ମେଷ: ନିଜର ପଦକ୍ଷେପ ଉପରେ ନଜର ରଖନ୍ତୁ । ବେଆଇନ ଏବଂ ଅନୈତିକ କାମରୁ ଦୂରେଇ ରୁହନ୍ତୁ । ଆପଣଙ୍କ ନିଷ୍ପତ୍ତିକୁ ଆପଣଙ୍କ ବରିଷ୍ଠ ଅଧିକାରୀମାନେ ସମର୍ଥନ କରି ନ ପାରନ୍ତି । ତେଣୁ କାର୍ଯ୍ୟ ପାଇଁ ପରିସ୍ଥିତି ଆଜି ଉପଯୁକ୍ତ ନୁହେଁ । ଏଥିଯୋଗୁଁ ଆପଣଙ୍କର ପ୍ରକଳ୍ପ ପୂରଣ ହେବାରେ ବିଳମ୍ବ ହେବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଅନ୍ୟ ଦିନକୁ ସ୍ଥଗିତ ରଖନ୍ତୁ । ପିଲାଙ୍କ ସହ ମତଭେଦ ହୋଇପାରେ, ତେବେ ଏହା ଶୀଘ୍ର ସମାଧାନ ହୋଇଯାଇପାରେ । ସାଧାରଣ ଆଘାତରୁ ଗୁରୁତର ଅବସ୍ଥା ସୃଷ୍ଟି ହୋଇପାରେ, ଏଥିପ୍ରତି ସତର୍କ ରୁହନ୍ତୁ ।

ବୃଷ: ଆପଣ ଛୁଟି କଟାଇବା ପାଇଁ ବାହାରକୁ ଯାଇପାରନ୍ତି । ଆପଣଙ୍କ କିଛି କିଣାକିଣି କରିବାରେ ସମୟ କାଟିବେ । ବନ୍ଧୁଙ୍କୁ ଭେଟି ପାରନ୍ତି । ଉତ୍ତମ ପୋଷାକପତ୍ର ଏବଂ ସୌଖୀନ ଦ୍ରବ୍ୟ କିଣିବେ । ନିଜର ପ୍ରିୟ ଆଉଟଲେଟରେ ସ୍ୱାଦିଷ୍ଟ ଭୋଜନ ଖାଇପାରନ୍ତି । ସନ୍ଧ୍ୟାରେ ଆପଣ ଏକ ସାମାଜିକ କାର୍ଯ୍ୟ୍ୟକ୍ରମରେ କୌତୁହଳପ୍ରଦ ବ୍ୟକ୍ତିତ୍ୱଙ୍କ ସହ ଭେଟିବେ । ସେମାନଙ୍କ ସହ କଥା ହୋଇ ପୂରାପୂରି ଭାବେ ସତେଜ ଅନୁଭବ କରିବେ । ତେବେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟଜନିତ ସାଧାରଣ ଘଟଣାକୁ ଅବହେଳା କରନ୍ତୁ ନାହିଁ ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ଏବଂ ଉତ୍ସାହଜନକ ରହିବ । ଆପଣ ଉର୍ଜାରେ ପରିପୂର୍ଣ୍ଣ ରହିବେ ଏବଂ ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଘେରି ରହିବ । ନିଜ କାମକୁ ସଫଳତାର ସହ ଶେଷ କରିବାରେ ସଫଳ ହେବେ । କାର୍ଯ୍ୟରେ ଆପଣଙ୍କ ଅନୁଦାନ ପାଇଁ ଆପଣ ସ୍ୱୀକୃତି ପାଇବାର ସମ୍ଭାବନା ରହିଛି । ଏହା ଆପଣଙ୍କର ମିଜାଜକୁ ଆହୁରି ଭଲ କରିବ । ଅର୍ଥଲାଭର ସମ୍ଭାବନା ରହିଛି ।

କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଏକ ଉତ୍ତମ ଦିନ ରହିବ । ଆପଣଙ୍କ ଅର୍ଥକୁ ସଠିକ୍ ସ୍ଥାନରେ ରଖି ଭବିଷ୍ୟତକୁ ସୁରକ୍ଷିତ କରିବାର ଏହା ପ୍ରକୃଷ୍ଟ ସମୟ ଅଟେ । ଏକାଗ୍ରତା, ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଆପଣଙ୍କ କାମ ଶେଷ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବକେୟା ପ୍ରକଳ୍ପ ଶେଷ ହେବାର ସମ୍ଭାବନା ରହିଛି । ଆପଣଙ୍କ କନିଷ୍ଠ କର୍ମଚାରୀମାନଙ୍କୁ ସେମାନଙ୍କ ସହାୟତା ପାଇଁ ଧନ୍ୟବାଦ ଦେବାକୁ ଭୁଲନ୍ତୁ ନାହିଁ । ଏହା ବ୍ୟତୀତ ବୃତ୍ତିଜୀବୀ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଆଜି ଦିନରୁ ଲାଭ ପାଇବେ । ଅତୀତର ସୁଖଦ ସମୟ ମନେ ପକାଇ ପରିବାର ସହ ଖୁସିରେ ଦିନ ବିତାନ୍ତୁ ।

ସିଂହ: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ଅନୁଭବ କରିବେ । ଏହାସହ ମାଆଙ୍କ ସ୍ୱାସ୍ଥ୍ୟ ଏବଂ ବଢ଼ୁଥିବା ଖର୍ଚ୍ଚ ମଧ୍ୟ ଆପଣଙ୍କୁ ବ୍ୟସ୍ତ କରିବ । ତେବେ ସନ୍ଧ୍ୟାବେଳକୁ ଆପଣ ଅର୍ଥ ଯୋଗାଡ଼ କରିପାରିବେ । ବୃତ୍ତିଜୀବୀମାନେ ପରିଶ୍ରମର ସୁଫଳ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକା ପୂର୍ବାନୁମାନ ରହିଛି । ପାଠପଢ଼ା କ୍ଷେତ୍ରରେ ସେମାନେ ସହଜରେ ନିଜ ଟାସ୍କ କରିପାରିବେ । ନୂଆ କାମ ଆରମ୍ଭ କରିବା ଏବଂ ପୁଞ୍ଜିନିବେଶ କରିବା ପାଇଁ ଆଜି ଏକ ଭଲ ଦିନ ନୁହେଁ ।

କନ୍ୟା: ତାତ୍ତ୍ୱିକ ବିଷୟ ଏବଂ ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଦୁର୍ବଳତା ବଢ଼ିବାର ସମ୍ଭାବନା ରହିଛି । ଅପ୍ରତ୍ୟାଶିତ ଧନଲାଭ ହେବ । ଆପଣଙ୍କ ଭାଗ୍ୟଶାଳୀ ନକ୍ଷତ୍ର ଆଜି ନୂଆ କାମ ଆରମ୍ଭ କରିବା ପକ୍ଷରେ ନାହାନ୍ତି । ଏଥିପାଇଁ ଦିନର ବାକି ଭାଗ ଆପଣ ବିରକ୍ତ ହୋଇପାରନ୍ତି । ଏହାସହ ସ୍ଥାବର ସମ୍ପତ୍ତିର ଦଲିଲ୍ କାମ ପାଇଁ ମିଟିଂକୁ ଅନ୍ୟ କୌଣସି ଦିନକୁ ଘୁଞ୍ଚାନ୍ତୁ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧ୍ୟାନ ରଖନ୍ତୁ ଏହା ଦ୍ୱାରା ଆପଣଙ୍କୁ ଭଲ ଲାଗିବ ଏବଂ ଆପଣଙ୍କ ମିଜାଜ ମଧ୍ୟ ପରିବର୍ତ୍ତନ ହେବ ।

