ଓଡିଶା

odisha

ETV Bharat / politics

ରାଜଧାନୀରେ ପୁଣି ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି - PM Modi Roadshow

Modi To Hold A Roadshow In Bhubaneswar: ଆସନ୍ତା 12 ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାସର ରାଜଧାନୀରେ ରୋଡ୍‌ ସୋ’ କରିବେ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jun 9, 2024, 8:43 PM IST

Modi To Hold A Roadshow
Modi To Hold A Roadshow (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା 12 ତାରିଖରେ ରାଜ୍ୟରେ ନୂଆ ବିଜେପି ସରକାର ଗଠନ ହେବାକୁ ଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ରାଜଧାନୀରେ ରୋଡ୍ ସୋ’ କରିବେ ମୋଦି ।

Modi To Hold A Roadshow (ETV Bharat Odisha)

ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଶପଥ ଉତ୍ସବ ପାଇଁ ରାଜଧାନୀ ଭୁବନେଶ୍ବରର ଜନତା ମଇଦାନରେ ବ୍ୟାପକ ଆୟୋଜନ ହୋଇଛି । ଆସନ୍ତା ୧୨ରେ ଓଡ଼ିଶାରେ ପ୍ରଥମ ଥର ବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ନୂତନ ମନ୍ତ୍ରୀ ପରିଷଦ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜନତା ମଇଦାନ ପାଖକୁ ଆସିବେ । ବିମାନବନ୍ଦରରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ମୋଦିଙ୍କୁ ଓଡିଶାର କଳା ସଂସ୍କୃତି ପ୍ରଦର୍ଶିତ କରାଯିବ । ଓଡ଼ିଶାର ପାରମ୍ପାରିକ ନୃତ୍ୟ ସଙ୍ଗୀତ ପ୍ରଦର୍ଶନ କରାଯିବ ।

ଏହାପରେ ପ୍ରଧାନମନ୍ତ୍ରୀ ଜୟଦେବ ବିହାର ଛକ ନିକଟରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ଼ ସୋ’ କରିବେ । ଏହି ରୋଡ଼ ସୋ’ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ସଧାରଣ ଜନତା ଉପସ୍ଥିତି ରହିବେ । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ସହ ଏଥିରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...୧୦ ନୁହେଁ ଏହି ଦିନ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ୧୨ରେ ମୋଦିଙ୍କ ରୋଡ୍ ସୋ - CM OATH TAKING Date Postponed

ଅନ୍ୟପକ୍ଷେ କମିସନରେଟ ପୋଲିସ ପକ୍ଷରୁ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଜାରି ରହିଛି । ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟର ଯେଉଁ ମୁଖ୍ୟମନ୍ତ୍ରୀମାନେ ଆସିବେ ସେମାନଙ୍କ ରହଣି ସ୍ଥଳ ଓ କାର୍ଯ୍ୟକ୍ରମ ସ୍ଥଳ ସହ ବିଜେପି ପାର୍ଟି ଅଫିସକୁ ମିଶାଇ ଏକ ସୁରକ୍ଷା ପ୍ରୋଟୋକଲ ରହିଛି । ସହରକୁ ଏକ ସୁରକ୍ଷା ବଳୟରେ ରଖାଯାଇଛି । ସବୁଠି ଚେକିଂ ବ୍ଲକିଂ ଚାଲିଛି । ସହରର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି । ଏନେଇ ଯାହା ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ ହେବା କଥା ସେନେଇ ବନ୍ଦୋବସ୍ତ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details