ଓଡିଶା

odisha

By ETV Bharat Odisha Team

Published : Mar 28, 2024, 6:03 PM IST

ETV Bharat / politics

ନର୍ଲାରୁ ମୁଁ ବିଧାନସଭା ନିର୍ବାଚନ ଲଢ଼ିବି, ମୋ ପୁଅ ପ୍ରାର୍ଥୀ ହେବ କି ନାହିଁ ଦଳ ନିଷ୍ପତ୍ତି ନେବ: ଭକ୍ତ ଦାସ - Bhakta Das To Contest From Narla

Bhakta Das To Contest From Narla: ନର୍ଲାରୁ ନିର୍ବାଚନ ଲଢିବା ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଏହାସହ ବିଜୟ ପଟ୍ଟନାୟକ ପ୍ରଚାର କମିଟିରୁ ବାଦ ପ୍ରସଙ୍ଗରେ ମଧ୍ୟ ସେ ମତ ରଖିଛନ୍ତି । ଅଧିକ ପଢନ୍ତୁ

Bhakta Das
Bhakta Das

Bhakta Das

ଭୁବନେଶ୍ବର:ନର୍ଲାରୁ ନିର୍ବାଚନ ଲଢିବା ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଏହାସହବିଜୟ ପଟ୍ଟନାୟକ ପ୍ରଚାର କମିଟିରୁ ବାଦ ପ୍ରସଙ୍ଗରେ ମତ ରଖିଛନ୍ତି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ। ସେ କହିଛନ୍ତି, "ବିଜୟ ବାବୁଙ୍କଠାରୁ ଭଲ କୋଡିନେଟର କେହି ନାହିଁ। ସେଥିପାଇଁ ତାଙ୍କୁ ଠିକ ସ୍ଥାନ ଦିଆଯାଇଛି ବୋଲି ମୋର ଆଶା। ନିର୍ବାଚନକୁ କମ ଦିନ ଥିଲେ ମଧ୍ୟ ସାରା ଓଡିଶା ମୁଁ ବୁଲିବି। କମ ଭୋଟ ବ୍ୟବଧାନରେ ହାରିଥିବା ପାଖାପାଖି 60 ସିଟରେ ପ୍ରାର୍ଥୀ ଖୁବଶୀଘ୍ର ଘୋଷଣା ହେବ। ଆଗାମୀ ଦିନରେ ଓଡ଼ିଶାରେ ବଡ଼ ପରିବର୍ତ୍ତନ ହେବ। ଓଡ଼ିଶାର ଅସ୍ମିତା ପାଇଁ ଲଢେଇ କରିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଛି । ଓଡ଼ିଶାର ଅସ୍ମିତା ପାଇଁ ଲଢେଇ ହେବ । ଆମେ ଲୋକଙ୍କ ପାଖରେ ପହଞ୍ଚିବୁ, ଲୋକଙ୍କୁ ବିଜେଡି ସରକାରର ବିଫଳତା କହିବୁ। ନର୍ଲାରୁ ମୁଁ ବିଧାନସଭା ପାଇଁ ନିର୍ବାଚନ ଲଢ଼ିବି। ଦଳ ନିଷ୍ପତ୍ତି ନେବ ମୋ ପୁଅ ନିର୍ବାଚନ ଲଢ଼ିବ କି ନାହିଁ।"