ତୁଳା: ଆପଣଙ୍କ ସକାଳ ବିରକ୍ତିକର ଏବଂ ଅଳସୁଆ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଆଜି ଆପଣଙ୍କ ପକ୍ଷରେ ନାହିଁ ଏବଂ ଆଜି ଆପଣ ଉର୍ଜାହୀନ ରହିବେ । ପରିବାର ସଦସ୍ୟଙ୍କ ସହ କଥା ହେବା ସମୟରେ ନିଜ ସୀମା ମଧ୍ୟରେ ରୁହନ୍ତୁ । ପରିସ୍ଥିତିକୁ ଅସୁନ୍ଦର ମୋଡ ନେବାକୁ ଦିଅନ୍ତୁ ନାହିଁ । ଆପଣଙ୍କୁ ଧାର୍ମିକ କାର୍ଯ୍ୟ, ରୀତିନୀତି ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । ତେବେ କଥାରେ ଅଛି, କିଛି ହରାଇଲେ ହିଁ କିଛି ପାଇବେ । ସନ୍ଧ୍ୟାରେ ଅପ୍ରତ୍ୟାଶିତ ଅର୍ଥଲାଭ ହେବ । ଠିକ୍ ସମୟରେ ନିଜର କାମ ଶେଷ କରିବା ଯୋଗୁଁ ଆପଣଙ୍କ ଭାଗ୍ୟରେଖା ଉପରକୁ ଉଠିପାରେ । ଏହା ଖୁସି ଅନୁଭବ କରାଇବାର ଏବଂ ପ୍ରିୟ ବନ୍ଧୁଙ୍କ ସହ ଦୁଃସାହସିକ ଯାତ୍ରାରେ ବାହାରିବାର ସମୟ ଅଟେ ।

ବିଛା: ଦିନସାରା ଆପଣଙ୍କୁ ସକରାତ୍ମକ ଚିନ୍ତାଧାରା ଘେରି ରହିବ । ଆପଣ ଆଜି ବଢିଆ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ରହିବେ । ଆପଣଙ୍କ ବଦଳୁଥିବା ମିଜାଜ ଯୋଗୁଁ ଘରର ଶାନ୍ତିଭଙ୍ଗ କରନ୍ତୁ ନାହିଁ । ମୋଟାମୋଟି ଭାବରେ ସବୁକିଛି ଆଜି ଭଲ ହେବ । ତେଣୁ ନିଜ ମିଜାଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ରୁକ୍ଷ କଥା କହିବା ପୂର୍ବରୁ ଥରେ ଭାବନ୍ତୁ । ଖୁବ କମ୍ ଦେଖା ହେଉଥିବା ବନ୍ଧୁଙ୍କ ସହ ଭେଟି ଦିନର ସଦୁପଯୋଗ କରନ୍ତୁ । ଦିନର ଶେଷ ଭାଗ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହେବ । ସେମାନଙ୍କ ପଢ଼ାରେ ବାଧା ସୃଷ୍ଟି ହୋଇପାରେ । ଆପଣ ଧାର୍ମିକ କାର୍ଯ୍ୟକଳାପରେ ସମୟ ଅତିବାହିତ କରିବାର ସମ୍ଭାବନା ରହିଛି ।

ଧନୁ: ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ । ଦିନର ପ୍ରଥମ ଭାଗରେ ମାନସିକ ଚାପରେ ରହିବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ଭଳି ଲାଗୁ ନାହିଁ । ଘରେ ମଧ୍ୟ ବିବାଦ ଦେଖା ଦେଇପାରେ, ଯାହାକି ଆପଣ ଦାୟିତ୍ୱପୂର୍ଣ୍ଣଭାବରେ ବ୍ୟବହାର କଲେ ଏଡ଼ାଇ ଦିଆଯାଇପାରେ । ଯଦି କିଛି ଡାକ୍ତରୀ ସର୍ଜରୀ କିମ୍ବା ଅପରେସନ୍ ରହିଛି, ସ୍ଥଗିତ ରଖନ୍ତୁ । ସେଥିାପଇଁ ଆଜି ଦିନଟି ଭଲ ନାହିଁ । ତେବେ, କଷ୍ଟକର ସମୟ ଶୀଘ୍ର ବଦଳିବ, ଦିନର ଶେଷ ଭାଗରେ ସ୍ଥିତିରେ ସୁଧାର ଆସିବ । ନିଜ ବନ୍ଧୁଙ୍କ ସହ ବିବାଦ ତୁଟାଇ ଭଲ ସମୟ ବିତାନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି, ପୁରୁଣା ସ୍ମୃତିକୁ ମନେ ପକାଇପାରନ୍ତି । ଶାନ୍ତିରେ ଶୋଇବାର ସମ୍ଭାବନା ରହିଛି ।

