ଓଡିଶା

odisha

ETV Bharat / politics

କର୍ପୋରେଟର ଅମରେଶ ଜେନାଙ୍କ ଶକ୍ତି ପ୍ରଦର୍ଶନ, ବିଧାୟକ ଟିକେଟ୍ ପାଇଁ ଲୋଡିଲେ ସମର୍ଥନ - Corporator Amaresh Jena

Power Show By Amaresh Jena: ରାଜଧାନୀରେ କର୍ପୋରେଟର ଅମରେଶ ଜେନାଙ୍କ ଶକ୍ତି ପ୍ରଦର୍ଶନ । ସେ ବିଜେଡିର ଆଶାୟୀ ବିଧାୟକ ପ୍ରାର୍ଥୀ ହୋଇଥିବାବେଳେ ଜନତାଙ୍କ ସମର୍ଥନ ଲୋଡ଼ିଛନ୍ତି । ଅଧିକ ପଢନ୍ତୁ

Power Show By Amaresh
Power Show By Amaresh

By ETV Bharat Odisha Team

Published : Mar 3, 2024, 10:24 PM IST

Power Show By Amaresh

ଭୁବନେଶ୍ବର: ରାଜଧାନୀରେ ଶକ୍ତି ପ୍ରଦର୍ଶନ କଲେ ବିଜେଡିର ଆଶାୟୀ ବିଧାୟକ ପ୍ରାର୍ଥୀ । ବର୍ତ୍ତମାନର ବିଏମସି କର୍ପୋରେଟର ଥିବା ଅମରେଶ ଜେନା କରିଛନ୍ତି ବନ୍ଧୁ ମିଳନ । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ତାତି ଦେଖିବାକୁ ମିଳିଛି । ପ୍ରମୁଖ ଦଳମାନେ ନିଜର ପତିଆରା ଜାହିର କରିବାରେ ଲାଗିଛନ୍ତି । କେଉଁଠି ଶୋଭାଯାତ୍ରା ତ କେଉଁଠି ପଦଯାତ୍ରା ଆଉ କେଉଁଠି ବନ୍ଧୁ ମିଳନ ଭଳି କାର୍ଯ୍ୟକ୍ରମ ହେଉଛି । ଆଜି ମଧ୍ୟମ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ପୋରେଟର ଅମରେଶ ଜେନା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିରାଟ ପଟୁଆରରେ ୨ଟି ଶୋଭାଯାତ୍ରା କଳ୍ପନା ଛକରେ ଥିବା ବିର୍ଲା ଗେଷ୍ଟ ହାଉସ ପାଖରେ ପହଞ୍ଚିଥିଲେ । ଏହାପରେ ବିଜେଡିର ବିକାଶକୁ ମୁଦ୍ଦା କରି ପ୍ରଚାର କରିଥିଲେ ଅମରେଶ।

ବନ୍ଧୁ ମିଳନ କାର୍ଯ୍ୟକ୍ରମ କରି ତାଙ୍କୁ ଭଲ ପାଉଥିବା ନେତା ସମର୍ଥକ, କର୍ମୀ, ପୂର୍ବତନ କର୍ପୋରେଟର ଓ ମେୟରଙ୍କୁ ନେଇ ନିଜ ସପକ୍ଷରେ ବଳ ଗୋଟାଇଥିଲେ ଅମରେଶ। ୫ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଅମରେଶଙ୍କୁ ସମର୍ଥନ କରିଥିଲେ। ଅମରେଶ କହିଛନ୍ତି, "କେବଳ ଟିକେଟ ରାଜନୀତି ନୁହେଁ, ଲୋକଙ୍କ ପାଇଁ ଅହରହ କାର୍ଯ୍ୟ କରୁଛି । ଯେଉଁ ଧାରା ଟିକେଟ୍ ନ ମିଳିଲେ ବି ଅବ୍ୟାହତ ରହିବ। ତେଣୁ ମୁଁ ଆଶା ରଖିବି କି ପ୍ରଚାର ନୁହେଁ, ଦଳ ପାଇଁ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା କର୍ମୀଙ୍କୁ ପ୍ରାଧାନ୍ୟ ଦେବ ଦଳ। ଯଦି ମୋ କାର୍ଯ୍ୟରେ ଦଳ ସନ୍ତୁଷ୍ଟ ହୁଏ ଓ ମତେ ସୁଯୋଗ ଦିଏ ନିଶ୍ଚୟ ମୁଁ ଲୋକଙ୍କ ବିକାଶ ଦିଗରେ କାର୍ଯ୍ୟ କରିବି ।"

ଏହା ମଧ୍ୟ ପଢନ୍ତୁ...ଏବେଠୁ ନିଆଳିରେ ରାଜନୈତିକ ତାତି, ବିଜେଡି ଆଶାୟୀ ପ୍ରାର୍ଥୀ ତୃପ୍ତି ରଞ୍ଜନଙ୍କ ରୋଡ ଶୋ'


ସେହିପରି ଅମରେଶଙ୍କ ସମର୍ଥନରେ ବାହାରି ଜନତାଙ୍କ ଆଶୀର୍ବାଦ ଲୋଡ଼ିବା ସହ ଭୋଟ ଭିକ୍ଷା କରିଛନ୍ତି କର୍ପୋରେଟର ବିରଞ୍ଚି ମହସୂପକାର (ଲିଟୁ) ପୂର୍ବତନ କର୍ପୋରେଟର ଉମାଶଙ୍କର ମିଶ୍ର , ପୂର୍ବତନମେୟର ମିହିର ରାଉତ ପ୍ରମୁଖ ନେତା । ତେବେ ଗୋଟିଏ ଦଳରୁ ଏକାଧିକ ଆଶାୟୀ ଥିବା ବେଳେ ସମସ୍ତେ ନିଜ ନିଜ ପ୍ରଚାରରେ ଲାଗିଛନ୍ତି । ଦଳର ଏଭଳି ରୋଚକ ସ୍ଥିତିରେ ଟିକେଟ୍ କାହାକୁ ମିଳିବ ଓ କିଏ ପାଟିର ବିଶ୍ୱାସ କିଏ ଜିତିବ ତାହା ଉପରେ ସମସ୍ତଙ୍କ ନଜର । ସେପଟେ ଅମରେଶ କହିଛନ୍ତି, "ମୋ ସହ ଲୋକ ସମର୍ଥନ ଅଧିକ ଥିବାରୁ କିଛି କୁଚକ୍ରୀ ଗୋଷ୍ଠୀ ମୋର ପ୍ରଚାର କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି । ଯାହା କେବେ ସଫଳ ହେବ ନାହିଁ । କାରଣ ଲୋକଙ୍କ ସମର୍ଥନ ମୋ ପାଇଁ ବଡ ଆୟୁଧ । ଆଉ ଏହା ବିକାଶର ଧାରା ସହ ବଜାୟ ରହିବ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details