ETV Bharat / state

ଚାନ୍ଦିଲି ପାହାଡ଼: ପଥର ଛାତିରେ ଇତିହାସ ଛାପ, ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ - CHANDILI PAHADA

ବଲାଙ୍ଗୀର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଚାନ୍ଦିଲି ପାହାଡ଼ । ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳ । ଇତିହାସ ଏବଂ କିମ୍ବଦନ୍ତୀ ଭରା ଏହି ପର୍ଯ୍ୟଟନସ୍ଥଳୀକୁ ନେଇ ଶେଖ ମହମ୍ମଦ ୱାହିଦଙ୍କ ରିପୋର୍ଟ ।

Chandili Pahada
Chandili Pahada (ETV Bharat Odisha)
author img

By ETV Bharat Odisha Team

Published : Dec 30, 2024, 2:59 PM IST

Updated : Dec 30, 2024, 3:38 PM IST

ବଲାଙ୍ଗୀର: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜିଲ୍ଲାର ଆଉ ଏକ ପର୍ଯ୍ୟଟନସ୍ଥଳୀ ଚାନ୍ଦିଲି ପାହାଡ଼। ଅନେକ ଚମତ୍କାର ବିଷୟ ବସ୍ତୁ, ଧାର୍ମିକ ଆସ୍ଥା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପର୍ଯ୍ୟଟନସ୍ଥଳୀରେ ଏବେ ଜମୁଛି ଭିଡ। ଏହି ପର୍ଯ୍ୟଟନସ୍ଥଳୀର ସଠିକ ବିକାଶ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ଅଞ୍ଚଳର ବିକାଶ ହେବ ବୋଲି ମତ ପ୍ରକାଶ ପାଇଛି ।

ଚାନ୍ଦିଲି ପାହାଡ଼ :

ବଣ ପାହାଡ଼ ଘେରା ବଲାଙ୍ଗୀର ଜିଲ୍ଲା । ଏଠାକାର ଅନେକ ପର୍ଯ୍ୟଟନସ୍ଥଳୀରେ ରହିଛି ସ୍ୱତନ୍ତ୍ର ଇତିହାସ । ଯାହାକି ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସିଛି । ଏହିଭଳି ଆଉ ଏକ ଅନ୍ୟନ୍ୟ ପର୍ଯ୍ୟଟନସ୍ଥଳୀ ଚାନ୍ଦିଲି ପାହାଡ଼ ମଧ୍ୟ ତାର ସ୍ୱତନ୍ତ୍ର ପରିଚୟ ପାଇଁ ପ୍ରସିଦ୍ଧ ଅଟେ । ଧାର୍ମିକ ଆସ୍ଥା, ଐତିହାସିକ ପୃଷ୍ଠ ଭୂମି, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ କିଛି ଚମତ୍କାର ବିଷୟ ବସ୍ତୁ ଏହାକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଯାହା ପାଇଁ ଏବେ ଏଠାକୁ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସୁଛନ୍ତି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଶଣ୍ଡ ଗ୍ରାମରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ 'ଚାନ୍ଦିଲି ପାହାଡ଼' । ବଲାଙ୍ଗାୀର ସହରଠାରୁ 45 କିଲୋମିଟର ଦୂରରେ ଏହା ଅବସ୍ଥିତ । ଚାନ୍ଦିଲି ପାହାଡ଼ 600 ବର୍ଗ କିଲୋମିଟର ପରିଧିର ହୋଇଥିବାବେଳେ ପାହାଡ଼ର ଉଚ୍ଚତା 40 ଫୁଟ । ଏଠାକୁ ଯିବାକୁ ହେଲେ ଚାରି ଚକିଆ ଯାନ କିମ୍ବା ବସ ଯୋଗେ ଯିବାକୁ ପଡିଥାଏ ।

Chandili Pahada (ETV Bharat Odisha)

ଚାନ୍ଦିଲି ପାହାଡ଼ର ଐତିହାସିକ କଥାବସ୍ତୁ:

