ଓଡିଶା

odisha

ETV Bharat / politics

ବିଦ୍ରୋହ ଲୁଚାଇବାକୁ ଇଡି ରେଡ: ଶରତ ପଟ୍ଟନାୟକ - ED raids Prafulla Mallick house

Congress Targets BJD-BJP: ଆଜି କେନ୍ଦ୍ର ଏବଂ ରାଜ୍ୟକୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ଦୁଇ ଦଳ ବୁଝାମଣାରେ ଦଳର ବିଦ୍ରୋହୀ ନେତାଙ୍କ ଘରେ ଇଡ଼ି ରେଡ଼୍ ହେଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ଅଧିକ ପଢନ୍ତୁ

ବିଜେଡ଼ି ଓ ବିଜେପି ଖୋଲାଖୋଲି ବୁଝାମଣା , ରାଜ୍ୟ ପାଇଁ ଲଢେବ କଂଗ୍ରେସ
ବିଜେଡ଼ି ଓ ବିଜେପି ଖୋଲାଖୋଲି ବୁଝାମଣା , ରାଜ୍ୟ ପାଇଁ ଲଢେବ କଂଗ୍ରେସ

By ETV Bharat Odisha Team

Published : Feb 15, 2024, 6:14 PM IST

ବିଜେଡ଼ି ଓ ବିଜେପି ଖୋଲାଖୋଲି ବୁଝାମଣା , ରାଜ୍ୟ ପାଇଁ ଲଢେବ କଂଗ୍ରେସ

ଭୁବନେଶ୍ବର:ବିଜେଡ଼ି ଏବଂ ବିଜେପିକୁ ଘେରିଲା କଂଗ୍ରେସ । ରାଜ୍ୟସଭା ଟିକେଟ୍ ଘୋଷଣା ପରେ ଚିଇଁକି ଉଠିଛି ଦଳ । ଉଭୟ ଦଳ ଖୋଲାଖୋଲି ବୁଝାମଣା କରିଥିବା ଅଭିଯୋଗ ଆଣିଛି ଦଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଏକ ସମ୍ବାଦିକ ସମ୍ମିଳନିରେ ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ପିସିସି ସଭାପତି କହିଛନ୍ତି," ବିଜେପି ସହ ହାତ ମିଶେଇବା ପାଇଁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ଜନସାଧାରଣ ଭୋଟ ଦେଇନଥିଲେ । ସେମାନେ ଖୋଲା ଖୋଲି ବୁଝାମଣା କରୁଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଉଛନ୍ତି । ଓଡିଶାବାସୀଙ୍କ ପାଇଁ କଂଗ୍ରେସ ଲଢେଇ କରିବ । ବିଜେଡ଼ି ସରକାର ଓଡ଼ିଶାବାସୀଙ୍କୁ ଧୋକା ଦେଇଥିବାରୁ ଆଗକୁ ଆମେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବୁ ।"

ସେହିପରି ଆଜି ଜଣେ ବିଜେଡ଼ି ବିଧାୟକଙ୍କ ଘରେ ଇଡ଼ି ରେଡ୍ କରିଛି । ଏହି ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି ,"ଦୁଇ ଦଳ ବୁଝାମଣାରେ ଏହି ରେଡ୍ ହେଉଛି । ବିଜେଡ଼ି ଦଳ ଭିତରେ ବିଦ୍ରୋହର ଆରମ୍ଭ ହୋଇଛି । ବିଦ୍ରୋହ କରୁଥିବା ନେତାମାନଙ୍କୁ ଦଳ ଭିତରେ ଶୃଙ୍ଖଳିତ ରଖିବା ପାଇଁ ଉଦାହରଣ ସହ ଏହି ରେଡ୍ କରାଯାଇଛି । ଜଣଙ୍କୁ ରେଡ୍ କଲେ ଅନ୍ୟ ନେତା ଭୟଭୀତ ହୋଇ ଦଳ ଛାଡ଼ିବେନି । ଦଳ ଭିତରେ ବିଦ୍ରୋହକୁ ଲୁଚାଇବା ପାଇଁ ଏହା ଏକ ଉପାୟ । ଯେତେ ଇଡ଼ି ଏବଂ ସିବିଆଇ ଲଗେଇଲେ ମଧ୍ୟ ବିଦ୍ରୋହ ହବ । "

ସେ ଆହୁରି ମଧ୍ୟ କହିଛନ୍ତି,"ନେତା ମାନଙ୍କର ମଧ୍ୟ ଭବିଷ୍ୟତ ଅଛି । ନେତାଙ୍କୁ ଦଳ ଭିତରେ ରଖିବାକୁ ଏହା ଏକ ଚାଲ । ରାଜ୍ୟ ପାଇଁ ଯାହା ପ୍ରଗତି ହେବା କଥା ତାହା ବିଜେଡ଼ି କରିନାହିଁ । ସେଥିପାଇଁ ବହୁତ ନେତା ଅସନ୍ତୋଷ ଅଛନ୍ତି । ଟିକେଟ ପାଇଁ ନୁହେଁ ଯେଉଁ ନେତା ସ୍ୱାଭିମାନୀ ସେମାନେ ରାଜ୍ୟ ପାଇଁ ଚିନ୍ତା କରି ସେ ଦଳରେ ରହିବେନି । "

ଏହା ମଧ୍ୟ ପଢନ୍ତୁ .....ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ED ରେଡ୍

ଅନ୍ୟ ଏକ ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି ଯେ, ଝୋଟ ବ୍ୟାଗ ବାଣ୍ଟିବାକୁ ନେଇ 30 ଲକ୍ଷ ଲୋକ ବାହାରକୁ ଖାଦ୍ୟ ଅନୁସରଣ ପାଇଁ ଯାଉଛନ୍ତି । 30ଟି ବଡ଼ବଡ଼ କଣ୍ଟ୍ରାକ୍ଟର ବାହାର ରାଜ୍ୟରୁ ଆସି ଓଡ଼ିଶାରେ କାମ କରୁଛନ୍ତି । ଏହା କ'ଣ ନ୍ୟାୟ ? ଓଡିଶାରେ କ'ଣ କଣ୍ଟ୍ରାକ୍ଟର ଅଭାବ ଅଛି ? କ'ଣ ଯୋଗ୍ୟ ଜନସାଧାରଣ ନାହାନ୍ତି ? ଏ ଠାରୁ ଜେଡ୍ ଯାହା କାଯ୍ୟ କରୁଛନ୍ତି କଂଗ୍ରେସ ସରକାର ଆସିଲେ ନିଶ୍ଚିତ ଏହାର ତଦନ୍ତ ହେବ । ଯେଉଁମାନଙ୍କ ପାଇଁ ଓଡ଼ିଆ ଲୋକ ହଇରାଣ ହେଉଛନ୍ତି, ଓଡିଶା ଅସ୍ମିତା ନଷ୍ଟ ହେଉଛି । ବିଜେଡ଼ି ସରକାର ଦୁର୍ନୀତିରେ ବୁଡ଼ି ରହିଛି । କଂଗ୍ରେସ ସରକାର ଆସିଲେ ତଦନ୍ତ ହେବ ଏବଂ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details