ହାଇଦ୍ରାବାଦ: ବର୍ଷ 2024 ଗୋଟିଏ ପଟେ ବିଦାୟ ନେଉଛି ଓ ଅନ୍ୟପଟେ ନୂଆବର୍ଷ 2025 ନୂତନ ଆଶା, ଆକାଂକ୍ଷା, ଉଦ୍ଦୀପନା ନେଇ ଆସିବାକୁ ପ୍ରସ୍ତୁତ ହେଉଛି । ପ୍ରତି ବର୍ଷ ପରି 2025ରେ ମଧ୍ୟ ଅନେକ ଘଟଣା ଘଟିବ । ଯଦି ଆମେ ଏଠାରେ ଗ୍ରହଣ ସମ୍ପର୍କରେ ଆଲୋଚନା କରିବା, ତେବେ ନୂଆବର୍ଷରେ 4ଟି ଗ୍ରହଣ ଲାଗିବ । ସେଥିରୁ ଦୁଇଟି ସୂର୍ଯ୍ୟ ପରାଗ ଓ ଦୁଇଟି ଚନ୍ଦ୍ର ଗ୍ରହଣ ହେବ । ହେଲେ ଭାରତବାସୀ କେବଳ ଗୋଟିଏ ଗ୍ରହଣ ଦେଖିପାରିବେ । ଏ ସମ୍ପର୍କରେ ଉଜ୍ଜୈନର ଜିୱାଜୀ ଅବଜରଭେଟୋରୀର ଅଧୀକ୍ଷକ ରାଜେନ୍ଦ୍ର ପ୍ରକାଶ ଗୁପ୍ତା ସୂଚନା ଦେଇଛନ୍ତି ।
ମାର୍ଚ୍ଚରେ ପ୍ରଥମ ଚନ୍ଦ୍ର ଗ୍ରହଣ
- ବର୍ଷର ପ୍ରଥମ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ 14ରେ ଆକାଶରେ ଦୃଶ୍ୟାନ ହେବ ।
- ଏହା ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଥିବା ବେଳେ ଦୁର୍ଭାଗ୍ୟବଶତଃ ଭାରତରେ ଦୃଶ୍ୟମାନ ହେବ ନାହିଁ । କାରଣ ଏହା ସକାଳ ସମୟରେ ହେବ ।
- ଏହି ଚନ୍ଦ୍ର ଗ୍ରହଣ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଓ ଦକ୍ଷିଣ ଏବଂ ଉତ୍ତର ଆଟଲାଣ୍ଟିକ୍ ମହାସାଗରୀୟ ଅଞ୍ଚଳରେ ଦୃଶ୍ୟମାନ ହେବ ।
ମାର୍ଚ୍ଚରେ ଆଂଶିକ ସୂର୍ଯ୍ୟ ପରାଗ
- ଏହାପରେ ମାର୍ଚ୍ଚ ମାସ ଶେଷରେ ଅର୍ଥାତ ମାର୍ଚ୍ଚ 29 ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ବା ଦ୍ବିତୀୟ ଗ୍ରହଣ ଅନୁଷ୍ଠିତ ହେବ ।
- କିନ୍ତୁ ଭାରତୀୟମାନେ ଏହାକୁ ଦେଖିପାରିବେ ନାହିଁ ।
- ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ ମହାସାଗର, ୟୁରୋପ ଓ ଉତ୍ତର-ପଶ୍ଚିମ ଋଷିଆରେ ଦୃଶ୍ୟମାନ ହେବ ।
ସେପ୍ଟେମ୍ବରରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ
- ଭାରତୀୟ ଜ୍ୟୋତିର୍ବିଜ୍ଞାନ ଉତ୍ସାହୀମାନେ ଗ୍ରହଣ ଦେଖିବା ଲାଗି ଉତ୍ସାହର ସହିତ ସେପ୍ଟେମ୍ବର 7-8 ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ । କାରଣ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମଗ୍ର ଭାରତରେ ଦୃଶ୍ୟମାନ ହେବ ।
