ଓଡିଶା

odisha

ଓଡ଼ିଶା ହେବ ମଦ ମୁକ୍ତ ରାଜ୍ୟ ! ଅଣ୍ଟା ଭିଡିଲେଣି ବିଜେପି ସରକାର - Liquor Ban In Odisha

By ETV Bharat Odisha Team

Published : Jun 26, 2024, 6:36 PM IST

Liquor May Be Banned In Odisha: ରାଜ୍ୟରେ ପର୍ଯ୍ୟାୟ କ୍ରମେ କମିବ ନିଶା ବ୍ୟବହାର । ରାଜ୍ୟକୁ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅଧିକ ପଢ଼ନ୍ତୁ

Odisha Govt planning To Ban Liquor In State
Odisha Govt planning To Ban Liquor In State (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ହେବ ମଦମୁକ୍ତ । କମିବ ନିଶା ବ୍ୟବହାର । ଏଥିପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଛନ୍ତି । ଅନ୍ୟ ରାଜ୍ୟ ପରି ଓଡିଶାକୁ ମଧ୍ୟ ନିଶା ମୁକ୍ତ କରିବା ଲାଗି ହେବ ଯୋଜନା । ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପର୍ଯ୍ୟାୟକ୍ରମେ ଏନେଇ ପଦକ୍ଷେପ ନିଆଯିବ । ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Odisha Govt planning To Ban Liquor In State (ETV Bharat Odisha)

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ନିଶା କାରବାର ଓ ନିଶାର ଅପବ୍ୟବହାର ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ ହୋଇଛି । ଏହାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି । ସୁସ୍ଥ ସମାଜ ପାଇଁ ନିଶାମୁକ୍ତ ସମାଜ ଗଠନ ହେବା ଆବଶ୍ୟକତା ରହିଛି । ଆଜି ସମାଜ କଳୁଷିତ ହୋଇଯାଇଛି । ନିଶା ଦ୍ୱାରା ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି । ଏହାର ରୋକ ଲାଗି ସରକାରୀ ସହ ବେସରକାରୀ ଓ ବ୍ୟକ୍ତିଗତ ସ୍ତରରେ ପ୍ରୟାସର ଆବଶ୍ୟକତା ରହିଛି । ଅନେକ ରାଜ୍ୟରେ ନିଶା ଦ୍ରବ୍ଯ ରୋକ ଲାଗି ପଦକ୍ଷେପ ନିଆଯାଉଛି । ଓଡ଼ିଶାରେ ସେମିତି କରିବାକୁ ଚେଷ୍ଟା କରାଯିବ ।

ଓଡ଼ିଶା ହେବ ମଦ ମୁକ୍ତ (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଯେଉଁ ପରିମାଣର ନିଶା ଦ୍ରବ୍ଯ ବ୍ୟବହାର ହେଉଛି, ଆଗାମୀ ଦିନରେ ଏହାକୁ କିପରି କମ କରାଯିବ ସେ ନେଇ ପଦକ୍ଷେପ ନିଆଯିବ । ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି । ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପର୍ଯ୍ୟାୟକ୍ରମେ ଏନେଇ ପଦକ୍ଷେପ ନିଆଯିବ । ଓଡିଶାକୁ ନିଶା ମୁକ୍ତ କରିବା ପାଇଁ ବିଜେପି ସରକାର କାର୍ଯ୍ୟ କରିବ । ଡ୍ରଗ୍ସ କାରବାର ବିରୋଧରେ ଏହି କାର୍ଯ୍ୟକ୍ରମ । ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ ।

ସେପଟେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ଯେ, ଭାରତ ଯୁବକମାନଙ୍କ ଦେଶ । କିନ୍ତୁ ନିଶା କାରବାର ଦ୍ୱାରା ଆଜି ଯୁବ ସମାଜ ପଥଭ୍ରଷ୍ଟ ହୋଇଛନ୍ତି । ସମ୍ପୂର୍ଣ୍ଣ ଭାରତ ନିଶା ମୁକ୍ତ ହେବା ଆମର ସଂକଳ୍ପ ହେବା ଦରକାର । ଏହା ହୋଇପାରିଲେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଲାଗି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ । ଓଡିଶାରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିଛି । ଗୋଟିଏ ଦିନେ ବନ୍ଦ ହୋଇନପାରେ କିନ୍ତୁ ପର୍ଯ୍ୟାୟ କ୍ରମେ ବନ୍ଦ ହୋଇପାରେ । ମଦ ବ୍ୟବସାୟ ଦ୍ୱାରା ରାଜ୍ୟକୁ ରାଜସ୍ୱ କେତେ ମିଳୁଛି ଓ ନିଶା ଦ୍ୱାରା ଆମର କ୍ଷତି କେତେ ହେଉଛି ତାହାର ଆକଳନ ହେବାର ସମୟ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ...୧୫ ମିନିଟରେ ରୋଗୀଙ୍କ ପାଖରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ - Ambulance service in 15 minutes


ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଶା ଦ୍ୱାରା ଦୁର୍ଘଟଣା ବଢୁଛି । ମହିଳା ଅତ୍ୟାଚାରୀତ ହେଉଛନ୍ତି । ନିଶା କାରବାର ଦ୍ୱାରା ଅପରାଧ ମଧ୍ୟ ବଢ଼ୁଛି । 90 ପ୍ରତିଶତ ଅପରାଧ ନିଶା ପରେ ହେଉଛି । ସବୁ ବିଭାଗ ସହ ଆଲୋଚନା କରି ନିଶା ମୁକ୍ତ ସମାଜ ଗଠନ କରିବାର ସମୟ ଆସିଛି । ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ନିଶା ନେଇ ନିଆଯାଇଥିବା ପଦକ୍ଷେପ ବାବଦରେ ସୂଚନା ଦେଇଛନ୍ତି । ସେହିପରି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ରାୟ, ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ସାମାଜିକ ଓ ନିଶା ନିବାରଣ ସଂସ୍ଥା ଓ ସଂଗଠନ ପ୍ରମୁଖ ଉପସ୍ଥିତ ଥିଲେ ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details