ଓଡିଶା

odisha

ETV Bharat / politics

ଭାଙ୍ଗିଯିବ କି ବିଜେଡି ? ରବିଙ୍କ ଦାବିର ଜବାବ ରଖିଲେ ଶାରଦା ଓ ସାଲୁଜା

ବିଜେଡିରେ ଦଳୀୟ କନ୍ଦଳ, ଫାଇଦା ନେବ କି ବିଜେପି ? ବିଜେଡି ଭାଙ୍ଗିଯିବ ବୋଲି ରବିଙ୍କ ଦାବିର ଜବାବ ରଖିଲେ ଶାରଦା ଓ ସାଲୁଜା ।

By ETV Bharat Odisha Team

Published : 4 hours ago

political temperature up in state
political temperature up in state (ETV Bharat Odisha)

ଭୁବନେଶ୍ୱର: ବିଜେଡିରେ ଅସନ୍ତୋଷ ବଢ଼ିଚାଲିଥିବାବେଳେ ଦଳ ବେଶୀ ଦିନ ରହିବ ନାହିଁ । ବିଜେଡି ଭାଙ୍ଗିଯିବ ବୋଲି ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି । ବିଜେଡି ଆଉ ବେଶୀ ଦିନ ରହିବ ନାହିଁ, ଭାଙ୍ଗିଯିବ ବୋଲି ସ୍ପଷ୍ଟ ଭାବେ ଜଣା ପଡ଼ିଯାଉଛି । ବିଜେଡି ବିଜେପିରେ ମିଶିବ । କଂଗ୍ରେସ ସହିତ ନୁହେଁ ବିଜେପିର ସେ ଦଳ ମିଶିବ । ଯିଏ ଆମ ଦଳକୁ ଆସିବ, ଆମେ ଗ୍ରହଣ କରିବୁ ବୋଲି କହିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାଏକ । ରବିଙ୍କ ଦାବିର ଜବାବ ରଖିଛି ବିଜେଡି ଓ କଂଗ୍ରେସ ।

ସବୁ ଦଳରେ ଅଛି ଅସନ୍ତୋଷ :-
ବିଜେଡିର ବରିଷ୍ଠ ନେତାଙ୍କ ଅସନ୍ତୋଷ ନେଇ ବରିଷ୍ଠ ବିଧାୟକ ଶାରଦା ନାୟକଙ୍କ ବୟାନ । ବିଜେଡିରେ ଲାଗି ରହିଥିବା ଅସନ୍ତୋଷକୁ ତିଆରି କରାଯାଇଛି ବୋଲି କହିଛନ୍ତି ଶାରଦା । ବିଜେଡିରୁ ନେତା ଛାଡିବା ଓ ଦଳ ଭାଙ୍ଗିଯିବା ନେଇ ବିଜେପି ନେତା ଜୟ ନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଶାରଦା । ସାରଦା କହିଛନ୍ତି, "ଅସନ୍ତୋଷ ସବୁଠି ଥାଏ । ଅସନ୍ତୋଷ ତିଆରି କରାଯାଇଥାଏ । ସବୁ ଦଳରେ ଅସନ୍ତୋଷ ଅଛି । କିନ୍ତୁ ଲୋକ ବିଜେଡି ସହ ଅଛନ୍ତି ।"

political temperature up in state (ETV Bharat Odisha)



କିଛି ଲୋକ ଦଳ ଛାଡିବା ସ୍ୱାଭାବିକ କଥା :-
ସେ ଆହୁରି ମଧ୍ୟ କହିଛନ୍ତି, "ନବୀନ ଓ ବିଜେଡି ଓଡିଶାର ବିକାଶ ବିଶ୍ୱ ଦରବାରରେ ପହଁଚେଇଛନ୍ତି । ଦଳ ଶକ୍ତିଶାଳୀ ଅଛି । ଟ୍ରେନ ଗତି କଲା ବେଳେ କିଛି ଲୋକ ଚଢ଼ନ୍ତି ଆଉ କିଛି ଓହ୍ଲାନ୍ତି । ବିଜେଡି ଆଗକୁ ବଢ଼ିବା ବେଳେ କିଛି ଲୋକ ଓହ୍ଲେଇ ଯିବା ସ୍ବଭାବିକ କଥା । ବ୍ୟକ୍ତିଗତ ଭାବେ କିଏ କେଉଁଠି ଗଲା ତାକୁ ହିସାବ କରିବା ଠିକ ନୁହେଁ । ଆଜି ବି ଓଡିଶାବାସୀ ବିଜୁ ଜନତା ଦଳ ସହ ଅଛନ୍ତି । ନିଜକୁ ଖୁସି କରିବା ପାଇଁ ବିଜେପି ନେତା ମାନେ ବିଜେଡି ଭାଙ୍ଗିଯିବାର ମନ୍ତବ୍ୟ ଦେଉଛନ୍ତି । ସମୟ ବଡ଼ ବଳବାନ । ଦେଖନ୍ତୁ ଆଗକୁ କଣ ହେଉଛି ।"


ଏହା ବି ପଢନ୍ତୁ- ପଦାରେ ପଡୁଛି BJD କଳି; ‘ବାସ୍ତବତା ନବୁଝି ଅପରିପକ୍ୱ ନେତା ଦେଉଛନ୍ତି ଅରୁଚିକର ମନ୍ତବ୍ୟ’

ଏହା ବି ପଢନ୍ତୁ- ଦୋହଲିଲା ଗଞ୍ଜାମ ବିଜେଡ଼ି; ବିସ୍ଫୋରଣ କଲେ ଲତିକା, ରଞ୍ଜିତା ସାଜିଥିଲେ ବିଭୀଷଣ !



