ଓଡିଶା

odisha

ETV Bharat / politics

ଥମୁନି NAC ବିବାଦ, ରାଜନୈତିକ ଷ୍ଟଣ୍ଟ କହିଲା ବିଜେପି

Political Tussle begins over NAC declaration: ଥମୁନି NAC ବିବାଦ । ନିକଟରେ ରାଜ୍ୟ ସରକାର ରାଜ୍ୟରେ ୩୫ଟି ନୂଆ ଏନଏସି ଓ ୫ଟି ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଥିଲେ । ଏହାକୁ ନେଇ ଆଜି ବଲାଙ୍ଗିରରେ ବିଜେପିର ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ପ୍ରତିବାଦ କରିଛନ୍ତି । ଅଧିକ ପଢ଼ନ୍ତୁ,

By ETV Bharat Odisha Team

Published : Mar 5, 2024, 7:14 PM IST

ଥମୁନି NAC ବିବାଦ, ରାଜନୈତିକ ଷ୍ଟଣ୍ଟ ବୋଲି କହିଲା ବିଜେପି
ଥମୁନି NAC ବିବାଦ, ରାଜନୈତିକ ଷ୍ଟଣ୍ଟ ବୋଲି କହିଲା ବିଜେପି

ଥମୁନି NAC ବିବାଦ, ରାଜନୈତିକ ଷ୍ଟଣ୍ଟ ବୋଲି କହିଲା ବିଜେପି

ବଲାଙ୍ଗିର: ନିକଟରେ ରାଜ୍ୟ ସରକାର ରାଜ୍ୟରେ ୩୫ଟି ନୂଆ ଏନଏସି ଓ ୫ଟି ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଥିଲେ । ସେହି ତାଲିକାରୁ ବାଦ ପଡ଼ିଥିବା ଅନେକ ଅଞ୍ଚଳରେ ବିରୋଧ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଆଜି ବଲାଙ୍ଗିରରେ ବିଜେପିର ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ପ୍ରତିବାଦ କରିବା ସହିତ କଢ଼ା ସମାଲୋଚନା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ଏହା ଏକ ରାଜନୈତିକ ଷ୍ଟଣ୍ଟ ବୋଲି ସେ କହିଛନ୍ତି । ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରନ୍ତି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ସରୋଜ ମେହେର ।

ବଲାଙ୍ଗିର ଜିଲ୍ଲାର ବେଲପଡ଼ା ଓ ସଇଁତଳାକୁ ଏନଏସି ମାନ୍ୟତା ଦିଆଯାଇଥିବା ବେଳେ ଜିଲ୍ଲାର ଲାଠର, ସିନ୍ଧେକେଲା, ବଙ୍ଗୋମୁଣ୍ଡା ଓ ଲୋଇସିଂହା ଅଞ୍ଚଳ ଏହି ତାଲିକାରୁ ବାଦ ପଡ଼ିଛି । ଯାହାପାଇଁ ଏହି ଅଞ୍ଚଳର ଲୋକେ ଆଜି ପର୍ଯ୍ୟନ୍ତ ଆନ୍ଦୋଳନ ରତ ଅଛନ୍ତି। ଏହି ଘୋଷଣାକୁ ନେଇ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ, ‘‘କୌଣସି ଏନଏସି କିମ୍ବା ମ୍ୟୁନିସପାଲିଟି କରିବା ପୂର୍ବରୁ ଜନ ଶୁଣାଣି ହୋଇଥାଏ । ସେଥିରେ ସୀମା ଧାର୍ଯ୍ୟ କରାଯାଇ ସରକାରଙ୍କ ପାଖକୁ ତାହା ଯାଇଥାଏ। ଏହାପରେ ସରକାର ଦୁଇଟି ନୋଟିଫିକେଶନ ଜାରି କରିଥାନ୍ତି। ପ୍ରଥମ ଟି ନୂଆ ଏନଏସି କିମ୍ବା ମ୍ୟୁନିସପାଲିଟି ଗଠନ ଅନ୍ୟଟି ନଗର ଅଞ୍ଚଳରୁ ସଂପୃକ୍ତ ଅଞ୍ଚଳକୁ ବାଦ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସେହିପରି ଏହି କାମ ସରିବା ପରେ ତାହା କ୍ୟାବିନେଟ ମଞ୍ଜୁରୀ ପାରି ବିଧାନ ସଭାରେ ଉପସ୍ଥାପିତ ହୋଇଥାଏ। ଯାହା ପରେ ଏଠୁ ବହୁମତର ତାହା ଗୃହୀତ ହେବାପରେ ତାକୁ ମାନ୍ୟବର ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠା ଯାଇଥାଏ। ହେଲେ ଏଠି ଏଭଳି କୌଣସି ପଦକ୍ଷେପ ସରକାର ନେଇ ନାହାନ୍ତି । ଏହା ରାଜ୍ୟ ସରକାରଙ୍କର ଏକ ନିର୍ବାଚନୀ ଷ୍ଟଣ୍ଟ । ଏହି ଘୋଷଣା ଏକ ଧୁଆଁ ବାଣ ।’’

