ଓଡିଶା

odisha

ETV Bharat / politics

ନବୀନ ନିବାସରେ ଓଲିଉଡ ଷ୍ଟାର; ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ମିଳିଲା ଗୁରୁମନ୍ତ୍ର - Ollywood Artists at Naveen Niwas - OLLYWOOD ARTISTS AT NAVEEN NIWAS

Ollywood Artists at Naveen Niwas: ନବୀନ ନିବାସରେ ଆଜି ଲାଗି ରହିଛି ଓଲିଉଡ କଳାକାରଙ୍କ ଭିଡ଼ । ନିର୍ବାଚନ ପ୍ରଚାର ପାଇଁ ମିଳିଲା ଗୁରୁମନ୍ତ୍ର । ଅଧିକ ପଢ଼ନ୍ତୁ

Ollywood Artists at Naveen Niwas
Ollywood Artists at Naveen Niwas

By ETV Bharat Odisha Team

Published : Apr 12, 2024, 8:14 PM IST

Ollywood Artists at Naveen Niwas

ଭୁବନେଶ୍ବର: ଦିନତମାମ ଆଜି ନବୀନ ନିବାସରେ ଲାଗି ରହିଛି ଓଲିଉଡ କଳାକାରଙ୍କ ଗହଳି । ଡାକରା ପାଇ ନବୀନ ନିବାସରେ ପହଞ୍ଚିଥିଲେ ୨୦ରୁ ଅଧିକ କଳାକାର । ନବୀନ ନିବାସରେ ଓଲିଉଡ୍‌ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ହାସ୍ୟ ଅଭିନେତା, ସିଙ୍ଗର, ୟୁଟ୍ୟୁବର ପ୍ରମୁଖ ପହଞ୍ଚିଥିଲେ । ଚଳିତ ନିର୍ବାଚନରେ ଏହି କଳାକାରମାନେ ବିଜେଡି ପାଇଁ ପ୍ରଚାରକୁ ଓହ୍ଲାଇବେ । ଏହା ପୂର୍ବରୁ ବିଜେଡି ପକ୍ଷରୁ ମିଳିଛି ସେମାନଙ୍କୁ ଗୁରୁମନ୍ତ୍ର ।

ଚଳିତ ନିର୍ବାଚନ ଅବ୍ୟାହତି ପୂର୍ବରୁ ବିଜେଡି ଛାଡିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରାୟ, ଆକାଶ ଦାସ ନାୟକ । ସେମାନେ ଏବେ ବିଜେପିରେ ସାମିଲ ହୋଇସାରିଛନ୍ତି । ସିଦ୍ଧାନ୍ତ ଓ ଆକାଶଙ୍କୁ ବିଜେପି ଟିକେଟ ପ୍ରଦାନ କରିସାରିଛି । ଅନୁଭବ ଓ ଅରିନ୍ଦମ ଟିକେଟ ରେସରେ ରହିଛନ୍ତି । ସେହିପରି ବିଜେପିରେ ସାମିଲ ହେବା ପରେ ସେମାନେ ବିଜେଡି ବିରୋଧରେ ବିଷେଦଗାର କରୁଛନ୍ତି । ଯାହା ବିଜେଡି ବିପକ୍ଷରେ ଯାଉଛି । ତେଣୁ ବିଜେଡି ନୂଆ ରଣନୀତି କରିଛି । ଟ୍ରେଣ୍ଡିଂରେ ଥିବା ଷ୍ଟାରଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ତେଣୁ ଆଜି ୨୦ରୁ ଅଧିକ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ହାସ୍ୟ ଅଭିନେତା, ସିଙ୍ଗର, ୟୁଟ୍ୟୁବର ନବୀନ ନିବାସଙ୍କୁ ଡାକରା ହୋଇଥିଲା ।

ନବୀନ ନିବାସ ଆସିଥିବା ଅଭିନେତା ହେଉଛନ୍ତି ବାବୁସାନ ମହାନ୍ତି, ସ୍ବରାଜ ବାରିକ, ଅମ୍ଳାନ ଦାସ, ଦେବାଶିଷ, ସମ୍ବିତ, ନିର୍ଦ୍ଦେଶକ ଅଶ୍ବିନୀ ତ୍ରିପାଠୀ, ଅଭିନେତ୍ରୀ ଲିପ୍ସା, ଭୂମିକା, ନିକିତା, ଚାନ୍ଦିନୀ, ସୁପ୍ରିୟା, ଶିବାନୀ, ହାସ୍ୟ ଅଭିନେତା ପପୁ ପମପମ, ଶଙ୍କର, ପ୍ରଜ୍ଞା, ଗୁଡୁ, ସନ୍ତୁ ନିଜେ, କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି, ତାରିକ୍‌ ଅଜିଜ୍‌ ପ୍ରମୁଖ ଉପସ୍ଥିତ ଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଅଭିନେତା ଓ ଅଭିନେତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଷ୍ଟାରମାନଙ୍କୁ ଅବଗତ କରାଯାଇଛି । ସେହିପରି ଶ୍ରୀମନ୍ଦିର ପ୍ରକଳ୍ପ ଓ ସମଲେଶ୍ବରୀ ପ୍ରକଳ୍ପ ବାବଦରେ ସୂଚନା ଦିଆଯାଇଛି ।