ଗବେଷକଙ୍କ ମତରେ, ଐତିହାସିକ ପୃଷ୍ଠଭୂମିରେ ଅବହମାନ କାଳରେ ମୁନି ଋଷି ଏଠାରେ ରହି ତାପସ୍ୟା କରିଥିବା କୁହାଯାଏ । ସେହିପରି ତନ୍ତ୍ରମନ୍ତ୍ରର ମଧ୍ୟ ସାଧନା ହୋଇ ଆସୁଥିଲା । ଯାହାର ଚିହ୍ନ ଆଜି ବି ଏଠାରେ ରହିଛି । ସେହିପରି ଏଠାରେ 35ରୁ ଉର୍ଦ୍ଧ୍ବ ଗୁମ୍ଫା ରହିଥିବା କୁହାଯାଏ । ଯାହା ମଧ୍ୟରୁ ଏଯାଏଁ 15ଟି ଗୁମ୍ଫାର ଚିହ୍ନଟ ହୋଇପାରିଛି । ସମାନ ଭାବରେ ଏଠାରେ ସୀତା କୁଣ୍ଡ, ସପ୍ତ ଫେଣି, ଭୀମ କୁଣ୍ଡ, ବଟ ବୃକ୍ଷ ଭଳି ଏକାଧିକ ସ୍ଥଳୀ ରହିଛି ଯାହା ସହ ଅନେକ ଚମତ୍କାର କଥା ଜଡିତ ଅଛି । ଏହାସହ ବାଘ ଗୁମ୍ଫା, ଚିତା ଗୁମ୍ଫା ଓ ବାଦୁଡି ଗୁମ୍ଫା ମଧ୍ୟ ରହିଛି । ଯେଉଁଥିରେ ଏକଦା ମହାବଳ ବାଘ ଓ ଚିତା ବାଘ ରାହୁଥିବାର କୁହାଯାଏ । ବାଦୁଡ଼ି ଗୁମ୍ଫାରେ ଏବେବି ଲକ୍ଷାଧିକ ବାଦୁଡ଼ି ରହିଛନ୍ତି । ସେହିପରି ଏବେ ଏହି ପର୍ଯ୍ୟଟନସ୍ଥଳୀ ଚାରିପଟେ ଘଞ୍ଚ ଜଙ୍ଗଲ ଥିବାବେଳେ ବେଶ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଶ୍ୟମାନ ହୋଇଥାଏ । ସେହିପରି ଏହି ଅଞ୍ଚଳ ଜଙ୍ଗଲୀ ପଶୁ ପକ୍ଷୀ ଯଥା କଲରାପତରିଆ, ଚିତା ବାଘ, ଭାଲୁ, ହରିଣ, ଝିଙ୍କ ଭଳି ଛୋଟ ଛୋଟ ଜୀବ ଜନ୍ତୁଙ୍କ ପ୍ରାକୃତିକ ଆବାସସ୍ଥଳୀ ଅଟେ।

Chandili Pahada
Chandili Pahada (ETV Bharat Odisha)

ସୀତା କୁଣ୍ଡ :
ପାହାଡ଼ ଉପରେ ଥିବା ସୀତା କୁଣ୍ଡ ସହିତ ଅନେକ କାହାଣୀ ଜଡିତ ହୋଇ ରହିଛି । ଏହାର ସମ୍ପର୍କ ମହାଭାରତ ଯୁଗରେ ପଞ୍ଚୁ ପାଣ୍ଡବ ସହ ଥିବାର କୁହାଯାଏ । ଏହି ସୀତା କୁଣ୍ଡ ପାହାଡ଼ ଉପରେ ସ୍ଥିତ ଥିବାବେଳେ ଅକାତ ଗଭୀରର ଏହି କୁଣ୍ଡ ଅଟେ। ଯାହାର ପାଣି କେବେ ଶୁଖି ନ ଥାଏ। ଲୋକେ ଏଠାକୁ ଭୋଜି କରିବାକୁ ଆସିଲେ ଏଠିକାର ପାଣି ବ୍ୟବହାର ମଧ୍ୟ କରିଥାନ୍ତି । ଖରାରେ ମଧ୍ୟ ଏଠିକାର ପାଣି ବ୍ୟବହାର ସତ୍ତ୍ୱେ କେବେ ଶୁଖି ନଥାଏ । ସେହିପରି ଏହି ପାଣି ଏହି ପଥର ପାହାଡ଼ ଉପରେ କଉଠୁ ଆସେ ତାର କୌଣସି ଚିହ୍ନ ବର୍ଣ୍ଣ ନ ଥିବାବେଳେ ଏବେ ତାହା ରହସ୍ୟ ଘେରରେ ରହିଛି ।

