ETV Bharat / politics

ପାଣ୍ଡିଆନଙ୍କ ରାଜନୀତିକୁ ବର୍ଷେ: କଣ୍ଟକିତ ନା ଗୋଲାପି ରାସ୍ତା ?

ଭି.କେ ପାଣ୍ଡିଆନଙ୍କ ରାଜନୀତି ଜୀବନକୁ ବର୍ଷେ । ପ୍ରଶାସନିକ ଅଧିକାରୀକୁ କେମିତି ହେଲେ ରାଜନେତା । କିଭଳି ବିଜେଡିରେ ବଢ଼ିଥିଲା ଦବଦବା ।

VK PANDIAN
VK PANDIAN (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ଭୈରବ କାର୍ତ୍ତିକେୟନ ପାଣ୍ଡିଆନ । ଓଡ଼ିଶାର ଏକ ଜଣାଶୁଣା ନାଁ । ପ୍ରଶାସନିକ ଓ ରାଜନୈତିକ ମହଲରେ ଜଣେ ଚର୍ଚ୍ଚିତ ଚେହେରା । ପ୍ରଶାସନିକ ଅଧିକାରୀ ଭାବେ ଭି.କେ ପାଣ୍ଡିଆନଙ୍କ ଦକ୍ଷତା ଯେତିକି ପ୍ରଭାବି ଥିଲା, ରାଜନୀତି କ୍ଷେତ୍ରରେ ତାଙ୍କର ଭୂମିକା ତା'ଠାରୁ ଅଧିକ ବିବାଦୀୟ ହୋଇଛି । ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଏହି ଚର୍ଚ୍ଚିତ ବ୍ୟକ୍ତିଙ୍କ ବିବାଦୀୟ ଭୂମିକା ନେଇ ଆକଳନ ଜାରି ରହିଛି ।

ବରିଷ୍ଠ ସାମ୍ବାଦିକ ରବି ଦାସ (ETV Bharat Odisha)

ପାଣ୍ଡିଆନଙ୍କ ରାଜନୀତି ପ୍ରବେଶକୁ ବର୍ଷେ:

୨୦୨୩ ନଭେମ୍ବର ୨୭ ତାରିଖ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ଭି.କେ ପାଣ୍ଡିଆନ । ପ୍ରାୟ ୨୪ ବର୍ଷର ସର୍ବ ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତି ମୈଦାନକୁ କୁଦ ମାରିଥିଲେ ପାଣ୍ଡିଆନ । ଗତବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ନବୀନ ନିବାସରେ ଶଙ୍ଖ ଫୁଙ୍କିଥିଲେ ତାମିଲ ପୁଅ ତଥା ଓଡିଶା ଜ୍ୱାଇଁ । ପାଣ୍ଡିଆନଙ୍କ ରାଜନୀତିରେ ପ୍ରବେଶକୁ ବର୍ଷେ ପୁରିଛି । ପ୍ରଶାସକରୁ ନେତା ହୋଇଥିବା ପାଣ୍ଡିଆନଙ୍କ ରାଜନୈତିକ କ୍ୟାରିଅର ଟେକ ଅନ ପୂର୍ବରୁ କ୍ରାସ ହୋଇଯାଇଥିବା ଚର୍ଚ୍ଚା ହେଉଛି । କାରଣ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ପାଣ୍ଡିଆନ ନିର୍ବାଚନ ପରେ ରାଜନୀତିରୁ ଅଲବିଦା କହିଛନ୍ତି ।

ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା:

VK Pandian
VK Pandian (ETV Bharat Odisha)

ଦୀର୍ଘ ୨୪ ବର୍ଷର ବିଜେଡିର ଅପରାଜୟ ରେକର୍ଡରେ ବ୍ରେକ ଲାଗିଛି । ବିଜେଡି କ୍ଷମତାରୁ ଯିବାକୁ ପ୍ରାୟ ୬ ମାସ ହୋଇଗଲାଣି । ପାଣ୍ଡିଆନଙ୍କ ଭବିଷ୍ୟତ ଓ ବିଜେଡିରେ ତାଙ୍କ ଭୂମିକାକୁ ନେଇ ପୁଳା ପୁଳା ଅସମାହିତ ପ୍ରଶ୍ନ ଲାଗି ରହିଛି । ଯାହାର ଉତ୍ତର କାହା ପାଖରେ ନାହିଁ । ଦଳ, ଦଳର ସଭାପତି ନବୀନ ପଟ୍ଟନାୟକ କିମ୍ବା ଖୋଦ ପାଣ୍ଡିଆନ ସ୍ପଷ୍ଟ କରିନାହାନ୍ତି । ଦଳୀୟ ନେତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ହେଲେ ବାଟ କଢେଇ ଚାଲିଯିବାକୁ ସେମାନେ ଶ୍ରେୟସ୍କର ମନେ କରୁଛନ୍ତି । ବିଜେଡି ଶାସକ ଦଳ ଓ ଶାସନ କଳରେ ଥିବାବେଳେ ଅତ୍ୟନ୍ତ କ୍ଷମତାଶାଳୀ ହୋଇପଡ଼ିଥିବା ପାଣ୍ଡିଆନଙ୍କୁ ନେଇ ଦଳ ଓ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି । ନବୀନ କ୍ଷମତାଚ୍ୟୁତ ହେବା ପରେ ତାଙ୍କ ଉପରେ ଏବେ ବି ସମସ୍ତଙ୍କ ନଜର ରହିଛି ।

