ବ୍ରହ୍ମପୁର:'କ୍ରୀତଦାସଙ୍କୁ ନେଇ କୌଣସି ସଂଗଠନ ଗଠନ କରାଯାଇପାରେ ନାହିଁ ।ସଚିବମାନଙ୍କୁ ପ୍ରାଧାନ୍ୟ ଦେଇ ବୁଦ୍ଧି ଶିଖିଲେ ।' ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଭାମଞ୍ଚରେ କିଛି ଏଭଳି ଢଙ୍ଗରେ ପୂର୍ବ ସରକାରଙ୍କୁ ତେରଚ୍ଛା ବାଣ ମାରିଛନ୍ତି ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।
'ବିଜେଡ଼ି ସରକାରର ଦୁଇ ଆଖି':
ରାଜ୍ୟର ପୂର୍ବ ବିଜେଡି ସରକାରଙ୍କ କାର୍ଯ୍ୟକଳାପ କିପରି ରହିଥିଲା ତାହାକୁ ନେଇ ପୁଣି ଥରେ ତେରଛା ବାଣ ମାରିବାକୁ ପଛାଇନାହାନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ପୂର୍ବ ସରକାରରେ ଦୁଇ ନେତାଙ୍କ ନାଁ ନେଇ କହିବା ସହ ବର୍ତ୍ତମାନ ସରକାର କଥା ମଧ୍ୟ କହିଛନ୍ତି ସୌମ୍ୟ ।
'ମନ୍ତ୍ରୀ ବଡ ନା ସଚିବ':
କେବଳ ସେତିକି ନହେଁ ପୂର୍ବରୁ ରାଜା ମାନେ ମଧ୍ୟରାତ୍ରରେ ଅନ୍ଧାରୀ ବିଜେ କରି ନିଜ ରାଜ୍ୟର ଲୋକଙ୍କ କଥା ବୁଝୁଥିଲେ । ଏପରିକି ରାଜା ରାମଚନ୍ଦ୍ର ମଧ୍ୟ ସୁଶାସନ ପ୍ରଦାନ କରିବାକୁ ଅନେକ କଥାକୁ ଗୁରୁତ୍ୱ ଦେଉଥିବା ବିଷୟ ମଞ୍ଚରେ ଉପସ୍ଥାପନ କରିବା ସହିତ ରାଜ୍ୟରେ ଜନସାଧାରଣଙ୍କ ଭାବାବେଗ ସହିତ ଜଡିତ ରହିଥିବା ନେଇ କାଳିଆ ଯୋଜନା କରାଗଲା ହେଲେ ବଳଭଦ୍ର ଯୋଜନା କେବେ ହେବ ବୋଲି ପ୍ରଶ୍ନ ଉଠାଇଥିଲେ ସୌମ୍ୟ ପଟ୍ଟନାୟକ । ଏଥିସହ ସେ ମନ୍ତ୍ରୀ ବଡ ନା ସଚିବ ଏବଂ ମାଟି ଆଗ ନାଁ ପାର୍ଟି ଆଗ ବୋଲି ପୂର୍ବରୁ ପଚାରିଥିବା ପ୍ରଶ୍ନକୁ ପୁଣି ଥରେ ମଞ୍ଚରେ ଉପସ୍ଥାପନା କରିଥିଲେ ।