Chandili Pahada
Chandili Pahada (ETV Bharat Odisha)

ଭୀମ କୁଣ୍ଡ :
ଏଠାରେ ଥିବା ଅନ୍ୟ ପାଣି କୁଣ୍ଡ ଭୀମ କୁଣ୍ଡ ନାଁରେ ଜଣାଯାଏ । ଏଠାକାର ପାଣି ମଧ୍ୟ କେବେ ଶୁଖି ନଥାଏ । ଭୀମକୁଣ୍ଡ ପାଣି କେଉଁଠୁ ଆସିଥାଏ ଓ କେମିତି ଏଠାକାର ପାଣି ବ୍ୟବହାର ସତ୍ତ୍ୱେ ପୂର୍ବ ପରି ସେମିତି ରହିଥାଏ, ତାହା ମଧ୍ୟ ରହସ୍ୟ ହୋଇ ରହିଛି ।

ଚମତ୍କାର ବଟ ବୃକ୍ଷ :
ଏଠାରେ ଏକ ବଟ ବୃକ୍ଷ ରହିଛି ଯାହା ଶତାଧିକ ବର୍ଷ ହେବ ଥିବାବେଳେ ତାହା କେବେ ବଢି ନଥାଏ କିମ୍ବା ମରି ମଧ୍ୟ ନଥାଏ । ଏକ ବିରାଟ ପଥର ଖଣ୍ଡ ଉପରେ ଏହି ବଟ ବୃକ୍ଷ ଥିବା ବେଳେ ତାର ଉଚ୍ଚତା ମସ୍ତର 10 ଇଞ୍ଚ ହେବ । ହେଲେ ଏହି ବୃକ୍ଷ ସବୁବେଳେ ସବୁଜ ଥିବାବେଳେ ଶହ ଶହ ବର୍ଷ ହେବେ ଏହା ଏହି ଭଳି ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ବୃକ୍ଷକୁ ସେମାନଙ୍କ ପୂର୍ବ ପିଢି ମଧ୍ୟ ଦେଖି ଆସିଛନ୍ତି ।

Chandili Pahada
Chandili Pahada (ETV Bharat Odisha)

ନାଗସାପ ସଦୃଶ ପଥର :
ଏହା ଛଡା ଏଠି ବିରାଟ ପଥରର ଏକ ସପ୍ତଫେଣୀ ନାଗସାପ ସଦୃଶ ପଥର ରହିଛି । ଯାହାକୁ ଲୋକେ ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖି ଆସିଛନ୍ତି । ଏହାର ତଳେ ପଥରର କାଳୀ ମୂର୍ତ୍ତି ଓ ଶିବ ମୂର୍ତ୍ତି ରହିଛି । ଯାହାକୁ ଲୋକେ ନୀତି ଦିନ ଏଠି ପୂଜାର୍ଚ୍ଚନା କରନ୍ତି । ସେହିପରି ଏଠାରେ ଏକ ବିରାଟ କଇଁଛ ସଦୃଶ ଶିଳା ଖଣ୍ଡ, ଶଙ୍ଖ ସଦୃଶ ବିରାଟ ଶିଳା ଖଣ୍ଡ ରହିଛି। ଯାହା ସମସ୍ତଙ୍କୁ ଆକୃଷ୍ଟ କରି ଆସିଛି । ସେହିପରି ଏହି ପାହାଡ଼ ଉପରେ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଏ। ସେହିପରି ପ୍ରତିବର୍ଷ ଡିସେମ୍ବର 27 ତାରିଖରୁ ଏଠାରେ ଚାରି ଦିନ ଧରି 'ଚାନ୍ଦିଲି ମହୋତ୍ସବ' ଆୟୋଜନ କରାଯାଏ। ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକେ ସାମିଲ ହୋଇଥାନ୍ତି ।

