ସମ୍ବଲପୁର:ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାର କାରଣ ହେଉଛି ଏଠାରେ ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ସମ୍ବଲପୁର ବିଧାନସଭା ଆସନରେ ବିଜେପିର ଜୟନାରାୟଣ ମିଶ୍ର ଓ ବିଜେଡିର ରୋହିତ ପୂଜାରୀଙ୍କ ମଧ୍ୟରେ କଡା ଲଢେଇ ହେବାକୁ ଯାଉଛି । ପୂର୍ବରୁ ଜୟନାରାୟଣ ମିଶ୍ର ଅସୁସ୍ଥତା ଯୋଗୁଁ ବିଗତ ଗୋଟିଏ ବର୍ଷ ଧରି ସମ୍ବଲପୁର ଆସୁନଥିବାରୁ ଏହାକୁ ନେଇ ବିଜେଡି ପ୍ରସଙ୍ଗ କରି ଆଗୁଆ ରହିଥିଲା । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁରରେ ଘନ ଘନ ପ୍ରଚାର ପରେ ତାଙ୍କର କ୍ରେଜ ଯୋଗୁଁ ଏବେ ସମୀକରଣରେ କିଛିଟା ପରିବର୍ତ୍ତନ ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।
ବର୍ତ୍ତମାନର ପରିସ୍ଥିତିରେ ସମ୍ବଲପୁର ବିଧାନସଭା ଆସନରେ ଜୟ ନାରାୟଣ ମିଶ୍ର ଓ ରୋହିତ ପୂଜାରୀଙ୍କ ମଧ୍ୟରେ କେହି କାହାରିଠୁ କମ ନୁହଁନ୍ତି ବୋଲି ରାଜନୀତି ବିଶ୍ଳେଷକ ମତ ଦେଉଛନ୍ତି । ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟତଃ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଯେଉଁ କ୍ରେଜ ରହିଛି ତା' ଯୋଗୁଁ ରାଜନୈତିକ ଦୃଷ୍ଟିକୋଣରୁ ଜୟନାରାୟଣ ମିଶ୍ରଙ୍କ ସ୍ଥିତି ସୁଧୁରିଥିବା ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ରଙ୍କ ଫେସ୍ ଭେଲ୍ୟୁ ବା ତାଙ୍କ କ୍ରେଜ କାରଣରୁ ଜୟନରାୟଣ ମିଶ୍ରଙ୍କ ନିର୍ବାଚନ ବୈତରଣୀ ପାର୍ ହେବାର ସମ୍ଭାବନା ରହିଛି ବୋଲି ରାଜନୀତି ବିଶ୍ଳେଷକ ମତ ରଖିଛନ୍ତି । ଅନ୍ୟପଟେ ସମ୍ବଲପୁରରେ ଜୟନାରାୟଣଙ୍କ ଭଲ ସଂଗଠନ ରହିଥିବା ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ସମ୍ବଲପୁର ଆସି ପାରିନଥିବାରୁ ଏହାକୁ ନେଇ ବିଜେଡି ତାଙ୍କ ଉପରେ ବାରମ୍ବାର ପ୍ରଶ୍ନ କରି ଆସୁଛି ।
ଏହା ମଧ୍ୟ ପଢନ୍ତୁ ...24 ବର୍ଷର ସରକାରରେ ଓଡ଼ିଶାରେ କାହିଁକି ବିକାଶ ହୋଇନାହିଁ: ଧର୍ମେନ୍ଦ୍ର ପ୍ରଧାନ - Modi Guarantee