ନବୀନ ନିବାସରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଯୁବ ନିର୍ଦ୍ଦେଶକ ଅଶ୍ବିନୀ ତ୍ରିପାଠୀ । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କିଛି ଆମ ପାଇଁ କରିଛନ୍ତି । ଯାହା ଯାହା କରିଛନ୍ତି ତାହାର ସେ ପ୍ରେଜେଣ୍ଟଟେସନ୍‌ କଲେ । ରାଜ୍ୟରେ କେଉଁ କ୍ଷେତ୍ରରେ କଣ କଣ ବିକାଶ ହୋଇଛି ଓ ଆଗକୁ କଣ ସବୁ ହେବ, ସେନେଇ ଆଲୋଚନା ହୋଇଛି । ଓଡିଶା ଭାଷାକୁ ଅଧିକ ଗୁରୁତ୍ବ ଦେଇ କାର୍ଯ୍ୟକ୍ରମ କାରିବାକୁ ପ୍ରସ୍ତାବ ଦେଇଛି । ଆଉ ରହିଲା ପ୍ରଚାର କରିବା କଥା, ତାହା ହୃଦୟରୁ ହୁଏ ।" ବାବୁସାନ ମହାନ୍ତି କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କୁ ପ୍ରଣାମ କରିଛି । ଆମକୁ ବିକାଶମୂଳକ କାର୍ଯ୍ୟକ୍ରମର ଭିଡିଓ ଦେଖାଯାଇଛି । ବହୁତ ଖୁସି ଲାଗିଲା । ବିଜେଡି ପାଇଁ ପ୍ରଚାର ପ୍ରସାର କରିବା ପାଇଁ କୁହାଯାଇଛି । ଯଦି ବିଜେଡିର ପ୍ରଚାରରେ ସାମିଲ ହୁଏ, ତେବେ ଆଗକୁ ଜଣାପଡିବ ।"

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ ଟିକେଟ ବଣ୍ଟାକୁ ନେଇ ବିଜେଡିରେ ଟେନ୍‌ସନ୍‌, ବିଜୟରେ ବାଧକ ସାଜିବେ ଅସନ୍ତୁଷ୍ଟ ନେତା ! - BJD Ticket Tension

ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ କହିଛନ୍ତି, "ଯେଉଁମାନେ ବିଜେଡି ପାଇଁ ପ୍ରଚାର କରିବେ ସେହି ଅଭିନେତା ଓ ଅଭିନେତ୍ରୀ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଭଲ ଲାଗିଲା । ପାଖାପାଖି କେବେ ଦେଖିନଥିଲି । ସେହିପରି ବର୍ତ୍ତମାନର ଓଡ଼ିଆ ସିନେମା ଶିଳ୍ପ ବାବଦରେ ଆମେ ଅବଗତ କରାଇଛୁ । ରାଜ୍ୟରେ କଳାକାର ସଂଗ୍ରହାଳୟ କରିବା ଲାଗି ମୁଁ ଅନୁରୋଧ କରିଛି ।" ସେହିପରି ଗୁଡୁ କହିଛନ୍ତି, "ପ୍ରଚାର କେମିତି ହେବ ଓ ଲୋକଙ୍କୁ କଣ ସବୁ କହିବାକୁ ପଡିବ ସେନେଇ ଆଲୋଚନା ହୋଇଛି । ପ୍ରଚାରରେ ଆମେ ସବୁ ଯିବୁ । କେବେଠୁ ଯିବୁ ସ୍ଥିର ହୋଇନାହିଁ ।" ସେହିପରି ଅଭିନେତ୍ରୀ ଭୂମିକା କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ହେଲା । ତାଙ୍କୁ ସମସ୍ତେ ଭଲ ପାଆନ୍ତି । ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଥିବା ସମସ୍ୟା ବାବଦରେ ଆଲୋଚନା ହୋଇଛି ।"

ତେବେ ପ୍ରଚାର ମୈଦାନକୁ ଆହୁରି ଜୋରଦାର କରିବା ପାଇଁ ବିଜେଡିକୁ ଲୋକପ୍ରିୟ କଳାକାରଙ୍କୁ ଖୋଜା ପଡିଥିବା କୁହାଯାଉଛି । ଅରିନ୍ଦମ, ଅନୁଭବ, ଆକାଶ ଓ ସିଦ୍ଧାନ୍ତଙ୍କ ଭଳି ଆଗଧାଡିର ଷ୍ଟାର ଦଳ ଛାଡିବା ପରେ ନବାଗତଙ୍କୁ ନେଇ ପ୍ରଚାର ମୈଦାନକୁ ସରଗରମ କରିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details