Chandili Pahada
Chandili Pahada (ETV Bharat Odisha)

35ରୁ ଅଧିକ ଗୁମ୍ଫା :
ଏହି ଚାନ୍ଦିଲି ପାହାଡରେ 35ରୁ ଉର୍ଦ୍ଧ୍ବ ଛୋଟ ବଡ଼ ଗୁମ୍ଫା ଥିବା ସ୍ଥାନୀୟ ଲୋକେ କହନ୍ତି । ବର୍ତ୍ତମାନ ସୁଦ୍ଧା 15ଟି ଗୁମ୍ଫା ଠାବ ହୋଇଛି । ଯେଉଁଥିରେ ବାଘ ଗୁମ୍ଫା ମଧ୍ୟ ରହିଛି । ଲୋକଙ୍କ କହିବା ଅନୁସାରେ, ଏହି ଗୁମ୍ଫାରେ ପୂର୍ବରୁ ମହାବଳ ବାଘ ରହି ଆସୁଥିଲା । ସେହିପରି ଏଠାରେ ଆଉ ଏକ ଚିତା ଗୁମ୍ଫା ରହିଛି । ଯେଉଁ ଥିରେ ଚିତା ବାଘ ରହି ଆସୁଥିଲେ । ଏହା ଛଡା ଏଠି ଅନ୍ୟ ଗୁମ୍ଫା ମଧ୍ୟରେ ଏକ ବାଦୁଡ଼ି ଗୁମ୍ଫା ରହିଛି । ଯେଉଁଠି ଏବେବି ଲକ୍ଷାଧିକ ବାଦୁଡି ଅଛନ୍ତି । ରାତି ହେଲେ ସେମାନେ ସେଠାରୁ ବାହାରିଥାନ୍ତି । ଏହି ପାହାଡ଼ ଓ ସଲଗ୍ନ ଅଞ୍ଚଳରେ ବିଭିନ୍ନ ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ଅଟେ ।

Chandili Pahada
Chandili Pahada (ETV Bharat Odisha)

'ଶିକାର କରନ୍ତି ନାହିଁ ଅଞ୍ଚଳବାସୀ'

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଞ୍ଚଳବାସୀଙ୍କ କହିବା କଥା ଲୋକେ ନିଜେ ପଣ କରିଛନ୍ତି ଯେ ସେମାନଙ୍କର ଶିକାର କରିବେ ନାହିଁ । ବନ୍ୟଜନ୍ତୁଙ୍କ ସଂରକ୍ଷଣ କରିବେ। ସମାନ ଭାବରେ ଏଠାରେ ଆହୁରି ବୃକ୍ଷ ଲଗାଇ ଜଙ୍ଗଲକୁ ଆହୁରି ଘଞ୍ଚ କରିବାର ମଧ୍ୟ ଏଠାକାର ଲୋକେ ପଣ ନେବା ସହ କାମ କରୁଛନ୍ତି । ଏଠାରେ କାହାରିକୁ ଗଛ ମଧ୍ୟ କାଟିବାକୁ ଦିଆଯାଏ ନାହିଁ । ଏହି ଦେଶଣ୍ଡ ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ଜଗନ୍ନାଥ ସାଏ କୁହନ୍ତି, "ଏହି ଚାନ୍ଦିଲି ପାହାଡରେ ପୂର୍ବରୁ ମୁନି ଋଷିମାନେ ରହି ତପସ୍ୟା କରୁଥିଲେ । ପରେ ସେମାନେ କୁଆଡେ ଗଲେ ତାହାର କୌଣସି ତଥ୍ୟ ନାହିଁ । ଏଠାରେ ଏକ ବଟ ବୃକ୍ଷ ରହିଛି, ଯାହା ଶତାଧିକ ବର୍ଷରୁ ସମାନ ଆକାରରେ ଦେଖିବାକୁ ମିଳେ । ମୋର ଅଜା ଏହାକୁ ଏମିତି ଦେଖି ଆସିଥିଲେ। ପରେ ମୋ ବାପା ଓ ଏବେ ମୁଁ ମଧ୍ୟ ସେହି ସମାନ ଆକାରରେ ଦେଖି ଆସୁଛୁ। ଏହା ନା କେବେ ବଢୁଛି ନା କେବେ ମରୁଛି । ସେହିପରି ଏଠାରେ ଶୀତା କୁଣ୍ଡ, ଭୀମ କୁଣ୍ଡ ରହିଛି । ଯାହାର ପାଣି କେବେ ଶୁଖି ନଥାଏ । ଏଠାକୁ ଲୋକେ ଏସବୁ ଦେଖିବାକୁ ଓ ଭୋଜି କରିବାକୁ ଆସିଥାନ୍ତି ।"

