ଓଡିଶା

odisha

ETV Bharat / politics

ନୀଳଗିରି ଆସନ ପାଇଁ ସୁକାନ୍ତଙ୍କ ନାଁ ଘୋଷଣା, ବିଜେଡିକୁ ବେଇମାନ କହି ଦଳ ଛାଡିଲେ ସନ୍ତୋଷ - Santosh Khatua Left BJD - SANTOSH KHATUA LEFT BJD

Santosh Khatua Left BJD: ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ସନ୍ତୋଷ ଦଳ ଛାଡିଛନ୍ତି । ସେ ଏହି ଆସନ ପାଇଁ ଆଶାୟୀ ଥିଲେ । ଅଧିକ ପଢନ୍ତୁ

Santosh Khatua Left BJD
Santosh Khatua Left BJD (ETV Bharat)

By ETV Bharat Odisha Team

Published : May 2, 2024, 10:50 PM IST

Santosh Khatua Left BJD (ETV Bharat)

ବାଲେଶ୍ୱର:ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଆଜି ତାର ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଯାହାକୁ ନେଇ ଦେଖାଦେଇଛି ଦଳୀୟ କନ୍ଦଳ। ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ନାମ ଘୋଷଣା ପରେ ଆଶାୟୀ ସନ୍ତୋଷ ଖଟୁଆଙ୍କ ଏବଂ ତାଙ୍କ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। "ଦୀର୍ଘଦିନ ଧରି ବିଜେଡି ସଂଗଠନ ବଞ୍ଚାଇ ରଖିଥିବା ସନ୍ତୋଷଙ୍କୁ କାହିଁକି ଦଳୀୟ ଟିକଟ ପ୍ରଦାନ ନକରି ବିଜେପିରୁ ଦଳ ଡେଇଁ ଆସିଥିବା ସୁକାନ୍ତଙ୍କୁ ଟିକଟ ଦିଆଗଲା?" ବୋଲି ପ୍ରଶ୍ନ କରିଛନ୍ତି ସମର୍ଥକ । ଏନେଇ ସନ୍ତୋଷଙ୍କ କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ସନ୍ତୋଷ ଖଟୁଆ ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେବା ସହ ଜିଲ୍ଲା ଉପସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

ବିଜେଡିରେ ଏତେ ଦିନ ଧରି କାର୍ଯ୍ୟକରି ମଧ୍ୟ ଦଳ ତାଙ୍କୁ ପ୍ରାଧାନ୍ୟ ଦେଇନଥିବା ଅଭିଯୋଗ ଆଣିଛନ୍ତି ସନ୍ତୋଷ। ଲୋକଙ୍କ ମତ ନେବା ବଦଳରେ ଦଳର ବରିଷ୍ଠ ନେତାମାନେ ମାନମୁଖୀ କାର୍ଯ୍ୟ କରିଥିବା ସେ କହିଛନ୍ତି। ଏଥିପାଇଁ ଦଳ ନିଶ୍ଚୟ ତାର କର୍ମଫଳ ଭୋଗିବ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ସୁକାନ୍ତଙ୍କୁ ଟିକଟ ମିଳିବା ନେଇ ସନ୍ତୋଷଙ୍କ ସମର୍ଥକମାନେ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିଜେଡି ପତାକା ପୋଡିଥିବା ଦେଖିବାକୁ ମିଳିଥିଲା। ତେବେ ସନ୍ତୋଷ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଥିବାବେଳେ ମାତ୍ର ୧ ହଜାର ୫୭୭ ଖଣ୍ଡ ଭୋଟ ବ୍ୟବଧାନରେ ସୁକାନ୍ତଙ୍କଠାରୁ ପରାଜିତ ହୋଇଥିଲେ।

ଏହା ବି ପଢନ୍ତୁ...ଟିକଟ ଘୋଷଣା ପରେ ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ, ଇସ୍ତଫାରେ ଲେଖିଲେ ମନର ବ୍ୟଥା - ANUBHAV PATNAIK Quits BJD

ଦୀର୍ଘ ୫ ବର୍ଷ ଧରି ବିଜେଡି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିଥିବା କଥା କହିଛନ୍ତି ସନ୍ତୋଷ। କାର୍ଯ୍ୟକର୍ତ୍ତାଙ୍କ ପରାମର୍ଶ କ୍ରମେ ସେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବା ନେଇ ସ୍ପଷ୍ଟ କରିଛନ୍ତି। ସନ୍ତୋଷ ଏକପ୍ରକାର ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ସୁକାନ୍ତ ବିଜେଡି ଟିକଟ ପାଇବା ପରେ ତାଙ୍କର ସମର୍ଥକଙ୍କ ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳିଥିଲା। ଦଳ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଟିକଟ ପ୍ରଦାନ କରିଥିବାବେଳେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ନେଇ ପଣ କରାଯାଇଥିବା କଥା କହିଛନ୍ତି। ସନ୍ତୋଷଙ୍କ ଅସନ୍ତୋଷ ନେଇ ସୁକାନ୍ତ କହିଛନ୍ତି , "ଦଳର ସମସ୍ତଙ୍କୁ ନେଇ ଆଗାମୀ ଦିନରେ ଦଳ ପାଇଁ କାର୍ଯ୍ୟ କରାଯିବ।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details