ଓଡିଶା

odisha

ETV Bharat / politics

ଲୋକସଭା ନିର୍ବାଚନରେ 2ଥର ପରାଜୟ ପରେ ଏବେ ବିଧାୟକ ପ୍ରାର୍ଥୀ, ଭକ୍ତଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା - Bhakta Das - BHAKTA DAS

Speculation over Bhakta Das MLA candidature: କାହିଁକି ଲୋକସଭା ପରିବର୍ତ୍ତେ ନର୍ଲାରୁ ବିଧାନସଭା ଲଢିବା ପାଇଁ ନିଷ୍ପତ୍ତି ନେଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ବିଭିନ୍ନ ଦିଗକୁ ନେଇ ହେଉଛି ଚର୍ଚ୍ଚା । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନରେ 2ଥର ପରାଜୟ ପରେ ଏବେ ବିଧାୟକ ପ୍ରାର୍ଥୀ, ଭକ୍ତଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା
ଲୋକସଭା ନିର୍ବାଚନରେ 2ଥର ପରାଜୟ ପରେ ଏବେ ବିଧାୟକ ପ୍ରାର୍ଥୀ, ଭକ୍ତଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା

By ETV Bharat Odisha Team

Published : Apr 25, 2024, 12:28 PM IST

ଲୋକସଭା ନିର୍ବାଚନରେ 2ଥର ପରାଜୟ ପରେ ଏବେ ବିଧାୟକ ପ୍ରାର୍ଥୀ, ଭକ୍ତଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା

ଭବାନୀପାଟଣା: ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ପ୍ରାର୍ଥୀ ଘୋଷଣା ସହ ପ୍ରଚାର ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାରେ ଏବେ ଶାସକ ଦଳ ବିରୋଧରେ ମୁକାବିଲା ପାଇଁ ବିଜେପି ଅପେକ୍ଷା କଂଗ୍ରେସର ଭୂମିକା ଅଧିକ ଚର୍ଚ୍ଚାରେ ରହିଛି । କାରଣ ଏଥର ଜିଲ୍ଲାର ଟାଣୁଆ ନେତା ଭକ୍ତ ଦାସ ବିଧାୟକ ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା ଦେବାକୁ ଯାଉଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଦସ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଏକାଧିକ ରାଜ୍ୟର ଦଳର ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଏବଂ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ନହୋଇ ଜିଲ୍ଲାର ନର୍ଲା ଆସନରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।

ସମଗ୍ର ସଂସଦୀୟ କ୍ଷେତ୍ରରେ ଦବଦବା ଥ‌ିବା ଜଣେ ପ୍ରଭାବଶାଳୀ ନେତା,ପ୍ରଚଣ୍ଡ ସାଙ୍ଗଠନିକ ଦକ୍ଷତା ଓ ବଳିଷ୍ଠ ନେତୃତ୍ବର ଅଧିକାରୀ କୁହାଯାଇଥିବା ଭକ୍ତ ଦାସ ଏଭଳି ନିଷ୍ପତ୍ତି କାହିଁକି ନେଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଗତ ଦୁଇଟି ନିର୍ବାଚନରେ ପରାଜୟକୁ ସାମ୍ନା କରି ତୃତୀୟ ସ୍ଥାନରେ ରହିବା ପରେ ଭକ୍ତ ଏବେ ଲୋକସଭା ପରିବର୍ତ୍ତେ ବିଧାନସଭା ଆସନରେ ବଳ କଷିବାକୁ ଉଚିତ ମନେ କରିଥିବା ରାଜନୀତି ସମୀକ୍ଷକ ଆକଳନ କରୁଛନ୍ତି । କଂଗ୍ରେସର ଜାତୀୟସ୍ତରର ନେତା ଭାବେ ଭକ୍ତ ଦାସ ନିଜକୁ ପ୍ରଭାବୀ ଭାବେ ଉପସ୍ଥାପିତ କରିପାରିଛନ୍ତି । ହେଲେ ଗତ ଦୁଇଥରର ପରାଜୟ ପରେ ଭକ୍ତ ଏବେ ଲୋକସଭା ନିର୍ବାଚନ ଲଢିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । ରାଜ୍ୟ କଂଗ୍ରେସ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ବିଜୟ ପଟ୍ଟନାୟକଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ଦଳର ପ୍ରଚାର କମିଟି ଅଧ୍ୟକ୍ଷ କରିଥିଲା । ଭକ୍ତ ମଧ୍ୟ ଲୋକସଭା ପରିବର୍ତ୍ତେ ନର୍ଲା ଆସନରୁ ବିଧାନସଭା ଲଢିବା ନେଇ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ‘ମୁଁ ଜଣେ ଦୃଢ ପ୍ରାର୍ଥୀ, ନିର୍ବାଚନ ଲଢିବାକୁ ଯୋଗ୍ୟ’ - Brij Bhushan

ସେପଟେ ବିଗତ ନିର୍ବାଚନର ଫଳାଫଳକୁ ଯଦି ବିଶ୍ଳେଷଣ କରାଯାଏ ତେବେ ୨୦୧୪ ରେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅର୍କକେଶରୀ ଦେଓ ୩,୭୦,୮୭୧ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ପ୍ରଦାସ୍ତ ନାଏକ ୩,୧୪ ୫୨୪ ଖଣ୍ଡ ଭୋଟ ଓ ତୃତୀୟ ସ୍ଥାନରେ ରହି କଂଗ୍ରେସର ଭକ୍ତ ଦାସ ୩,୦୭,୯୬୭ ଖଣ୍ଡ ଭୋଟ ହାତେଇଥିଲେ । ୨୦୧୯ ନିର୍ବାଚନକୁ ଅବଲୋକନ କଲେ ନୂଆ ମୁହଁ ଭାବେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ନିର୍ବାଚନୀ ମୈଦାନରେ ଆବିର୍ଭାବ ଭକ୍ତ ଦାସଙ୍କୁ ତୃତୀୟ ସ୍ଥାନକୁ ଠେଲି ଦେଇଥିଲେ । ବସନ୍ତ ମୋଟ ୪୩,୩,୦୭୪ ଖଣ୍ଡ ଭୋଟ ପାଇଥ‌ିବା ବେଳେ ନିକଟତମ ପ୍ରାର୍ଥୀ ତଥା ବିଜେଡିର ପୁଷେନ୍ଦ୍ର ସିଂଦେଓ ୪,୦୬,୨୬୦ ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ କିନ୍ତୁ ଭକ୍ତ ଦାସଙ୍କୁ ମାତ୍ର ୩,୧୯,୨୦୨ ଭୋଟ ମିଳିଥିଲା । ଚଳିତଥର ଭକ୍ତଙ୍କ ବିଧାନସଭା ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା ଓ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details