Chandili Pahada
Chandili Pahada (ETV Bharat Odisha)

ବୃକ୍ଷରୋପଣ କରୁଛନ୍ତି ସ୍ଥାନୀୟବାସିନ୍ଦା:

ସ୍ଥାନୀୟ ବାସିନ୍ଦା ସନ୍ତୋଷ ମେହେର କହିଛନ୍ତି,"ଏହାର ପୌରାଣିକ ଯୁଗର ସମ୍ପର୍କ ରହିଛି । ଏପରିକି ସବୁ ସାମଗ୍ରୀ ପ୍ରମାଣ ଆକାରରେ ରହିଛି । ଭୀମ କୁଣ୍ଡ, ଶୀତା କୁଣ୍ଡ, ବଟ ବୃକ୍ଷ ଓ ଅନେକ ଗୁମ୍ଫା ରହିଛି । ଯାହାର ଅନେକ ବିଶେଷତ୍ୱ ଅଛି । ଏହି କୁଣ୍ଡଗୁଡ଼ିକରେ ପାଣି କେବେ ଶୁଖି ନଥାଏ । ଯେତେ ବ୍ୟବହାର କଲେ ମଧ୍ୟ ପାଣି ଯେମିତିକୁ ସେମିତି ରହିଥାଏ । ସେହିପରି ଏଠିକାର ଗୁମ୍ଫାଗୁଡ଼ିକରେ ତଥା ଏଠାକାର ଜଙ୍ଗଲରେ ବନ୍ୟ ଜନ୍ତୁ ସବୁ ରହିଛନ୍ତି । ଆମେ ଏଠାରେ ବନ୍ୟ ଜନ୍ତୁ ଶିକାର କରିବା ସମ୍ପୂର୍ଣ୍ଣ ଭାବରେ ନିଷେଧ କରିଛୁ । ସେହିପରି ଜଙ୍ଗଲ ବୃଦ୍ଧି ଦିଗରେ ମଧ୍ୟ ଆମେ ସମସ୍ତେ କାମ କରୁଛୁ । ନୂଆ ବୃକ୍ଷ ଲଗାଉଛୁ ।"

ଏହା ବି ପଢନ୍ତୁ...ଘଞ୍ଚ ଜଙ୍ଗଲରେ ଲୁଚି ରହିଛି ଭୀମ ମଣ୍ଡଳୀ, 20 ହଜାର ବର୍ଷ ପୁରୁଣା ରହସ୍ୟମୟ ସ୍ଥାନ

ଏହା ମଧ୍ୟ ପଢନ୍ତୁ-ଜଙ୍ଗଲ ଭିତରେ ଅଛି ମନ୍ଦିର କିନ୍ତୁ ନାହାନ୍ତି ଶିବ - ଶିବ ମନ୍ଦିରରେ ନାହିଁ ମୂର୍ତ୍ତି

ଏହା ମଧ୍ୟ ପଢନ୍ତୁ-300 ବର୍ଷର ପ୍ରାଚୀନ ମସଜିଦର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ହିନ୍ଦୁ - ମସଜିଦର ପୁନଃରୁଦ୍ଧାର କରିବେ ହିନ୍ଦୁ

