ETV Bharat / technology

ଭାରତରେ ଲଞ୍ଚ ହେଲା Rolls Royce Series II, ଦାମ 8.95 କୋଟି ଟଙ୍କା - ROLLS ROYCE GHOST FACELIFT LAUNCH

ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ Rolls Royce କମ୍ପାନୀ ଭାରତରେ Ghost Series II ଲଞ୍ଚ କରିଛି । ଏହା ତିନୋଟି ଭାରିଏଣ୍ଟରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ

Rolls Royce Series II
Rolls Royce Series II (Photo - Rolls Royce)
author img

By ETV Bharat Tech Team

Published : Dec 30, 2024, 4:06 PM IST

ହାଇଦ୍ରାବାଦ: ଅକ୍ଟୋବର 2024ରେ ରୋଲ୍ସ ରଏସ୍ ଘୋଷ୍ଟ ସିରିଜ୍-2 (Rolls Royce Ghost Series II) ବିଶ୍ବ ବଜାରରେ ଲଞ୍ଚ ହୋଇଥିଲା । ଏବେ ଏହି ବିଳାସପୂର୍ଣ୍ଣ ସେଡାନକୁ ଭାରତରେ ଉଲ୍ଲେଖନୀୟ ଉନ୍ନତି ସହିତ ଲଞ୍ଚ କରାଯାଇଛି । କମ୍ପାନୀ ଏହି ବିଳାସପୂର୍ଣ୍ଣ ସେଡାନ ବୁକିଂ କରିବା ଆରମ୍ଭ କରିଛି ଏବଂ ଏହାର ବିତରଣ 2025ର ପ୍ରଥମ ତ୍ରୟ ମାସରେ ଆରମ୍ଭ ହେବ ।

ମିଳିବ 3 ଭାରିଏଣ୍ଟ

ଏହି କାରକୁ ତିନୋଟି ଭିନ୍ନ ପ୍ରକାରରେ ଉପଲବ୍ଧ କରାଯାଇଛି- ଷ୍ଟାଣ୍ଡାର୍ଡ, ଏକ୍ସଟେଣ୍ଡେଡ୍‌ ଓ ବ୍ଲାକ୍‌ ବ୍ୟାଜ୍‌ ଉପଲବ୍ଧ କରାଯାଇଛି । ଏହି କାରର ଯଥାକ୍ରମେ 8.95 କୋଟି, 10.19 କୋଟି ଏବଂ 10.52 କୋଟି ଟଙ୍କା (ଏକ୍ସ-ଶୋ’ରୁମ୍) । କମ୍ପାନୀ ଏହି ସେଡାନକୁ ରି-ଡିଜାଇନ୍ କରିଛି ଏବଂ ନୂତନ ଘୋଷ୍ଟ ସିରିଜ୍ IIରେ ଏକ ନୂତନ ଏକ୍ସଟିରିଅର କଲର 'ମଷ୍ଟିକ୍‌ ବ୍ଲୁ' ସହ ଆସିଛି ।

ଏହା ବି ପଢନ୍ତୁ
  1. Kia Sonetର ସେଲ୍‌ରେ ରେକର୍ଡ; 1ଲକ୍ଷ ୟୁନିଟ ବିକ୍ରି ସଂଖ୍ୟା ପାର୍‌, ସନରୁଫ୍‌ର ଅଧିକ ଚାହିଦା
  2. ବର୍ଷ 2024ର ଟପ୍‌ ଇଲେକଟ୍ରିକ କାର୍‌; ଦିଏ 400KMରୁ ଅଧିକ ରେଞ୍ଜ

