ଓଡିଶା

odisha

ETV Bharat / politics

ବିଜେପିକୁ ବାହୁଡ଼ିଲେ ବିଧାୟକ ପର୍ଶୁରାମ ଧଡା - Parshuram Dhada Joins BJP - PARSHURAM DHADA JOINS BJP

Parshuram Dhada Joins BJP: ପଦ୍ମ ଧରିଲେ ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ା । କିଛି ଦିନ ତଳେ ଟିକଟକୁ ନେଇ ଅସନ୍ତୋଷ ହୋଇ ବିଜେଡି ଛାଡିଥିଲେ ପର୍ଶୁରାମ । ଅଧିକ ପଢନ୍ତୁ

Parshuram Dhada Joins BJP
Parshuram Dhada Joins BJP

By ETV Bharat Odisha Team

Published : Apr 26, 2024, 5:26 PM IST

Parshuram Dhada Joins BJP

ଭୁବନେଶ୍ବର:ବିଜେପି ବାହୁଡିଲେ ବିଧାୟକ ପର୍ଶୁରାମ ଧଡା । ପଦ୍ମ ଧରିଲେ ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ା । କିଛି ଦିନ ତଳେ ବିଜେଡି ଛାଡ଼ିଥିଲେ ପର୍ଶୁରାମ । ସେ ବିଜେପିରେ ଆଗରୁ ଥିବାବେଳେ ପରେ ବିଜେଡିରେ ଯୋଗ ଦେଇ ବିଧାୟକ ହୋଇଥିଲେ । ହେଲେ ଏଥର ବିଜେଡି ତାଙ୍କୁ ସୋର ଆସନରେ ଟିକଟ ଦେଇନଥିବାରୁ ସେ ଅସନ୍ତୋଷ ହୋଇ ଦଳ ଛାଡିଥିଲେ । ଆଜି ପୁଣି ସେ ବିଜେପିକୁ ବାହୁଡିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ପର୍ଶୁରାମ । ପର୍ଶୁରାମ ଧଡାଙ୍କ ସହ ବାଲେଶ୍ଵର ଜିଲ୍ଲାର ଶତାଧିକ ବିଜେଡି ନେତା ଓ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ତେବେ ବିଜେପିର ବରିଷ୍ଠ ନେତାମାନେ ସମସ୍ତ କର୍ମୀଙ୍କୁ ଦଳକୁ ସ୍ବାଗତ କରିଛନ୍ତି ।

ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପର୍ଶୁରାମ ଧଡା । ସେ କହିଛନ୍ତି, "ଦୀର୍ଘ ୧୦ ବର୍ଷ ପରେ ବିଜେପି ପୁଣି ଘର ବାହୁଡା ପାଇଁ ସୁଯୋଗ ଦେଇଛି । ୨୦୧୪ ଓ ୨୦୧୯ ରେ ଦୁଇ ଦୁଇ ଥର ବିଜୁ ଜନତା ଦଳରୁ ଲଢି ଜିତିଥିଲି । ମୁଁ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ହୋଇ କାର୍ଯ୍ୟ କରିବି । ନିର୍ବାଚନ ଲଢିବା ଓ ଟିକଟ ପାଇବା କଥା ଦଳର ଶୀର୍ଷ ନେତୃତ୍ବ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ କାର୍ଯ୍ୟ କରିବି।"

ଏହା ବି ପଢନ୍ତୁ...ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ, ଟିକଟ ଫେରାଇ ନେବା ପରେ ଛାଡିଥିଲେ କଂଗ୍ରେସ - Prabodh Tirkey Joins BJP

ବିଜେଡିରେ ଟିକେଟ ନମିଳିବାରୁ କିଛି ଦିନ ତଳେ ବିଜେଡ଼ି ଛାଡି ଥିଲେ ପର୍ଶୁରାମ ଧଡା । ୨୦୦୯ ନିର୍ବାଚନରେ ବାଲେଶ୍ବରର ସୋରରୁ ବିଜେପି ଟିକଟରେ ନିର୍ବାଚନ ଲଢ଼ି ମାତ୍ର ୩୬୦ ଭୋଟରେ ପରାଜିତ ହୋଇଥିଲେ ପର୍ଶୁରାମ । ପରେ ବିଜେଡିରେ ଯୋଗ ଦେଇ ୨୦୧୪ ଏବଂ ୨୦୧୯ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ବି ଚଳିତ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନାହିଁ । ସୋର ଆସନରୁ ମାଧବ ଧଡ଼ାଙ୍କୁ ଟିକଟ ଦେଇଛି ଦଳ । ଯାହାକୁ ନେଇ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ ପର୍ଶୁରାମ। ବିଜେଡି ପରିତ୍ୟାଗ କରିବା ପରେ ଆଜି ସେ ବିଜେପିରେ ମିଶିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details