- ଏସିଆର ଅନ୍ୟ ଦେଶ ତଥା ୟୁରୋପ, ଆଣ୍ଟାର୍କଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।
- ଏହି ଗ୍ରହଣ ରାତି 8:58ରୁ ମଧ୍ୟରାତ୍ରି 2:25 ପର୍ଯ୍ୟନ୍ତ ଚାଲିବ, ଯେଉଁଥିପାଇଁ ଚନ୍ଦ୍ର ଗାଢ ଲାଲ ରଙ୍ଗର ଦେଖାଯିବ ।
ସେପ୍ଟେମ୍ବରରେ ଶେଷ ଗ୍ରହଣ
- ବର୍ଷ 2025ର ଅନ୍ତିମ ଗ୍ରହଣ ସେପ୍ଟେମ୍ବର 21-22 ତାରିଖ ମଧ୍ୟରେ ଘଟିବ ।
- ଏହା ଆଂଶିକ ସୂର୍ଯ୍ୟ ପରାଗ ହେବାକୁ ଥିବା ବେଳେ ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ।
- ଏହି ଗ୍ରହଣ ନ୍ୟୁଜିଲାଣ୍ଡ, ପୂର୍ବାଞ୍ଚଳ ମେଲାନେସିଆ, ଦକ୍ଷିଣାଞ୍ଚଳ ପଲିନେସିଆ ଓ ପଶ୍ଚିମ ଆଣ୍ଟର୍କଟିକାରେ ଦୃଶ୍ୟମାନ ହେବ ।
ଏହା ବି ପଢନ୍ତୁ |
3ଥର ଦିଶିବ ଉଲ୍କା ବର୍ଷା
ଏହା ବ୍ୟତୀତ ଭାରତରେ 3 ପ୍ରମୁଖ ଉଲକା ବର୍ଷା ଦେଖିବାକୁ ମିଳିବ, ଯାହାର ଆରମ୍ଭ ଜାନୁଆରୀ 3-4 ଠାରୁ ଆରମ୍ଭ ହେବ । ଏହାର ଘଣ୍ଟା ପ୍ରତି 80-120 ଉଲକା ପିଣ୍ଡ ଆକାଶକୁ ଆଲୋକିତ କରିବ । ଏହାପରେ ଅଗଷ୍ଟ 12-13ରେ ଘଣ୍ଟା ପ୍ରତି 100 ଉଲକା ପିଣ୍ଡ ଦୃଶ୍ୟମାନ ହେବ ଏବଂ ଡିସେମ୍ବର 14-15ରେ ପ୍ରତି ଘଣ୍ଟା 150 ଉଲକା ପିଣ୍ଡ ଦୃଶ୍ୟମାନ ହେବ । ଏହି ଉଲକା ବର୍ଷାକୁ ଦେଖିବା ପାଇଁ କୌଣସି ବିଶେଷ ଉପକରଣ ଆବଶ୍ୟକ ହେବ ନାହିଁ, ତେଣୁ ସମସ୍ତେ ଏହି ଦୃଶ୍ୟକୁ ସ୍ପଷ୍ଟ ଭାବେ ଦେଖିପାରିବେ ।
ଅନ୍ୟ ବିରଳ ଘଟଣା
2025 ମସିହାରେ ଆକାଶରେ ତିନୋଟି ସୁପରମୁନ୍ ମଧ୍ୟ ଦୃଶ୍ୟମାନ ହେବ ଯାହା 7 ଅକ୍ଟୋବର, 5 ନଭେମ୍ବର ଏବଂ 5 ଡିସେମ୍ବରରେ ଘଟିବ । ଏଗୁଡ଼ିକ ସାଧାରଣ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ବଳ ଦେଖାଯିବ, ଯାହା ଏକ ଚମତ୍କାର ଦୃଶ୍ୟ ହେବାକୁ ଯାଉଛି । ଜାନୁଆରୀ 16ରେ ଏକ ବିରଳ ଘଟଣା ଘଟିବ, ଯାହାଦ୍ବାରା ଲୋହିତ ଗ୍ରହ ମଙ୍ଗଳ ପୃଥିବୀର ନିକଟକୁ ଆସିବ । ଏହି ଘଟଣାଟି ପ୍ରତି 2 ବର୍ଷ ଏବଂ 50 ଦିନରେ ଘଟିଥାଏ । ଏହାପରେ ଏପ୍ରିଲ 13 ତାରିଖରେ ପିଙ୍କ ମାଇକ୍ରୋମୁନ୍ ଆକାଶରେ ଦୃଶ୍ୟମାନ ହେବ ।