ଭୁବନେଶ୍ବର/ଭବାନୀପାଟଣା: ପଶ୍ଚିମ ଓଡିଶାରେ ନିଜର ଦବଦବା ଜାହିର କରିଛି କଂଗ୍ରେସ । ଭବାନୀପାଟଣା ସମାବେଶରେ 2024 ନିର୍ବାଚନରେ ସଫଳ ପ୍ରଦର୍ଶନ କରିବାକୁ ଯାଉଥିବା ନେଇ ଦମ୍ଭୋକ୍ତି ଦେଖାଇଛି ଦଳ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ କହିଛନ୍ତି, "ଏହି ସମାବେଶରେ ଲୋକଙ୍କ ସମର୍ଥନରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି, 2024 ନିର୍ବାଚନରେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ କଂଗ୍ରେସର ଭୋଟ ପ୍ରତିଶତ ବଢିବ । ଏନେଇ କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି, "ପଶ୍ଚିମ ଓଡି଼ଶାରେ କଂଗ୍ରେସର ଭୋଟ୍ 25 ପ୍ରତିଶତ ଥିବାବେଳେ ଏଥିରେ ଆଉ 20 ପ୍ରତିଶତ ଅଭିବୃଦ୍ଧି ଘଟି ଏହା 45 ପ୍ରତିଶତରେ ପହଞ୍ଚିବ । ଯାହାକି ଓଡିଶାରେ କଂଗ୍ରେସକୁ ମଜବୁତ ସ୍ଥିତିକୁ ନେଇ ଆସିବ । ମୁଁ ଭାବୁଛି ନର୍ଲା ବିଧାନସଭା ଆସନରୁ ନିର୍ବାଚନ ଲଢିବି ।"
କଂଗ୍ରେସରେ ବିଜେଡିର ପାଞ୍ଚ ପାଞ୍ଚ ଥରର ବିଧାୟକ ବଳଭଦ୍ର ମାଝୀ ଯୋଗଦେବା ପରେ ଦଳ ପଶ୍ଚିମ ଓଡିଶାରେ ବଳବାନ ହୋଇଛି । ବଳଭଦ୍ର 1990 ମସିହାରେ ନର୍ଲା ଆସନରୁ ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲେ । 1995 ରେ ପୁଣି ଥରେ ସମାନ ଆସନରୁ ନିର୍ବାଚିତ ହୋଇଥିଲେ । 2000, 2004 ଏବଂ 2014 ମସିହାରେ ଲାଞ୍ଜିଗଡ ଆସନରୁ ଜିତିଥିଲେ ବଳଭଦ୍ର । 2024 ନିର୍ବାଚନରେ ବଳଭଦ୍ର ଯଦି ଲାଞ୍ଜିଗଡରୁ ଲଢନ୍ତି ଏହା କଂଗ୍ରେସକୁ ଫାଇଦା ଦେବ ବୋଲି ଆକଳନ କରାଯାଉଛି । "ଦାଦନ ଖଟିବାକୁ କାହିଁକି ଲୋକେ ବାହାର ରାଜ୍ୟକୁ ଯାଉଛନ୍ତି?" ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ର । ସେ କହିଛନ୍ତି, "ଜନ ସମର୍ଥନ କଂଗ୍ରେସ ଆଡକୁ ରହିଛି । ପଶ୍ଚିମ ଓଡିଶା ବିଶେଷ କରି କଳାହାଣ୍ଡିରେ କଂଗ୍ରେସର ଦବଦବା ରହିବ ।"
ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡିରେ କଂଗ୍ରେସର ରଣହୁଙ୍କାର, ସାମିଲ ହେଲେ ବଳଭଦ୍ର