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି ।

ସୁକିନ୍ଦାରେ ପ୍ରୀତିରଞ୍ଜନଙ୍କ ପ୍ରବେଶ:

ପ୍ରଥମେ ୨୦୦୯ରେ କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରୀତିରଞ୍ଜନ ଘଡାଇ । ଏହାପରେ ପରେ 2014ରେ ବିଜେଡି ଦଳର ନିଷ୍ପତ୍ତି କ୍ରମେ ବାପା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ସ୍ଥାନରେ ପ୍ରୀତିରଞ୍ଜନ ସୁକିନ୍ଦା ଆସନରୁ ଲଢ଼ି ବିଜୟୀ ହୋଇଥିଲେ । ଏବେ ପୁଣିଥରେ 2024 ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପ୍ରୀତିରଞ୍ଜନ ।

ପୂର୍ବ ନିର୍ବାଚନ ଫଳାଫଳ:

2019 ନିର୍ବାଚନ:-

2019 ନିର୍ବାଚନରେ ସୁକିନ୍ଦା ବିଧାନସଭା ଆସନରେ ବିଜେଡିର ବିଜୟ ହୋଇଥିଲା । ବିଜେଡି ପ୍ରାର୍ଥୀ ଭାବରେ ପ୍ରୀତିରଞ୍ଜନ ଘଡାଇ ଏଠାରୁ ବିଜୟୀ ହୋଇଥିଲେ । ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ବଳସାମନ୍ତଙ୍କୁ ୧୬,୭୩୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ ପ୍ରୀତିରଞ୍ଜନ । ପ୍ରୀତିରଞ୍ଜନ ମୋଟ 77,510 ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରଦୀପଙ୍କୁ ମିଳିଥିଲା ୬୦,୭୮୦ ଖଣ୍ଡ ଭୋଟ । ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଶରତ ରାଉତ 18,619 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

2014 ନିର୍ବାଚନ:

ତେବେ 2014 ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପ୍ରଥମ ଥର ପାଇଁ ସୁକିନ୍ଦାରୁ ପ୍ରାର୍ଥୀ କରିଥିଲା ବିଜେଡି । ସେପଟେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଶରତ ରାଉତଙ୍କ ସହ ପ୍ରୀତିରଞ୍ଜନଙ୍କ କଡ଼୍ଡା ଟକ୍କର ଦେଖିବାକୁ ମିଳିଥିଲା । ଶରତଙ୍କ ଠାରୁ ମାତ୍ର ୪,୭୦୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ପ୍ରୀତିରଞ୍ଜନ । ଶରତଙ୍କୁ 53,418 ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରୀତିରଞ୍ଜନଙ୍କୁ ମିଳିଥିଲା 58,122 ଖଣ୍ଡ ଭୋଟ । ସେହିପରି ପ୍ରଦୀପ ବଳସାମନ୍ତ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢି 17,927 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

2009 ନିର୍ବାଚନ:

2009 ନିର୍ବାଚନରେ ସୁକିନ୍ଦା ବିଧାନସଭା ଆସନରେ ବିଜେଡିର ବରିଷ୍ଟ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏଠାରୁ ବିଜୟୀ ହୋଇଥିଲେ । 2009ରେ ମଧ୍ୟ ପ୍ରଫୁଲ୍ଲଙ୍କୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିଥିଲା । ବିଜେଡିକୁ ଟକ୍କର ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଶରତ ରାଉତ । ପ୍ରଫୁଲ୍ଲ 58,765 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଶରତଙ୍କୁ ମିଳିଥିଲା 56,362 ଖଣ୍ଡ ଭୋଟ । ସେପଟେ ବିଜେପି ପ୍ରାର୍ଥୀ ଦୋଳ ଗୋବିନ୍ଦ ମହନ୍ତ ମାତ୍ର 2,428 ଖଣ୍ଡ ଭୋଟ ପାଇଥିଲେ ।

ବିଜେଡିର ନିର୍ବାଚନ ମୁଦ୍ଦା:

ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଯୋଜନା ତଥା ବିଗତ ବଗତ ବର୍ଷମାନଙ୍କରେ ବିଜେଡି ସରକାରଙ୍କ ଦ୍ବାରା କରାଯାଇଥିବା ଲୋକାଭିମୁଖୀ ଯୋଜନାକୁ ଅସ୍ତ୍ର କରିଛି ବିଜେଡି । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କହିଛନ୍ତି, "ବିଜେଡି ସରକରାରରେ ଏଠାରେ ଅନେକ ବିକାଶ ହୋଇଛି । ଅପହଞ୍ଚ ଇଲାକାରେ ରାସ୍ତାଘାଟ, ପାନୀୟଜଳ, ବିଜୁପକ୍କାଘର, ସ୍କୁଲ ଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ ସାଧିତ ହୋଇଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସରକାରଙ୍କ ଯୋଜନାର ଅନେକ ସଫଳ ରୁପାୟନ ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ସୁକିନ୍ଦାବାସୀ ପୁଣିଥରେ ବିଜେଡିକୁ ଭୋଟ ଦେବେ । ବିଜେଡି ପ୍ରାର୍ଥୀ ବିପୁଳ ବ୍ୟବଧାନରେ ବିଜୟର ଟୀକା ପିନ୍ଧିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଭବାନୀପାଟଣା ନିର୍ବାଚନ ମଣ୍ଡଳୀ; ପ୍ରମୁଖ ଦଳ ମଧ୍ୟରେ ହେବ ତ୍ରିମୁଖୀ ଲଢେଇ, କିଏ ହେବ ଜନତାଙ୍କ ପ୍ରିୟଭାଜନ ? - Bhawanipatna Assembly Constituency

ବିଜେପି ନିର୍ବାଚନ ମୁଦ୍ଦା:
ବିଜେପି ଟିକେଟ ପାଇବା ପରେ ସୁକିନ୍ଦା ଜନସାଧାରଣଙ୍କ ଲାଗି କିଛି କରିବାର ଲକ୍ଷ୍ୟ ନେଇ ପୁଣିଥରେ ଆଗାମୀ ନିର୍ବାଚନରେ ମୁକାବିଲା କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି ପ୍ରଦୀପ । ଏହାସହ ଏହି ନିର୍ବାଚନ ମଣ୍ଡଳୀରେ 14ଟି କଳକାରଖାନା ଓ 13ଟି ଖଣି ଥିବାବେଳେ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ଗମନାଗମନ ପରି ମୌଳିକ ସମସ୍ୟାର ସମାଧାନ ନିମନ୍ତେ ବର୍ତ୍ତମାନର ବିଧାୟକ ଅସମର୍ଥ ଅଯୋଗ୍ୟ ତଥା ତାଙ୍କର ଦୁରଦୃଷ୍ଟି ନଥିବା ବିଜେପି ନେତା ଅଭିଯୋଗ କରିଛନ୍ତି । ଏହି ସବୁ ମୁଦ୍ଦା ନେଇ ସେ ୨୦୨୪ ସାଧାରଣ ନିର୍ବାଚନରେ ଲଢି ନିଶ୍ଚିତ ଜିତିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ବିଜେପି ନେତା ପ୍ରଦୀପ ।

ଇଟିଭି ଭାରତ, ଯାଜପୁର

Last Updated : Apr 11, 2024, 3:55 PM IST

ABOUT THE AUTHOR

...view details