ଏହା ମଧ୍ୟ ପଢ଼ନ୍ତୁ.....NAC ମାନ୍ୟତା ଦାବିରେ 12 ଘଣ୍ଟିଆ କୁଜଙ୍ଗ ବନ୍ଦ

ତେବେ ଶେଷ କ୍ୟାବିନେଟ ବୈଠକରେ ଏଭଳି କୌଣସି ପ୍ରସ୍ତାବ ଗ୍ରହଣ କରାଯାଇ ନଥିବା ସିଂହ ଦେଓ କହିଛନ୍ତି । ସମାନ ଭାବରେ ବିଧାନସଭାରେ ମଧ୍ୟ ଏଭଳି କିଛି ଉପସ୍ଥାପିତ ହୋଇନଥିବା ବେଳେ ଆଗକୁ ଆଉ ବିଧାନ ସଭା ବସିବ ନାହିଁ । ତେଣୁ ଏଭଳି ସ୍ଥିତିରେ ସରକାର ଏହା ଘୋଷଣା କରିବାକୁ ନେଇ ସିଂହ ଦେଓ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଗତ ନିର୍ବାଚନ ପୂର୍ବରୁ ପଦ୍ମପୁରକୁ ମଧ୍ୟ ଜିଲ୍ଲା ଘୋଷଣା କରି ସରକାର ପରବର୍ତ୍ତୀ ସମୟରେ ନିଜ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମୁକଦ୍ଦମା କରି ତାକୁ ବନ୍ଦ କରିଥିଲେ। ଏବେ ମଧ୍ୟ ସରକାର ସେହିଭଳି କରିବେ ବୋଲି ସେ କହିଛନ୍ତି ।

ସେପଟେ ଏହାକୁ ନେଇ ଜବାବ ରଖିଛି ବିଜେଡି । ଯେଉଁଥିରେ ବିଜେଡିର ପାଟଣାଗଡ଼ ବିଧାୟକ ସରୋଜ ମେହେର କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରିକି ଦେଖାଇ ଥାନ୍ତି । ତେଣୁ ଏହା ମଧ୍ୟ ନିଶ୍ଚିତ ହେବ। ଅନ୍ୟ ଯୋଜନା ଯେମିତି ମମତା, ବିଜୁ ପକ୍କା ଘର ଯୋଜନା, ବିକେଏସୱାୟୀ କାର୍ଡ ଯୋଜନାକୁ ମଧ୍ୟ ବିରୋଧୀ ଏଭଳି କହି ଆସୁଥିଲେ । ହେଲେ ଏବେ ଲୋକ ଜାଣିଛନ୍ତି ତାହା କେମିତି କାମ କରୁଛି ଓ ଲୋକେ ଉପକୃତ ହେଉଛନ୍ତି ।’’

ଇଟିଭି ଭାରତ, ବଲାଙ୍ଗିର

ABOUT THE AUTHOR

...view details