ସେ ଆହୁରି ମଧ୍ୟ କହିଛନ୍ତି, "ଦେଶର ବିକାଶର କର୍ଣ୍ଣଧାରା ହେଉଛି କଂଗ୍ରେସ। ଦେଶରେ ବ୍ୟକ୍ତିକୁ ବିକାଶ ଏବଂ ସାମାଜିକ ନ୍ୟାୟ ମିଳିବା ଦରକାର।କିନ୍ତୁ ଦୁଃଖର କଥା ଏବେ ଦେଶରେ ଏବଂ ରାଜ୍ୟରେ କୌଣସି ବ୍ୟକ୍ତିଙ୍କୁ ସାମାଜିକ ନ୍ୟାୟ ମିଳିପାରୁନାହିଁ। ଭିକ ମାଗିଲା ଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର । 2019 ନିର୍ବାଚନରେ ଯୁବକମାନକୁ ପ୍ରଲୋଭନ ଦେଖାଇ ଯୁବ ବାହିନୀ କରି ବେକାର ଯୁବକମାନଙ୍କୁ ବ୍ୟବହାର କରି ଫିଙ୍ଗି ଦେଇଛନ୍ତି ସରକାର । ଗାଁ ଲୋକଙ୍କୁ କେତେ ଚାକିରି ଦେଇଛନ୍ତି, ଭୂମିହୀନମାନଙ୍କୁ କେତେ ଘର କି ଜାଗା ଦେଇଛନ୍ତି ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ନର୍ଲାରୁ ନିର୍ବାଚନ ଲଢ଼ିପାରନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ । ଗଣମାଧ୍ୟମକୁ ଭକ୍ତ କହିଛନ୍ତି, "ନର୍ଲାରେ ଏପର୍ୟ୍ଯନ୍ତ ବିଜେଡି ପାର୍ଥି ଦେଇନାହିଁ । ମୁଁ ଖୁସି ହେବି ଯଦି ନବୀନ ବାବୁ ସେଠାରୁ ନିର୍ବାଚନ ଲଢ଼ିବେ। ମୁଁ ବହୁ ବ୍ୟବଧାନରେ ନର୍ଲାରୁ ବିଜୟୀ ହୋଇଛି। ଉପକୂଳ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆମେ ଫୋକସ କରିବୁ । ଆଗକୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ, ସଚିନ ପାଇଲଟ, ପ୍ରଚାର ପାଇଁ ଓଡିଶାକୁ ଆସିବେ । ସୋନିଆ ଗାନ୍ଧୀଙ୍କୁ ମଧ୍ୟ ପ୍ରଚାର ପାଇଁ ମୁଁ ଅନୁରୋଧ କରିବି । ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ବଡ ଜନ ସମାବେଶ କରିବ କଂଗ୍ରେସ । ଏହାସହ ଜିଲ୍ଲା ସ୍ତରରେ ମଧ୍ୟ ସମାବେଶ ହେବ ।"


ଏହା ମଧ୍ୟ ପଢନ୍ତୁ...ସୁରଙ୍କ ପାଇଁ ଅଡ଼ୁଆରେ ଜଟଣୀ କଂଗ୍ରେସ, କଂଗ୍ରେସ ଗଡ ଭାଙ୍ଗିବା ଆଶଙ୍କା - ODISHA ASSEMBLY ELECTION 2024

"ନବୀନ ବାବୁ ଗରିବଙ୍କ ପଇସା ଲୁଟି କରିଛନ୍ତି। ତାପରେ ବି କେମିତି କହୁଛନ୍ତି ଆପଣ ମାନେ ଖୁସି ତ । ଏଭଳି କ୍ଷେତ୍ରରେ ଗରିବ କେମିତି ଖୁସି ହେବେ ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ । 70 ଲକ୍ଷ ଯୁବକଯୁବତୀ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ରାଜ୍ୟରେ ଚାଷୀ ଅବହେଳିତ।ଚାଷୀ, କୃଷକ ଏବଂ ଶ୍ରମିକମାନଙ୍କୁ ମଧ୍ୟ ନ୍ୟାୟ ଦିଆଯାଇନାହିଁ । ସାଧାରଣ ନିର୍ବାଚନରେ କଂଗ୍ରେସ 100 ରୁ ଅଧିକ ସିଟରେ ବିଜୟ ଲାଭ କରିବ ।" ସୂଚନା ଅନୁସାରେ, ପ୍ରଚାର କମିଟି ଅଧ୍ୟକ୍ଷ ହେବା ପରେ ଗତକାଲି (ବୁଧବାର) ଭକ୍ତ ଦିଲ୍ଲୀରୁ ଭୁବନେଶ୍ୱର ଆସି ପହଞ୍ଚିଥିଲେ। ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନରେ ଆସି ପହଞ୍ଚିଥିଲେ ଭକ୍ତ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଭକ୍ତଙ୍କୁ ସମ୍ବର୍ଦ୍ଧନା ସମୟରେ ଦେଖାନଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details