ମନ୍ତ୍ରୀ ପଦ ମିଳିନଥିବାରୁ ବିଜେପି ବିଧାୟକଙ୍କ ମହଲରେ ଅସନ୍ତୋଷ :-


କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ବିଜେପି ନେତା ମାନେ ଦଳ ଛାଡିବେ । ବିଜେପି ଛାଡି କଂଗ୍ରେସ ଓ ବିଜେଡିକୁ ଯିବେ । ବିଜେପିର ବହୁ ବିଧାୟକ ଅସନ୍ତୋଷ ଭିତରେ ଅଛନ୍ତି । ପ୍ରଥମ ଥର ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି । ନୂଆ ଲୋକକୁ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଦାଇତ୍ୱ ମିଳିଛି । ଏକାଧିକ ଥରର ବିଧାୟକଙ୍କୁ ମନ୍ତ୍ରୀ କରାଯାଇନାହିଁ । ସରକାରୀ ଦଳରେ ରହି ଲାଭ ନାହିଁ । ଯଦି ଦାଇତ୍ୱ ନରହିବ ବିରୋଧୀ ଦଳରେ ଠିକ ଥିଲୁ । ସରକାରଙ୍କ ବିରୋଧରେ କହିପାରୁଥିଲୁ । ନିଜ ନିର୍ବାଚନ ମଣ୍ଡଳୀକୁ ବଞ୍ଚେଇ ପାରୁଥିଲୁ । ସେଥିପାଇଁ ସେମାନେ ଦଳ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ।"


ବିଜେଡି ଆଉ ବେଶୀ ଦିନ ରହିବ ନାହିଁ, ସେ ଦଳ ଭାଙ୍ଗି ଯିବ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଙ୍କ ବଡ ବୟାନ-

"ବିଜେଡି ଆଉ ବେଶୀ ଦିନ ରହିବ ନାହିଁ । ସେ ଦଳ ଭାଙ୍ଗି ଯି ବ। ମୋ କାହିବା ଠାରୁ ତାଙ୍କ ଦଳର ଅଭିଜ୍ଞ ନେତା ଅମର ଶତପଥୀଙ୍କ ବୟାନକୁ ଦେଖିବା ତାହେଲେ ବିଜେଡିର ଆଉ କିଛି ନାହିଁ । ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି । ସେ ଦଳ ରହିବ ନାହିଁ ଏହା ସ୍ପଷ୍ଟ ଜଣା ପଡ଼ି ଯାଉଛି । ସେ ଦଳ ଭାରତୀୟ ଜନତା ପାର୍ଟିରେ ମିଶିବ। କଂଗ୍ରେସ ସହିତ ନୁହେଁ ବିଜେପିରେ ସେ ଦଳ ମିଶିବ। ଯିଏ ଆସିବ ତାଙ୍କୁ ଆମେ ଦଳକୁ ଆସିବ ଆମେ ଗ୍ରହଣ କରିବୁ," ବୋଲି କହିଛନ୍ତି ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାଏକ ।

ଏହା ବି ପଢନ୍ତୁ - ବିଜେପି-କଂଗ୍ରେସ-ବିଜେଡି: କିଏ କାହାର B ଟିମ୍‌ ?

ଏହା ବି ପଢନ୍ତୁ- 'ବିଜେପି ସରକାରକୁ ୪ଜଣ ବ୍ୟକ୍ତି ଚଳାଉଛନ୍ତି', କଡ଼ା ଜବାବ ଦେଲେ ସମୀର

ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ

ବିଜେଡି ଦଳର ଅନେକ ନେତା ଆମ ସହିତ ସଂପର୍କରେ ଅଛନ୍ତି । ଯେଉଁମାନେ ଦଳରେ କୋଣଠେସା ହୋଇ ରହିଛନ୍ତି, ସେମାନେ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ବିଜେଡିରେ ହାରିଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀ ଆମ ଦଳରେ ସାମିଲ ହେବେ ।

ବିଜେଡିର ଜଣକ ପରେ ଜଣେ ଦଳ ଛାଡିବା ବିଜେଡି ପାଇଁ ଚାଲେଞ୍ଜ ହୋଇପଡ଼ିଛି। ଦୁଇ ରାଜ୍ୟ ସଭା ସାଂସଦ ତାପରେ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ଙ୍କ ମନ୍ତବ୍ୟ ହରଡଘଣାରେ ପଡିଛି ବିଜେଡି। ସେପଟେ ଗତକାଲି ବିଜେଡି ନେତ୍ରୀ ବିଜୟ ଲକ୍ଷ୍ମୀ ଦଳ ଛାଡିବା ଚିନ୍ତା ବଢାଇ ଦେଇଛି ବିଜେଡିକୁ। ସେପଟେ ରାଜ୍ୟ ସାରା ବିଜେଡିର ଗୋଷ୍ଠୀ କନ୍ଦଳ ଲାଗିରହିଥିବା ବେଳେ ବିଜେପି ଫାଇଦା ହାସଲ କରିବା ପାଇଁ ଲାଗିପଡ଼ିଛି। ବିଜେପି ନେତା ମନ୍ତ୍ରୀଙ୍କ ଦୃଢୋକ୍ତି ଯେ ଫାଙ୍କା ହୋଇଯିବ ବିଜେଡି ଶିବିର ବହୁତ ଜଲଦି। ତେବେ ବିଜେଡିର ବରିଷ୍ଠ ନେତା ଅମର ଶତପଥି ବିଜେପି ରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ABOUT THE AUTHOR

...view details