ବିଜେଡିରେ ବଢିଥିବା ଦବଦବା:

VK Pandian
VK Pandian (ETV Bharat Odisha)

୨୦୧୨ ମସିହାରେ ବିଜେଡିର ତତ୍କାଳୀନ କ୍ଷମତା କେନ୍ଦ୍ର ପ୍ୟାରୀମୋହନ ମହାପାତ୍ର ବିଜେଡିରୁ ବିଦା ହେଲା ପରେ ପାଣ୍ଡିଆନ ଧୀରେ ଧୀରେ ପ୍ରଭାବ ବିସ୍ତାର କରିଥିଲେ । ପାଣ୍ଡିଆନ ପ୍ରଥମେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ବଣ୍ଟନରେ ତାଙ୍କର କିଛିଟା ଭୂମିକା ଥିଲା । ୨୦୧୪ ନିର୍ବାଚନ ପରେ ଦଳ ଭିତରେ ଓ ଶାସନ କଳରେ ପାଣ୍ଡିଆନଙ୍କ ଦବଦବା ବଢ଼ିଥିଲା । ୨୦୧୯ରେ ବିଜେଡି ଟିକେଟ ବଣ୍ଟନରେ ପାଣ୍ଡିଆନ ବଡ଼ ଭୂମିକା ନେଇଥିବା କୁହନ୍ତି ବରିଷ୍ଠ ସାମ୍ବାଦିକ । ଚାକିରିରେ ଥାଇ ବିଜେଡିର ଦଳୀୟ ବ୍ୟାପାରରେ ସେ ମୁଣ୍ଡ ଖେଳାଉଥିବା ଅଭିଯୋଗ ଢେର ଲମ୍ବା । ନିକଟ ଅତୀତରେ ବିଜେଡି ଛାଡିଥିବା ସମସ୍ତ ନେତାଙ୍କର ଏହା ହିଁ ଏକମାତ୍ର ସମାନ ଅଭିଯୋଗ । ପ୍ରଚ୍ଛଦପଟ୍ଟରେ ରହି ସେ ନବୀନ ଓ ବିଜେଡି ଲାଗି ରଣନୀତି ପ୍ରସ୍ତୁତ କରୁଥିଲେ ।

ନବୀନଙ୍କ ଛାଇ ହୋଇ ରହୁଥିଲେ!

VK Pandian
VK Pandian (ETV Bharat Odisha)

ବିଜେଡି ସଭାପତି ମଧ୍ୟ ଖୋଲା ମନରେ ତାଙ୍କୁ ସୁଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ନବୀନଙ୍କ ନେତୃତ୍ବରେ ବିଜେଡି ଏକପାଖିଆ ବିଜୟ ହାସଲ କରିଥିଲା । ଏହା ପରେ ପାଣ୍ଡିଆନଙ୍କ ଆଧିପତ୍ୟ ଆହୁରି ବଢ଼ିଥିଲା । ବିଜେଡି ଦଳରେ ପୁରୁଖା ନେତାମାନେ ଗୌଣ ହୋଇଯାଇଥିଲା ବେଳେ ପ୍ରଶାସନରେ ବରିଷ୍ଠ ଅଧିକାରୀମାନେ କୋଣଠେସା ହୋଇଯାଇଥିଲେ । କୋଭିଡ ସମୟରେ ନବୀନ ଲୋକସେବା ଭବନ ଆସିବା ବନ୍ଦ କରି ନବୀନ ନିବାସରୁ ଶାସନ କଲେ । ଆଉ ପାଣ୍ଡିଆନ ନବୀନଙ୍କ ପାଖରେ ଛାଇ ହୋଇ ସବୁବେଳେ ରହିଲେ । 5T ବିଭାଗର ସଚିବ ଭାବେ ଅବସ୍ଥାପିତ କରି ପାଣ୍ଡିଆନଙ୍କୁ ଆହୁରି କ୍ଷମତାଶାଳୀ କରାଗଲା ।

