ଓଡିଶା

odisha

ETV Bharat / politics

ସଙ୍ଗଠନ ସହ ଜଡ଼ିତ ଠିକ୍ ବ୍ୟକ୍ତିଙ୍କୁ ଟିକେଟ ଦେଇଛି ଦଳ: ପିସିସି ସମ୍ପାଦକ - Congress MP Ticket Conflict

OPCC Clarification On MP Ticket Conflict: କେନ୍ଦୁଝର ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ ବିବାଦ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛି କଂଗ୍ରେସ । କଂଗ୍ରେସର ପୂର୍ବ ଘୋଷିତ କେନ୍ଦୁଝର ଲୋକସଭା ପ୍ରାର୍ଥୀ ମୋହନ କୁମାର ହେମ୍ବ୍ରମ, ପିସିସି ସଭାପତି ଓ ପ୍ରଭାରୀଙ୍କ ଉପରେ ବର୍ଷିଥିଲେ । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 28, 2024, 10:56 PM IST

ସଙ୍ଗଠନ ସହ ଜଡ଼ିତ ଠିକ୍ ବ୍ୟକ୍ତିଙ୍କୁ ଟିକେଟ ଦେଇଛି ଦଳ: ପିସିସି ସମ୍ପାଦକ
ସଙ୍ଗଠନ ସହ ଜଡ଼ିତ ଠିକ୍ ବ୍ୟକ୍ତିଙ୍କୁ ଟିକେଟ ଦେଇଛି ଦଳ: ପିସିସି ସମ୍ପାଦକ

ସଙ୍ଗଠନ ସହ ଜଡ଼ିତ ଠିକ୍ ବ୍ୟକ୍ତିଙ୍କୁ ଟିକେଟ ଦେଇଛି ଦଳ: ପିସିସି ସମ୍ପାଦକ

କେନ୍ଦୁଝର: ଜିଲ୍ଲା କଂଗ୍ରେସରେ ଟିକଟ ବିବାଦରେ ପୂର୍ଣ୍ଣଚ୍ଛେଦ ପଡୁନାହିଁ । ଗତକାଲି (ଶନିବାର) କଂଗ୍ରେସର ପୂର୍ବ ଘୋଷିତ କେନ୍ଦୁଝର ଲୋକସଭା ପ୍ରାର୍ଥୀ ମୋହନ କୁମାର ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ ଦଳ ଛାଡିଥିଲେ । ଏଥିସହ ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଥିଲେ । ଏଥିସହ ନ୍ୟାୟ ଯାତ୍ରା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ମୋହନ ହେମ୍ବ୍ରମଙ୍କ ଦଳ ଛାଡ଼ିବା ସହ ମନ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ପିସିସି ସମ୍ପାଦକ ସଂଗ୍ରାମ ଦାସ । ସେ କହିଛନ୍ତି ଯେ, ମୋହନ ହେମ୍ବ୍ରମ ଗତ ୨୦୧୯ ନିର୍ବାଚନରେ ଟିକେଟ ପାଇବା ପରେ ଜିଲ୍ଲାରେ ଦେଖା ଦେଇନଥିଲେ । ଏହାସହ ଦଳର ପରବର୍ତ୍ତୀ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖା ଦେଇନଥିଲେ । ଗତ ନିର୍ବାଚନ ସମୟରେ ଦଳ ଦିଆଯାଇଥିବା ଅର୍ଥର କୌଣସି ହିସାବ ମଧ୍ୟ ଦେଇନଥିବା ନେଇ ଅଭିଯୋଗ କରିଛନ୍ତି ପିସିସି ସମ୍ପାଦକ ସଂଗ୍ରାମ ଦାସ । ୨୦୧୯ ଲୋକସଭା ନିର୍ବାଚନ ପରେ ମୋହନ ହେମ୍ବ୍ରମ ଭୁବନେଶ୍ବରରେ ରହୁଥିବା ବେଳେ କୌଣସି ମତେ ଟିକଟ ହାତେଇବାରେ ସଫଳ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଟିକଟ ଦେଇ ଛଡାଇ ନେଲା କଂଗ୍ରେସ, ଅସନ୍ତୋଷ ଝାଡି ହାତ ଛାଡିଲେ ମୋହନ ହେମ୍ବ୍ରମ ଓ ପତ୍ନୀ ଝୁନା ପଟ୍ଟନାୟକ - Congress Ticket Conflict