ଏହା ନୂତନ ଟ୍ରାପେଜାଇଡଲ୍ ଆକୃତିର ହେଡଲ୍ୟାମ୍ପ, ଅପଡେଟ୍ DRL ୟୁନିଟ୍, ସଂଶୋଧିତ ସାମ୍ନା ବମ୍ପର ଏବଂ ସୂକ୍ଷ୍ମ ଭାବରେ କାମ ହୋଇଥିବା ଏକ ଏୟାର ଇନଟେକ୍‌ ରହିଛି । ଏହାର ଟେଲଲ୍ୟାମ୍ପଗୁଡିକର ଡିଜାଇନ ସମାନ ରଖାଯାଇଛି, କିନ୍ତୁ ସେଗୁଡିକ ଏକ ନୂଆ ପ୍ୟାଟର୍ଣ୍ଣକୁ ସପୋର୍ଟ କରିଥାନ୍ତି । ଏହାବାଦ ନୂଆ ଘୋଷ୍ଟରେ ବର୍ତ୍ତମାନ ଦୁଇଟି ନୂତନ 22-ଇଞ୍ଚ୍ ହ୍ବିଲ ବିକଳ୍ପ ଦିଆଇଛି ଯାହାର 9-ସ୍ପୋକ୍ ଡିଜାଇନ୍ ଅଛି ।

Rolls Royce Ghost Facelift
Rolls Royce Ghost Facelift (Rolls Royce Motor Cars)

Rolls-Royce Ghostର ଇଣ୍ଟିରିଅର

ନୂତନ ରୋଲ୍ସ-ରୋଏସ୍ ଘୋଷ୍ଟ ଫେସେଲିଫ୍ଟ ଏହାର ପୁରୁଣା ମଡେଲର ଚମତ୍କାର ଡ୍ୟାସବୋର୍ଡ ଡିଜାଇନ୍ ବଜାୟ ରଖିଛି । କମ୍ପାନୀ ଏଥିରେ ଏକ ଆକର୍ଷଣୀୟ ଫୁଲ୍‌ ଲେନ୍ଥର ଗ୍ଲାସ୍ ପ୍ୟାନେଲ୍ ଦେଇଛି ଯାହାକି ରୋଲ୍ସ-ରୋଏସର ଅଭିନବ 'ସ୍ପିରିଟ୍‌' ଅପରେଟିଂ ସିଷ୍ଟମକୁ ଦର୍ଶାଇଥାଏ । ପଛ ସିଟ୍‌ରେ ବସି ଯାତ୍ରା କରିବାର ଅଭିଜ୍ଞତାକୁ ଅଧିକ ଉନ୍ନତ କରିବା ଲାଗି ସ୍କ୍ରିନରେ ଦୁଇଟି ଷ୍ଟ୍ରିମିଂ ଡିଭାଇସକୁ କନେକ୍ଟ କରିବାର ଅପସନ ଦିଆଯାଇଛି । ଅନ୍ୟ ମୁଖ୍ୟ ଫିଚର ସମ୍ପର୍କରେ କହିଲେ, ଏହି ସେଡାନରେ ୱେୟାରଲେସ ହେଡଫୋନ୍‌ କନେକ୍ଟିଭିଟି, ସେଣ୍ଟର କନସୋଲ୍‌ରେ ଥିବା USB-C ପୋର୍ଟ ଓ ଅଧିକ ପାୱାରଫୁଲ 1400W ଆମ୍ପ୍ଲିଫାୟାର ସାମିଲ ।

Rolls-Royce Ghostର ପାୱାରଟ୍ରେନ

ଏହି ସେଡାନରେ ସମାନ 6.75-ଲିଟର ଟ୍ବିନ୍-ଟର୍ବୋ V12 ଇଞ୍ଜିନ୍ ବ୍ୟବହୃତ ହୋଇଛି, ଯାହା ସହିତ ଏହା 8-ସ୍ପିଡ୍ ସ୍ବୟଂଚାଳିତ ଟ୍ରାନ୍ସମିସନ୍ ଯୋଡା ଯାଇଛି । ଏହି ଇଞ୍ଜିନ୍ ଷ୍ଟାଣ୍ଡାର୍ଡ ଏବଂ ଏକ୍ସେଟେଣ୍ଡେଡ ଏଡିସନରେ 555bhp ଶକ୍ତି ଏବଂ 850Nm ଟର୍କ ଉତ୍ପାଦନ କରୁଥିବାବେଳେ ବ୍ଲାକ୍ ବ୍ୟାଜ୍ ଭର୍ସନ 584bhp ଶକ୍ତି ଏବଂ 900Nm ଟର୍କ ପ୍ରଦାନ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.