ସ୍ଥାନୀୟ ନେତା ଲକ୍ଷ୍ମଣ ମେହେରଙ୍କ ମତରେ " ଚାନ୍ଦିଲି ପାହାଡ଼ ଦେଶଣ୍ଡ ଗ୍ରାମରେ ଅବସ୍ଥିତ । ଏହା 600 ଏକର ପରିଧିରେ ବ୍ୟାପିଛି । ସେହିପରି ଏହି ପାହାଡରେ ରାମାୟଣ ଓ ମହାଭାରତ ଯୁଗର ଅନେକ କିମ୍ବଦନ୍ତୀ ରହିଛି । ଏଠି ସୀତା କୁଣ୍ଡ, ଭୀମ କୁଣ୍ଡ ରହିଛି ଯାହାର ପାଣି କେବେ ଶୁଖେ ନାହିଁ । ସେହିପରି ଏଠି ସତ୍ୟ ବଟ ବୃକ୍ଷ ରହିଛି ଯାହାକୁ ମୁଁ 26 ବର୍ଷ ହେବ ଦେଖି ଆସୁଛି । ଏହା କେବେ ମରେ ନାହିଁ କିମ୍ବା ବଢେ ନାହିଁ । ସେହିପରି ଏଠି ଗୁପ୍ତ ଗଙ୍ଗା, ସପ୍ତର୍ଷି ଭଳି ସ୍ଥଳୀ ସହ 30 ରୁ ଅଧିକ ଗୁମ୍ଫା ରହିଛି । ଏହା ପାର୍ଶ୍ଵରେ ଏକ ବିରାଟ ଭିମ ପୋଖରୀ ରହିଛି । ଯେଉଁଥିରେ ଶୀତଋତୁରେ ବିଦେଶୀ ପକ୍ଷୀ ଆସିଥାନ୍ତି । ବେଶ ମନୋରମ ଦୃଶ୍ୟ ଏଠି ଦେଖିବାକୁ ମିଳିଥାଏ । ବିଗତ ସରକାର ଏହି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ 1 କୋଟି ଟଙ୍କା ଦେଇଥିଲେ । ସେହିପରି ଆହୁରି ପାଞ୍ଚ କୋଟି ଆସିବାର ଅଛି । ବର୍ତ୍ତମାନର ସରକାର ଆହୁରି ଟଙ୍କା ଅନୁଦାନ ଦେଲେ ଏହାର ବିକାଶ ହେବ ଓ ପର୍ଯ୍ୟଟନର ବିକାଶ ହେବ" ବୋଲି ସେ କହିଛନ୍ତି ।

ଚାନ୍ଦିଲି ପାହାଡ଼କୁ ନେଇ କ'ଣ କୁହନ୍ତି ଗବେଷକ ?
ଗବେଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହିଛନ୍ତି, "ଚାନ୍ଦିଲି ପାହାଡ଼କୁ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଏଠାରେ ପ୍ରାକ ଐତିହାସିକ ପ୍ରମାଣ ଥିବାବେଳେ ଶିଳା ଲିପି ସବୁ ରହିଛି । ଯାହାର ସ୍ଵତନ୍ତ୍ର ଗବେଷଣା ଆବଶ୍ୟକ ରହିଛି । ପଟଣାଗଡ଼ ଜଙ୍ଗଲ କିରବାଞ୍ଜି ରେଞ୍ଜ ଅଞ୍ଚଳରେ ଏହି ପାହାଡ ଅଛି । ପାହାଡର ବିଶେଷ କିଛି ବିଷୟ ବସ୍ତୁ ଏହାକୁ ସ୍ୱତନ୍ତ୍ର ପରିଚୟ ଦେଇ ଆସିଛି । ଆମେ ସରକାର ଓ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଏହାର ବିକାଶ ପାଇଁ ଚିଠି ଲେଖିଛୁ । ଗବେଷଣା ପାଇଁ ଟଙ୍କା ଏବଂ ଗବେଷକମାନେ ନିୟୋଜିତ ହେଲେ ପାହାଡର ଇତିହାସକୁ ନେଇ ଆହୁରି ତଥ୍ୟ ମିଳିପାରିବ ।"

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Dec 30, 2024, 3:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.