୨୦୨୩ ଅକ୍ଟୋବରରେ ଚାକିରି ଛାଡ଼ିଥିଲେ:

VK Pandian
VK Pandian (ETV Bharat Odisha)

ଅଭିଯୋଗ ସଂଗ୍ରହ ନାଁ'ରେ ପାଣ୍ଡିଆନ ଜିଲ୍ଲା ପରେ ଜିଲ୍ଲା ବୁଲିଲେ । ବର୍ଷତମାମ ପାଣ୍ଡିଆନ ସାରା ଓଡ଼ିଶା ବୁଲି ବଡ଼ ବଡ଼ ସଭା କଲେ । ଶାସକ ଦଳ ନେତା, ବିଧାୟକମାନେ ସଭାକୁ ସଫଳ କରିବା ପାଇଁ ଲାଗିପଡ଼ିଲେ । ଚାକିରିରେ ଥାଇ ପାଣ୍ଡିଆନ ଏମିତି କରିବା ଘଟଣାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଏହାପରେ ଶାରଦୀୟ ପୂଜା ଅବସରରେ ୨୦୨୩ ଅକ୍ଟୋବରରେ ସେ ଚାକିରି ଛାଡ଼ିଥିଲେ । ମାସେ ପରେ ଅର୍ଥାତ ନଭେମ୍ବର ୨୭ରେ ସେ ବିଜେଡିରେ ଯୋଗ ଦେଇଥିଲେ । ପାଣ୍ଡିଆନ ଆଇଏଏସ ଚାକିରି ଛାଡ଼ିଲା ପରେ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କର କେହି ବ୍ୟକ୍ତିଗତ ସଚିବ ବି ନିଯୁକ୍ତ ହୋଇନଥିଲେ । ଯାହା ସମସ୍ତଙ୍କୁ ଚକିତ କରିଥିଲା ।

BJD ତାରକା ପ୍ରଚାରକ ତାଲିକାରେ ଦ୍ଵିତୀୟରେ ଥିଲେ ପାଣ୍ଡିଆନ:

VK Pandian
VK Pandian (ETV Bharat Odisha)

ଓଡ଼ିଶାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶ୍ରେୟ ସେ ହିଁ ନେବାକୁ ଉଦ୍ୟମ କରିଥିଲେ । ବରମୁଣ୍ଡା ଓ କଟକ ବସଷ୍ଟାଣ୍ଡ ନିର୍ମାଣ, ସୁନ୍ଦରଗଡ଼ର ବିର୍ଷାମୁଣ୍ଡା ହକି ଷ୍ଟାଡିୟମ ପ୍ରସ୍ତୁତ, ସ୍କୁଲ ଏବଂ କଲେକ ଉନ୍ନତିକରଣରେ ନିଜର ଛାପ ଛାଡିବାକୁ ସେ ଭରପୁର ଚେଷ୍ଟା କରିଥିଲେ । ଚଳିତ ନିର୍ବାଚନରେ ପାଣ୍ଡିଆନଙ୍କ ଭୂମିକା ସମସ୍ତଙ୍କୁ ଚକିତ କରିଥିଲା । ବିଜେଡି ଟିକେଟ ବାଣ୍ଟିବା ସହ ଦଳ ପକ୍ଷରୁ ଜାରି ହୋଇଥିବା ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ସେ ଦ୍ଵିତୀୟରେ ଥିଲେ । ନବୀନଙ୍କ ପରେ ପାଣ୍ଡିଆନଙ୍କ ସଭାକୁ ଦଳର ନେତାମାନେ ଅଧିକ ଗୁରୁତ୍ବ ଦେଇଥିଲେ । ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀ ବୁଲି ସଭା କରିବା ସହ ସେ ରୋଡ ସୋ’ କରିଥିଲେ । ଦଳର ବରିଷ୍ଠ ନେତାଙ୍କୁ ନିଜ ଅଞ୍ଚଳରେ ସୀମିତ କରିଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଫେରିଲେ ସୁଜାତା, ବିଜେଡି ମାର୍କା ଅଫିସର ଉପରେ କଠୋର ହେବେ କି ମୋହନ ମାଝୀ ସରକାର ?

ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କ ସୁରକ୍ଷାକର୍ମୀ ଅପସାରଣ, ପାଣ୍ଡିଆନ-କୁଟ୍ଟେଙ୍କ ଆଉ ନାହିଁ ପିଏସଓ : ଜୟ ନାରାୟଣ କହିଲେ ନିୟମ ପାଳନ ହୋଇଛି

ପ୍ୟାରୀଙ୍କ ପରେ ପାଣ୍ଡିଆନ:

VK Pandian
VK Pandian (ETV Bharat Odisha)

୨୦୦୦ ବ୍ୟାଚର ଆଇଏଏସ ଅଫିସ ହେଉଛନ୍ତି ଭିକେ ପାଣ୍ଡିଆନ । ମୂଳତଃ ପଞ୍ଜାବ କ୍ୟାଡ଼ର ଅଫିସର ହୋଇଥିବା ପାଣ୍ଡିଆନ କେନ୍ଦ୍ରାପଡା ଝିଅ ତଥା ଓଡିଶା କ୍ୟାଡର ଅଫିସର ସୁଜାତା ରାଉତଙ୍କୁ ବିବାହ କରିଥିଲେ । ପାଣ୍ଡିଆନ କ୍ୟାଡର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ । ଧର୍ମଗଡ଼ର ଉପ-ଜିଲ୍ଲାପାଳ ଭାବେ ନିଜର ପ୍ରଶାସନିକ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ରାଜ୍ୟର ବଡ଼ ଜିଲ୍ଲା ମୟୂରଭଞ୍ଜର ଜିଲ୍ଲାପାଳ ହୋଇଥିଲେ । ପାଣ୍ଡିଆନ କାର୍ଯ୍ୟ ଦକ୍ଷତା ପ୍ରଭାବୀ ଥିଲା । ଫଳରେ ଖୁବଶୀଘ୍ର ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ମଣ୍ଡଳୀ ଥିବା ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ । ନବୀନଙ୍କ ସହ ପାଣ୍ଡିଆନ ନିକଟତର ବଢ଼ିଥିଲା । ପ୍ୟାରୀ ମୋହନ ମହାପାତ୍ରଙ୍କ ସହ ନବୀନଙ୍କର ବଢୁଥିବା ଦୂରତାର ଫାଇଦା ପାଣ୍ଡିଆନଙ୍କୁ ମିଳିଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନବୀନ ନିବାସରେ ପ୍ରବେଶ କରିଥିଲେ ପାଣ୍ଡିଆନ ।

ଏହା ମଧ୍ୟ ପଢ଼ନ୍ତୁ...ନିଆଁରେ ଘିଅ ଢାଳିଲେ ପାଟ୍ଟଶାଣୀ; ‘ପାଣ୍ଡିଆନଙ୍କ ପାଇଁ ଛାଡିଥିଲେ ବିଜେଡି’, ଜବାବ ରଖିଲେ ଲେନିନ

ଏହା ମଧ୍ୟ ପଢ଼ନ୍ତୁ...VK Pandian: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନଙ୍କ ଉତ୍ତର,ପାଣ୍ଡିଆନଙ୍କ ଫଟୋ ପାଇଁ ୧୫ କୋଟି ଖର୍ଚ୍ଚ କରିଛି ବିଜେଡି, ଜବାବ ରଖିଲା ବିଜେଡି - BJD SPENT 15 CRORE ON PANDIAN PHOTO

ରାଜନୀତିରୁ ଦୂରରେ ପାଣ୍ଡିଆନ:

VK Pandian
VK Pandian (ETV Bharat Odisha)

ଏନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ସାଧାରଣ ନିର୍ବାଚନ ପରେ ଭି.କେ ପାଣ୍ଡିଆନ ନିଜର ରାଜନୈତିକ ସ୍ଥିତି ଜାହିର କରୁନାହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ କରିଥିଲେ, ତାହା ଏବେ ମଧ୍ୟ ଅବ୍ୟାହତ ରହିଛି । ନବୀନଙ୍କ ଆସ୍ଥା ଯୋଗୁଁ ପାଣ୍ଡିଆନ ରାଜନୀତିରେ ନଥିଲେ ମଧ୍ୟ ଉପସ୍ଥିତ ଅଛନ୍ତି । ଶାରୀରିକ ଭାବେ ସେ ଉପସ୍ଥିତ ନାହାନ୍ତି । ଶାସନ କ୍ଷମତାରେ ଥିବା ବିଜେପିର ଟାର୍ଗେଟରେ ସେ ଥିଲେ । ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବଡ଼ ନେତା ପାଣ୍ଡିଆନଙ୍କୁ ଶବ୍ଦରେ ଟାର୍ଗେଟ କରିଥିଲା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ପାଣ୍ଡିଆନଙ୍କୁ ସରକାରୀ ଦଳର ନେତା ଓ ସମର୍ଥକ ବିଜେଡିର ବିପର୍ଯ୍ୟୟର କାରଣ ବୋଲି କହୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.