ଓଡିଶା

odisha

ETV Bharat / politics

ଜୁଏଲ ଓରାମଙ୍କୁ ଟକ୍କର ଦେବାକୁ ଦିଲ୍ଲୀପଙ୍କ ଜୋରଦାର ପ୍ରଚାର - Dilip Tirkey Campaign - DILIP TIRKEY CAMPAIGN

Dilip Tirkey Campaign: ସୁନ୍ଦରଗଡ ବିଜେଡି ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କ ପ୍ରଚାର କାର୍ଯ୍ୟ ଜୋରଦାର । ଘର ଘର ବୁଲି ଲୋକମାନଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛନ୍ତି । ଅଧିକ ପଢନ୍ତୁ

Dilip Tirkey Campaign
Dilip Tirkey Campaign (ETV Bharat Odisha)

By ETV Bharat Odisha Team

Published : May 10, 2024, 12:33 PM IST

Dilip Tirkey Campaign (ETV Bharat Odisha)

ରାଉରକେଲା:ମତଦାନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ପ୍ରଚାର ମଇଦାନ ସରଗରମ ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଅଭିଯାନ ଚଳାଇଛନ୍ତି । ଏହି କ୍ରମରେ ବିଜେଡିର ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ନିଜ ସମର୍ଥକମାନଙ୍କ ସହ ମିଶି ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି । ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ବୁଲି ବିଜେଡି ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସହ ଏଥର ବିଜୟୀ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ତିର୍କୀ ।

ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବୀରମିତ୍ରପୁର, ତଳସରା, ରାଜଗାଙ୍ଗପୁର, ବଣାଇ, ରାଉରକେଲା, ରଘୁନାଥପଲ୍ଲୀ ଆଦି ସମସ୍ତ ଅଞ୍ଚଳରେ ପ୍ରଚାର ଜୋରଦାର ଚଳାଇଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ପାଞ୍ଚ ପାଞ୍ଚ ଥର ନିର୍ବାଚନରେ ବିଜୟୀ ହୋଇ ସୁନ୍ଦରଗଡକୁ ନିଜ ଗଡ ବନାଇଥିବା ବିଜେପି ପ୍ରାର୍ଥୀ ଜୁଲଏ ଓରାମଙ୍କୁ ହରାଇବାକୁ ଉଦ୍ୟମ ଚଳାଇଛନ୍ତି ଦିଲ୍ଲୀପ । ଘର ଘର ବୁଲି ଭୋଟରଙ୍କ ପାଖକୁ ଯିବା ସହ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ପହଞ୍ଚାଉଛନ୍ତି । ଏଥର ଭୋଟରମାନେ ତାଙ୍କୁ ନିଶ୍ଚୟ ଜିତାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ପ୍ରାର୍ଥୀ ।

ଏହାମଧ୍ୟ ପଢନ୍ତୁ.. ସୁନ୍ଦରଗଡ଼ ଲୋକସଭା ଆସନ ହାତେଇବା ପାଇଁ ଜୁଏଲଙ୍କ ମାରାଥନ ପ୍ରଚାର - JUAL ORAM CAMPAIGN

ଏନେଇ ଦିଲ୍ଲୀପ କହିଛନ୍ତି ଯେ, ବିଜେଡି ଏବଂ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଏବଂ ଜନକଲ୍ୟାଣକାରୀ ଯୋଜନା ଧାରାରେ ଲୋକେ ଯୋଡି ହେଉଛନ୍ତି ଏବଂ ଏହା ହିଁ ଏଥର ବିଜେଡିକୁ ସୁନ୍ଦରଗଡ଼ ଲୋକସଭାରେ ବିଜୟୀ କରାଇବ । ଯଦି ସେ ବିଜୟୀ ହେବେ ତେବେ ଜିଲ୍ଲାକୁ ପ୍ରଗତି ଓ ବିକାଶ ଦିଗରେ ଆଗେଇ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ମଧ୍ୟ ଶିକ୍ଷା, ସୁଯୋଗ, କ୍ରୀଡ଼ା, ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ କ୍ଷେତ୍ରରେ ବିକାଶ କରିବାକୁପଦକ୍ଷେପ ନେବେ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ରାଜଗାଙ୍ଗପୁର ଅଞ୍ଚଳରେ ପ୍ରଚାର କରି ଏକ କର୍ମୀ ସମ୍ମିଳନୀରେ ଯୋଗ ଦେବା ସହ ଏଥର ବିପୁଳ ଭୋଟରେ ବିଜୟୀ ହେବା ନେଇ ଆଶା ରଖିଛନ୍ତି ।

ସୂଚନାଯୋଗ୍ୟ, ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ଏଥର ଜୋରଦାର ତ୍ରିମୁଖୀ ଲଢେଇ ହେବା ନେଇ ଆଶା କରାଯାଉଛି । ମେ' ୨୦ ତାରିଖରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ମତଦାନ ହେବ । ଏହି ଆସନ ପାଇଁ ବିଜେଡିରୁ ଦିଲ୍ଲୀପ ତିର୍କୀ, ବିଜେପିରୁ ଜୁଏଲ ଓରାମ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେହୁରୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତେବେ ଜୁଏଲ ଓରାମ ୫ ଥର ନିର୍ବାଚନ ଜିତିଥିବାରୁ ତାଙ୍କ ପଲ୍ଲା ଭାରି ରହିଥିବା ବେଳେ ଦିଲ୍ଲୀପ ତିର୍କୀ ତାଙ୍କୁ ଟକ୍କର ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details