ଓଡିଶା

odisha

ETV Bharat / politics

ନନାଙ୍କ ପାଇଁ ଭୋଟ ମାଗିଲେ ମୋଦି, କର୍ମୀ ଓ ନେତାଙ୍କୁ ଦେଲେ ବିଜୟର ଗୁରୁମନ୍ତ୍ର - PM MODI BALASORE VISIT

PM Narendra Modi's Balasore Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିଥିଲେ । ଏହି କ୍ରମରେ ବାଲେଶ୍ବର ଆସି ନେତା ଓ କର୍ମୀଙ୍କୁ ଲୋକସଭା ଓ ବିଧାନସଭାରେ ବିଜୟ ହାସଲ କରିବା ପାଇଁ ଉତ୍ସାହିତ କରିଛନ୍ତି । ଅଧିକ ପଢନ୍ତୁ

PM Narendra Modi's Balasore Visit
PM Narendra Modi's Balasore Visit (ETV Bharat Odisha)

By ETV Bharat Odisha Team

Published : May 29, 2024, 10:18 PM IST

ବାଲେଶ୍ବର:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାରାଥନ ଓଡିଶା ଗସ୍ତ ଫଳରେ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । ବାଲେଶ୍ବର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀର ନରହରିପୁର ପଡ଼ିଆରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦିଙ୍କ ପ୍ରଚାରରେ ନେତା ଏବଂ କର୍ମୀମାନେ ବେଶ ଉତ୍ସାହିତ ଥିବା ବେଳେ ଏଥର 400 ପାର ନାରା ସଫଳ ହେବାକୁ ଯାଉଛି ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି । ନରହରିପୁର ପଡ଼ିଆରେ ମୋଦି ଅପରାହ୍ନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦଳୀୟ ପ୍ରାର୍ଥୀ ଏବଂ କର୍ମୀମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

PM Narendra Modi's Balasore Visit (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ବାରିପଦାରେ ଗର୍ଜିଲେ ମୋଦି: ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ପଛରେ ଷଡଯନ୍ତ୍ର, ବିଜେପି ଶାସନକୁ ଆସିଲେ ହେବ ତଦନ୍ତ - PM MODI TARGET BJD GOVT

ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ସିଧାସଳଖ ଭାବେ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଥିବା କିଛି ଲୋକ ତାଙ୍କୁ ଗୃହବନ୍ଦୀ କରି ରଖିଥିବା କଥା କହିବା ସହ ନବୀନ ବାବୁଙ୍କ ସ୍ବାସ୍ଥ୍ୟବସ୍ଥା ଏତେ ମାତ୍ରାରେ କାହିଁକି ବିଗିଡି ଯାଉଛି ବୋଲି କହିଥିଲେ । ଏଥର ବିଜେପି ସରକାର ଆସିଲେ ପ୍ରଥମେ ନବୀନ ବାବୁଙ୍କ ସ୍ବାସ୍ଥ୍ୟବସ୍ଥା ଖରାପର କାରଣ କଣ ତାହା ଉପରେ ତଦନ୍ତ କରାଯିବ ବୋଲି କହିଥିଲେ । ଏହାସହ ବାଲେଶ୍ବର ଓ ଭଦ୍ରକ ଲୋକସଭା ପ୍ରାର୍ଥୀ ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଦୁଇଥର ପଦ୍ମ ଚିହ୍ନରେ ଭୋଟ ଦେବାପାଇଁ ଜନତାଙ୍କୁ ନିବେଦନ କରିଥିଲେ । ଅସହ୍ୟ ଗୁଳୁଗୁଳିରେ ମୋଦିଙ୍କ ଭାଷଣ ଶୁଣିବା ପାଇଁ ଲକ୍ଷାଧିକ ଲୋକ ଅପେକ୍ଷା କରି ରହିଥିଲେ ।

ସେହିପରି ଆଜି କୁରୁଡ଼ା ପଡ଼ିଆରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମୋଦିଙ୍କୁ ଟାର୍ଗେଟ କରି କହିଥିବା କଥାର ପ୍ରତିକ୍ରିୟା ରଖି ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ଯେ, କଂଗ୍ରେସ ଦଳର ଅବସ୍ଥା ଏବେ ଯାହା ତାହା ସମସ୍ତଙ୍କୁ ଜଣା, ଏହାରି ଭିତରେ ସେମାନେ ଦୁଇ ଅଙ୍କ ଛୁଇଁବା କଷ୍ଟକର, ଏଥିପାଇଁ ସେମାନଙ୍କ କଥାର କୌଣସି ଗୁରୁତ୍ବ ନାହିଁ । ଏହାସହ କର୍ମୀମାନେ ମୋଦିଙ୍କ ପ୍ରଚାର ପରେ ଉତ୍ସାହିତ ହୋଇଛନ୍ତି । ମୋଦିଙ୍କ ଡାକରା ସଫଳ କରିବାକୁ କର୍ମୀମାନେ ଆହୁରି କାର୍ଯ୍ୟ କରିବେ ବୋଲି କର୍ମୀମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details