ଓଡିଶା

odisha

By ETV Bharat Odisha Team

Published : Jan 28, 2024, 7:30 PM IST

ETV Bharat / politics

କେବଳ ନୀତିଶ ନୁହନ୍ତି, ମୋଦି-ଶାହ ଓ ବିଜେପି ମଧ୍ୟ ‘ପଲଟୁମାର’

Strategist Prashant Kishor Reaction on Nitish Kumar: କେବଳ ନୀତିଶ କୁମାର ନୁହନ୍ତି, ମୋଦି-ଶାହ ବିଜେପି ସହିତ ପୁରା ବିହାର ରାଜନୈତିକ ବ୍ୟବସ୍ଥାକୁ ‘ପଲଟୁମାର’ କହିଲେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ଅଧିକ ପଢନ୍ତୁ

କେବଳ ନୀତିଶ ନୁହନ୍ତି, ମୋଦି-ଶାହ ବିଜେପି ବି ‘ପଲଟୁମାର’
କେବଳ ନୀତିଶ ନୁହନ୍ତି, ମୋଦି-ଶାହ ବିଜେପି ବି ‘ପଲଟୁମାର’

ନୂଆଦିଲ୍ଲୀ:ଆଜି ଦିନ ତମାମ ବିହାର ରାଜନୀତିରେ ଜାରି ରହିଥିବା ହଲଚଲ ଉପରେ ସମଗ୍ର ଦେଶର ନଜର ରହିଥିଲା । ପୂର୍ବାହ୍ନରେ ଇସ୍ତଫା ଦେଇ ମହାମେଣ୍ଟ ସରକାର ଭଙ୍ଗ କରିଥିବା ନୀତିଶ କୁମାର ସଂଧ୍ୟାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାକୁ ବିଭିନ୍ନ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ସହ ତର୍ଜମା କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବିଶିଷ୍ଟ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ ନୀତିଶଙ୍କୁ ପଲଟୁରାମଙ୍କ ସର୍ଦ୍ଦାର ବୋଲି କହିଛନ୍ତି । ଏପରି କରିବା ନୀତିଶଙ୍କର ରାଜନୀତି ଏକ ଅଂଶରେ ପରିଣତ ହୋଇସାରିଛି । ହେଲେ ଆଜି ଯାହା ଘଟିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶାହ ଓ ବିଜେପି ମଧ୍ୟ ପଲଟୁରାମ ପରି କାମ କରିଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି ।

ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଶାନ୍ତ କହିଛନ୍ତି, ସେ ଗତ ଏକ ବର୍ଷ ମଧ୍ୟରେ ଏକଥା ବାରମ୍ବାର କହିଆସିଛନ୍ତି ଯେ, ନୀତିଶ କେବେ ବି ପଲଟି ମାରିପାରନ୍ତି । ଏହା ତାଙ୍କର ରାଜନୀତିର ଏକ ଅଂଶ ପାଲଟି ସାରିଲାଣି । ସେ ପଲଟୁରାମ କି ପଲଟୁରାମ ନେତାଙ୍କ ସର୍ଦ୍ଦାର, ସେକଥା ମଧ୍ୟ ଜନତା ବେଶ ଭଲ ଭାବେ ବୁଝି ସାରିଲେଣି । ହେଲେ ଆଜି ଯାହା ଘଟିଲା, ସେଥିରୁ ଏହା ମଧ୍ୟ ଜଣାପଡିଲା ଯେ, ବିହାରର ସବୁ ନେତା ଓ ରାଜନୈତିକ ଦଳ ପଲଟୁରାମ । ଏପରିକି ପ୍ରଧାନମନ୍ତ୍ରୀ ମୋଦି, ଶାହ ଓ ବିଜେପି ମଧ୍ୟ ପଲଟୁରାମ ପରି କାମ କରିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ମାତ୍ର ଗତ କେଇ ମାସ ପୂର୍ବରୁ ବିଜେପି କହୁଥିଲା ନୀତିଶ କୁମାରଙ୍କ ପାଇଁ ଏନଏଡିଏକୁ ଫେରିବାର ସମସ୍ତ ରାସ୍ତା ବନ୍ଦ । ହେଲେ ଗତକାଲି ପର୍ଯ୍ୟନ୍ତ ନୀତିଶଙ୍କୁ ଗାଳି ଦେଉଥିବା ଭାଜପା ନେତା ଓ କର୍ମୀ ଆଜି ନୀତିଶ କୁମାରଙ୍କୁ ସୁଶାସନର ପ୍ରତୀକ ବୋଲି କହିବା ଆରମ୍ଭ କଲେଣି । ଏବେ ବିହାରର ପୁରା ରାଜନୈତିକ ବ୍ୟବସ୍ଥା ‘ପଲଟୁମାର’ ପ୍ରମାଣିତ ହୋଇଛି । ନୀତିଶ କୁମାର ନିଜ ରଙ୍ଗରେ ପୁରା ରାଜନୈତିକ ଦୃଶ୍ୟପଟକୁ ମଧ୍ୟ ରଙ୍ଗୀନ କରିଦେଇଛନ୍ତି, ଏକଥା ଆଜି ସ୍ପଷ୍ଟ ହେଲା ।

ଏହା ମଧ୍ୟ ପଢନ୍ତୁ :- 9ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି ବିଜେପି ଓ ହାମ ସମର୍ଥନରେ 9ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଶପଥ ନେଇଛନ୍ତି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ନୀତିଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜ୍ୟ ବିଜେପି ସଭାପତି ସମ୍ରାଟ ଚୌଧୁରୀ ଓ ଉପନେତା ବିଜୟ ସିହ୍ନାଙ୍କ ସମେତ ମୋଟ 8 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଚଳିତ ବିଧାନସଭାରେ ଏହା ନୀତିଶଙ୍କ ଦ୍ୱିତୀୟ ମେଣ୍ଟ ପରିବର୍ତ୍ତନ । ଜାତୀୟ ସ୍ତରରେ ବିଜେପି ବିରୋଧରେ ମହାମେଣ୍ଟ ଗଠନ କରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନୀତିଶ ନିଜେ ବିଜେପି କ୍ୟାମ୍ପରେ ସାମିଲ ହେବା ପରେ ଏବେ ପୁଣି ଥରେ ‘ପଲଟୁମାର’ କଟାକ୍ଷ ମଧ୍ୟ ଚର୍ଚ୍ଚାକୁ ଫେରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details