ଓଡିଶା

odisha

ETV Bharat / politics

ଚନ୍ଦ୍ରବାବୁ ଓ ପୱନ କଲ୍ୟାଣ ନିର୍ବାଚନୀ ସଭାରେ ପଥର ମାଡ, ଗାଞ୍ଜା ଗ୍ୟାଙ୍ଗକୁ ଦାୟୀ କଲେ ଟିଡିପି ମୁଖ୍ୟ - Stones Pelted on Chandrababu

Stones Pelted on Chandrababu and Pawan: ଚନ୍ଦ୍ରବାବୁ ନାଇଡୁ ଓ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ନିର୍ବାଚନୀ ସଭାରେ ପଥର ମାଡ । ଗାଞ୍ଜା ଗ୍ୟାଙ୍ଗ ଏପରି କରିଥିବା କହିଲେ ଟିଡିପି ମୁଖ୍ୟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 15, 2024, 7:39 AM IST

Updated : Apr 15, 2024, 9:10 AM IST

Chandrababu and Pawan Kalyan
Chandrababu and Pawan Kalyan

ଅମରାବତି: ସାଧାରଣ ନିର୍ବାଚନକୁ ନେଇ ଆନ୍ଧ୍ରରେ ଚାଲିଛି ଜୋରଦାର ପ୍ରଚାର । ନିର୍ବାଚନୀ ପ୍ରଚାର ସମୟରେ ପଥର ମାଡ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡିଙ୍କୁ ପଥର ମାଡ ଘଟଣା ସାମ୍ନାକୁ ଆସିବା ପରେ ଏବେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ଉପରକୁ ପଥର ମାଡ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନିର୍ବାଚନୀ ବୈଠକରେ ପଥର ମାଡ ହୋଇଛି । ରବିବାର ସେ ବିଶାଖାପାଟଣାର ଗଜୁୱାକାରେ ଅନୁଷ୍ଠିତ ନିର୍ବାଚନୀ ବୈଠକରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ପଛପଟୁ ଏକ ପଥର ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସଙ୍ଗେ ସଙ୍ଗେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ପ୍ରଚାର ବେଳେ ପଥର ମାଡ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ଆହତ - CM Jagan Injured

ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଦ୍ୟୁତ୍‌ ଆସିବା ପରେ ତାଙ୍କ ଉପରକୁ ପଥର ମାଡ ହୋଇଥିଲା । ଶନିବାର ରାତିର ଅନ୍ଧକାରରେ ବିଜୟୱାଡାରେ ସିଏମ୍‌ ଜଗମୋହନ ରେଡ୍ଡିଙ୍କୁ ପଥର ମାଡ ହୋଇଥିଲା । ଗାଞ୍ଜା ଗ୍ୟାଙ୍ଗ ଏବଂ ବ୍ଲେଡ୍ ବ୍ୟାଚ୍ ଏଭଳି ପଥର ଫିଙ୍ଗିବା ଘଟଣା ଘଟାଉଛନ୍ତି । ଟେନାଲିର ନିର୍ବାଚନୀ ପ୍ରଚାର ସମୟରେ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ଉପରେ ମଧ୍ୟ ପଥର ଫିଙ୍ଗାଯାଇଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ''ବିଦ୍ୟୁତ କାଟ ସମୟରେ ସିଏମ ଉପରେ ପଥର ମାଡ ହୋଇଥିଲା । ଏହି ଘଟଣା ପାଇଁ କିଏ ଦାୟୀ ରହିବ ? ବିଦ୍ୟୁତ ବିଭାଗ ଓ ପଥର ମାଡ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ଘଟଣା ଘଟିବାବେଳେ ପୋଲିସ କଣ କରୁଥିଲା ? ''

ରବିବାର ଟେନାଲିରେ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ଦ୍ବାରା ନିର୍ବାଚନ ପ୍ରଚାର ପାଇଁ ଏକ ଭାରାହି ଯାତ୍ରା ବାହାରିଥିଲା । ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତି ପୱନଙ୍କ ଉପରକୁ ପଥର ଫିଙ୍ଗିଥିଲେ । ତେବେ ପଥରଟି ତାଙ୍କ ଶରୀରରେ ବାଜି ନଥିଲେ ମଧ୍ୟ ପାଖରେ ପଡିଯାଇଥିଲା । ସଙ୍ଗେ ସଙ୍ଗେ ଜନସେନା ପାର୍ଟି କ୍ୟାଡର ଉକ୍ତ ବ୍ୟକ୍ତିକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପଥର ମାଡରେ ଆହତ ହୋଇଥିଲେ । ତାଙ୍କ ବାମ ଆଖି ପତା ଉପରେ ଆଘାତ ଲାଗିଥିଲା । କିନ୍ତୁ ଚନ୍ଦ୍ରବାବୁ ନାଇଡୁ ଓ ପଓ୍ବନ କଲ୍ୟାଣଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି ।

Last Updated : Apr 15, 2024, 9:10 AM IST

ABOUT THE AUTHOR

...view details