କିନ୍ତୁ ଦୀର୍ଘଦିନ ଧରି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସଂଗଠନ ସହ ଜଡ଼ିତ ରହିଛନ୍ତି ସଦ୍ୟ ନୂଆ ଘୋଷିତ ସାଂସଦ ପ୍ରାର୍ଥୀ ବିନୋଦ ନାୟକ । ଜିଲ୍ଲାରେ ଆଦିବାସୀ ସଂଗଠକ ଭାବେ ସେ ନିଜକୁ ପ୍ରମାଣିତ କରିଛନ୍ତି । ଏଥିପାଇଁ ତାଙ୍କୁ ଟିକେଟ ଦେବାପାଇଁ ଜିଲ୍ଲା ସଙ୍ଗଠନ ଆଶା ରଖିଥିଲା । ତାଙ୍କୁ ଟିକେଟ ନମିଳିବାରୁ ଜିଲ୍ଲା ସଂଗଠନ ଓ ରାଜ୍ୟ ସଙ୍ଗଠନର କର୍ମକର୍ତ୍ତା ମାନେ ଇସ୍ତଫା ଦେଇଥିଲେ । ଏହାପରେ ରାଜ୍ୟ ସଙ୍ଗଠନ ବାଧ୍ୟ ହୋଇ ମୋହନଙ୍କ ଟିକେଟ କାଟି ବିନୋଦଙ୍କୁ ଟିକେଟ ଦେଇଥିଲା । ସଙ୍ଗଠନ ସହ ଜଡ଼ିତ ଥିବା ପ୍ରାର୍ଥୀଙ୍କୁ ଟିକଟ ଦେଇଥିବା ପ୍ରକାଶ କରିଛନ୍ତି ପିସିସି ସମ୍ପାଦକ ସଂଗ୍ରାମ ଦାସ । ଏଣୁ ଆଗାମୀ ନିର୍ବାଚନ ନେଇ ଦଳ ସାଂସଦ ପ୍ରାର୍ଥୀ ଭାବେ ବିନୋଦ ନାୟକଙ୍କ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ପିସିସି ସମ୍ପାଦକ ସଂଗ୍ରାମ ଦାସ ।

ସୂଚନାଯୋଗ୍ୟ ଯେ ଟିକଟ କଟିବା ପରେ ଶନିବାର ପ୍ରେସମିଟ କରି ମୋହନ କୁମାର ହେମ୍ବ୍ରମ ଓ ଝୁନା ପଟ୍ଟନାୟକ କହିଥିଲେ ଯେ,"ଏଆଇସିସିର ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି । ପ୍ରଥମେ ଟିକଟ ଦେଇ ଲଢ଼ିବାକୁ ସଂଗଠିତ କରି ଶୁଭେଚ୍ଛା ଦେବା ପରେ ଟିକେଟ କାଟିଦେଉଛି ଦଳ । ଏହା କେବଳ ତାଙ୍କୁ ନୁହେଁ ତାଙ୍କ ସମର୍ଥକଙ୍କୁ ମଧ୍ୟ ଗଭୀର ଆଘାତ ଦେଇଛି । କାରଣ ଦୀର୍ଘଦିନ ଧରି ଦଳର ନୀତି ଆଦର୍ଶ ସହ ରହି ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିଛୁ । ହେଲେ ଦଳ ତାଙ୍କର ଗୁରୁତ୍ୱକୁ ବୁଝିଲା ନାହିଁ । ଯେଉଁଥିପାଇଁ ଦଳ ଛାଡିବାକୁ ବାଧ୍ୟ ହେଉଛୁ । "

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details