ଭୁବନେଶ୍ବର:ଆଜିଠୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା DG-IG ସମ୍ମିଳନୀ । ପ୍ରଥମ ଥର ପାଇଁ ଓଡ଼ିଶାରେ ହୋଇଛି ଡିଜିପି ସମ୍ମିଳନୀ । ଏଥିରେ ଯୋଗ ଦେବାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱରରେ ମୋଦିଙ୍କ 3 ଦିନ ରହଣୀ ମୋହନ ମାଝୀ ସରକାରକୁ ଅଧିକ କ୍ରିୟାଶୀଳ କରିବ ବୋଲି ଚର୍ଚ୍ଚା ହେଉଛି । କାରଣ କେବଳ ଡିଜିପି ସମ୍ମିଳନୀ ନୁହେଁ ଗସ୍ତର ପ୍ରଥମ ଦିନରେ ଜନାସଭା କରି ଓଡ଼ିଶାର ବିକାଶର ନକ୍ସା କଥା କହିଛନ୍ତି ମୋଦି । ଗୋଟେ ପଟେ ଜାତୀୟ ସୁରକ୍ଷାକୁ ନେଇ ମାନସ ମନ୍ଥଥ ହେଉଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନେତା ସାଂସଦଙ୍କ ରିପୋର୍ଟ କାର୍ଡ ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ 3 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଯାହା ରାଜ୍ୟ ବିଜେପି ପାଇଁ ବୁଷ୍ଟ ହୋଇପାରେ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଏହି 3 ଦିନିଆ ଗସ୍ତ କାର୍ଯ୍ୟକ୍ରମକୁ ନେଇ ରାଜନୀତି ବି ସରଗରମ ।
ଉତ୍ସାହିତ ବିଜେପି ଶିବିର:
3 ଦିନିଆ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର କେହି ପ୍ରଧାନମନ୍ତ୍ରୀ 3 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଯାହାକୁ ନେଇ ଉତ୍ସାହିତ ବିଜେପି ଶିବିର,କର୍ମୀ ଓ ନେତା । ପ୍ରିୟ ନେତାଙ୍କୁ ପାଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଜି ଆଜି ଚଳଚଞ୍ଚଳ । ଆଗକୁ ପୌର ନିର୍ବାଚନ ଏଥିପାଇଁ ପ୍ରଧାନମନ୍ତ୍ରୀ ନେତା କର୍ମୀଙ୍କୁ ଦେଇପାରନ୍ତି ଗୁରୁମନ୍ତ୍ର । ଏଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଥିଲା ରୁଦ୍ଧଦ୍ବାର ବୈଠକ ।
ଓଡ଼ିଶା ପାଇଁ ବିକାଶ ପଥ ଖୋଲିବ: ବିଜେପି
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଏକାମ୍ର ବିଧାୟକ ବାବୁ ସିଂହ କହିଛନ୍ତି, ‘ପୂର୍ବ ଭାରତରେ ଓଡିଶା ବିକାଶର ଶ୍ରେଷ୍ଠ ରାଜ୍ୟ ହେବ । ବିକାଶର ନୂଆ ଫର୍ଦ ଜୋଡା ହେବ । ଓଡିଶା ବିକାଶରେ ନିଜକୁ ସାମିଲ କରିବେ ପ୍ରଧାନମନ୍ତ୍ରୀ । ନୂଆ ଦିଶା ଦେବେ, ନୂଆ ଦିଗନ୍ତ ଦେବେ,ଓଡିଶା ବିକାଶ ପଥରେ ଆଗେଇବ । ଆଗାମୀ ଦିନରେ ଏହା ଏକ ମାଇଲ ଖୁଣ୍ଟ ହେବ । ଆଜି ଉତ୍ସାହିତ ବିଜେପି ଶିବିର,ଓଡିଶା ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ବିଶ୍ୱର ସର୍ବଶ୍ରେଷ୍ଠ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସିଛନ୍ତି । ଓଡିଶା ପାଇଁ ବିକାଶ ପଥ ଖୋଲିବ । ଖାଲି ପୋଲିସର କାର୍ଯ୍ୟକ୍ରମ ହେବ ନାହିଁ କର୍ଯ୍ୟକର୍ତ୍ତାଙ୍କ ମଧ୍ୟ ମନୋବଳ ବଢିବା ସଂଗେ ସଂଗେ ଓଡିଶା ପାଇଁ ବିକାଶ ହେବ । ସରକାର କିଭଳି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ । ପ୍ରଧାନମନ୍ତ୍ରୀ କିଭଳି ଭାବେ ଓଡ଼ିଶାର ଉନ୍ନତି ପାଇଁ ସ୍ୱପ୍ନ ଦେଖୁଛନ୍ତି । ମୋ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ସମସ୍ତ କର୍ମୀ ବିକାଶ ବାର୍ତ୍ତା ନେଇ ଘରକୁ ଯିବେ । ପ୍ରଥମଥର ପାଇଁ ସାରା ଦେଶର ଆଲୋଚନା ହେବ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବିଷୟରେ ଆଲୋଚନା ହେବ । ନିର୍ବାଚନ ପ୍ରତିଥର ଆସିବ ଯିବ, ବିକାଶ ଆମ ମୂଳ ଲକ୍ଷ୍ୟ ହେବା ଦରକାର । ଓଡିଶା ଆଗେଇବା ଦରକାର ।’
ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ବିକାଶ ନକ୍ସା ଦେଖାଇଲେ ମୋଦି, ବିରୋଧୀଙ୍କୁ କଲେ ନିଶାନାDG-IG ସମ୍ମିଳନୀ: ଲୋକସେବା ଭବନରେ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ |
ଦେଖାଇହେବା ବଡ଼ କଥା ନୁହେଁ କାମ କରିବା ବଡ଼କଥା: ବିଜେଡି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ‘ଏବେ ବି ନବୀନ ସର୍ବାଗ୍ରେ ଲୋକପ୍ରିୟ ରହିଛନ୍ତି । 150 ଦିନର ରିପୋର୍ଟ କାର୍ଡରେ ବିକାଶ ମୂଳକ କାର୍ଯ୍ୟ ଠପ ହୋଇଯାଇଛି । ବିଭିନ୍ନ ପ୍ରସଙ୍ଗରେ ସରକାର ପଛରେ । ସବୁଠି ସରକାର ଫେଲରେ ଚାଲିଛି, ତେଣୁ ଏସବୁକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ଆସିଥାଇ ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦେଖେଇ ହେବା କାର୍ଯ୍ୟକ୍ରମ । ତେଣୁ ଦେଖାଇ ହେବା ବଡ଼ କଥା ନୁହେଁ କାମ କରିବାଟା ବଡ଼ କଥା । ମୁଁ ବିଜେପିର ବନ୍ଧୁ ମାନଙ୍କୁ ଅନୁରୋଧ କରିବି, ରାଜ୍ୟର ସ୍ୱାର୍ଥକୁ ଆପଣ ମାନେ ସହିତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଉପସ୍ଥାପିତ କରନ୍ତୁ । ସେ ପୋଲାଭରାମ ପ୍ରକଳ୍ପ ହେଉ, ମହାନଦୀ ଜଳ ବିବାଦ ପ୍ରସଙ୍ଗ ହେଉ, ତା ସହିତ ରେଳବାଇ କ୍ଷେତ୍ରରେ ଅବହେଳା ପ୍ରସଙ୍ଗ ହେଉ ଉପସ୍ଥାପନ କରନ୍ତୁ ।’
ଓଡ଼ିଶାକୁ ସ୍ବତନ୍ତ୍ର ପ୍ୟାକେଜ ଦିଅନ୍ତୁ ପ୍ରଧାନମନ୍ତ୍ରୀ:
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ‘ଓଡିଶାରୁ ବିଜେପି ସଂସଦୀୟ କ୍ଷେତ୍ର ପୋଛି ନେଇଛି । ୨୦ ଜଣ ସାଂସଦ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ସରକାର ଗଢିବାରେ ସକ୍ଷମ ହୋଇଛନ୍ତି । ଓଡ଼ିଶାର ଅବଦାନ ନରେନ୍ଦ୍ର ମୋଦିଙ୍କ ପାଇଁ ବହୁଗୁରୁତ୍ୱ ବହନ କରେ । ସେଥିପାଇଁ ଓଡିଶା ଉପରେ ମୋଦିଙ୍କ ଫୋକସ ରହିଛି । ସେଥିପାଇଁ ମୋଦି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ । ଓଡିଶାବାସୀ ଅନେକ ବିଶ୍ୱାସ କରି 20 ଜଣ ସାଂସଦ କେନ୍ଦ୍ରକୁ ପଠାଇଲେ । ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଓଡିଶା ଆସିଛନ୍ତି । ହେଲେ ସେପଟେ କନ୍ଧମାଳରେ ଆମ୍ବ ଟାକୁଆ ଯାଉ ଖାଇ ମୃତ୍ୟୁବରଣ କରୁଛନ୍ତି । ଓଡ଼ିଶାରେ ଚାଷ ପାଇଁ ପାଣିର ଅଭାବ, ପୋଲାଭରମକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଲେ ସରକାର ହେଲେ ଏହା ଫଳରେ ମାଲକାନଗିରିରେ ଅଧାରୁ ଅଧିକ ଜାଗା ଜଳମଗ୍ନ ହେବ । କୋଟିଆ ଓଡ଼ିଶାର ଏକ ଅଭିଚ୍ଛେଦ୍ୟ ଅଙ୍ଗ ତାକୁ ମଧ୍ୟ ସମାଧାନ କଲେ ନାହିଁ । ଓଡିଶାବାସୀ ଭଲ ପାଇ ଯେଉଁ ସରକାର ଦେଇଛନ୍ତି ଗାଁ ଗହଳିରେ କୋଉଠି ବି ବିକାଶ ହୋଇପାରିଲା ନାହିଁ । ଆମେ ଦାବି କରୁଛୁ ଓଡ଼ିଶାକୁ ସ୍ବତନ୍ତ୍ର ପ୍ୟାକେଜ ଦିଅନ୍ତୁ ପ୍ରଧାନମନ୍ତ୍ରୀ ।