ମକର: ଅନୁମାନ, ଆର୍ଥିକ, ବୃତ୍ତିଗତ ଏବଂ ସାମାଜିକ କ୍ଷେତ୍ରରେ ଦିନଟି ଫଳପ୍ରଦ ରହିବ । ଆଜି ଆପଣ ବିଭିନ୍ନ କ୍ଷେତ୍ରରେ ସୁନାମ ଏବଂ ପ୍ରସିଦ୍ଧି ଅର୍ଜନ କରିବେ । ତେବେ ଦିନର ପରବର୍ତ୍ତୀ ଭାଗରେ ଆପଣ ସାବଧାନ ରହିବା ଉଚିତ । ସ୍ୱାସ୍ଥ୍ୟ ପାଇଁ ଦିନଟି ସାଧାରଣ ରହିବ । ଅଦାଲତ ସମ୍ପର୍କିତ ବିଷୟରେ କାମ କରିବା ସମୟରେ ସାବଧାନ ରୁହନ୍ତୁ । ଆଜି ଆପଣ ଦୁର୍ଘଟଣାପ୍ରବଣ ରହିପାରନ୍ତି । ନିରାପଦରେ ଗାଡ଼ି ଚଲାନ୍ତୁ । ଏକ ବ୍ୟସ୍ତ ଓ ଚାପଭରା ଦିନ ପରେ ଆପଣ ରୁଚିପୂର୍ଣ୍ଣ ରାତ୍ରି ଭୋଜନ କିମ୍ବା ସିନେମା ଭଳି ମନୋରଞ୍ଜନ ପାଇଁ ଅର୍ଥବ୍ୟୟ କରିବେ ।

କୁମ୍ଭ: ଆଶା କରାଯାଉଥିବା ଏବଂ ଅପ୍ରତ୍ୟାଶିତ ଆର୍ଥିକ ଲାଭ ହେବ । କାମରେ ଆପଣ ଭଲ ପ୍ରଦର୍ଶନ କରିଥିବାରୁ ରେଡ୍ କାର୍ପେଟ୍ରେ ଚାଲିବା ପାଇଁ ପ୍ରସ୍ତୁତ ରୁହନ୍ତୁ, ଯେହେତୁ ଆପଣଙ୍କ ବରିଷ୍ଠ ଅଧିକାରୀମାନେ ଆପଣଙ୍କ ପ୍ରଦର୍ଶନରେ ଖୁସି ଏବଂ ସନ୍ତୁଷ୍ଟ ଅଛନ୍ତି । ସେମାନେ ଆପଣଙ୍କୁ ପଦୋନ୍ନତି ଅଫର କରିପାରନ୍ତି । ଏହାସହ କାର୍ଯ୍ୟକ୍ଷେତ୍ରରେ ସମ୍ଭାବ୍ୟ ଲାଭ ମିଳିପାରେ । ବ୍ୟସ୍ତତାପୂର୍ଣ୍ଣ ଦିନ ପରେ ନିଜକୁ ପ୍ରସ୍ତୁତ କରିବା ପାଇଁ ସୁଇମିଂ କରନ୍ତୁ କିମ୍ବା ଲଙ୍ଗ ଡ୍ରାଇଭରେ ଯାଆନ୍ତୁ ।

ମୀନ: ସକାଳ ସମୟ ବ୍ୟବସାୟୀ ଏବଂ ବୃତ୍ତିଜୀବୀଙ୍କ ପାଇଁ ଲାଭଦାୟକ ହୋଇ ନ ପାରେ । ବରିଷ୍ଠ ଅଧିକାରୀ କିମ୍ବା ପ୍ରତିଦ୍ୱନ୍ଦ୍ବୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ବା ଅସହମତ ହୁଅନ୍ତୁ ନାହିଁ । କାମ ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ତେବେ କିଛି ବାଧା ପରେ କାର୍ଯ୍ୟକ୍ଷେତ୍ରରେ ବାତାବରଣ କୋଳାହଳମୟ ହେବ । ଆପଣଙ୍କ ବକେୟା କାମ ସନ୍ଧ୍ୟା ସୁଦ୍ଧା ଶେଷ ହେବ । ବ୍ୟକ୍ତିଗତ ଜୀବନରେ ନିଜ ପିଲାଙ୍କ ଉନ୍ନତି ଏବଂ କୃତିତ୍ୱ ଆପଣଙ୍କୁ ପିତାମାତା ଭାବରେ ଖୁସି ଏବଂ ସନ୍ତୋଷ ଦେବ ।
