ଓଡିଶା

odisha

ETV Bharat / politics

ଆମ୍ବେଦକରଙ୍କୁ ଅସମ୍ମାନ ଅଭିଯୋଗରେ କଂଗ୍ରେସର ହଲ୍ଲାବୋଲ, ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CONGRESS PROTEST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ସେପଟେ କଂଗ୍ରେସ ଆମ୍ବେଦକରଙ୍କୁ ଅତୀତରେ ଅସମ୍ମାନ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Ambedkar Samman March
Ambedkar Samman March (ETV Bharat Odisha)

By ETV Bharat Odisha Team

Published : Dec 24, 2024, 9:54 PM IST

ଭୁବନେଶ୍ବର:ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ପରେ ଜୋର ଧରିଛି ରାଜନୀତି । ଅଲ ଇଣ୍ଡିଆ କଂଗ୍ରେସ କମିଟି ନିର୍ଦ୍ଦେଶରେ ସାରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଛି । କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ଏଡିଏମ ଅଫିସ ଆଗରେ ଗଣଧାରଣା ଦିଆଯାଇଥିଲା । ଆମ୍ବେଦକରଙ୍କ ପ୍ରତି ଶାହଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ କ୍ଷୋଭ ପ୍ରକାଶ କରିଛି । କଂଗ୍ରେସର ଅଭିଯୋଗର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Ambedkar Samman March (ETV Bharat Odisha)

କଂଗ୍ରେସର ଆନ୍ଦୋଳନ:

ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ପ୍ରଦେଶ କଂଗ୍ରେସ । ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହା ପରେ ଏକ ବିଶାଳ ଶୋଭାଯାତ୍ରା ଭୁବନେଶ୍ୱର ଏଡିଏମଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ବିଶାଳ ଗଣଧାରଣା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କଂଗ୍ରେସ ନେତୃବୃନ୍ଦ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦରଙ୍କର ଦେଶ ପ୍ରତି ଥିବା ତ୍ୟାଗ ଓ ବଳିଦାନକୁ ସ୍ଲୋଗାନ ମାଧ୍ୟମରେ ଏବଂ ନିଜ ଅଭିଭାଷଣରେ ପ୍ରଦାନ କରି ଗୃହମନ୍ତ୍ରୀ ଅମିତ ଶାହାଙ୍କର ଇସ୍ତଫା ଦାବି କରିଛନ୍ତି ।

ଭୁବନେଶ୍ବରରେ ଦିଲ୍ଲୀ ଇଫେକ୍ଟ:

ସେହିପରି "ଦିଲ୍ଲୀରେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସ ସଭାପତି ତଥା ରାଜ୍ୟସଭା ବିରୋଧ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ଉପରେ କେତେକ ବିଜେପି ସାଂସଦଙ୍କ ଆକ୍ରମଣ ଏବଂ ଲୋକସଭାର ବିରୋଧି ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବେଶ ପଥରେ ବିଜେପି ସାଂସଦମାନଙ୍କ ପ୍ରତିରୋଧ ଘଟଣାକୁ ନିନ୍ଦା କରୁଛୁ" ବୋଲି କହିଛନ୍ତି କଂଗ୍ରେସ ନେତା ୟାସିର ନୱାଜ । ଏହି ଅବସରରେ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ରାମଚନ୍ଦ୍ର ଖୁଣ୍ଟିଆ, ୟାସିର ନୱାଜ, ଦୀପକ କୁମାର ମହାପାତ୍ର, ରଞ୍ଜିତ ପାତ୍ର, ଉଦିତ ପ୍ରଧାନ, ନଳିନୀ କାନ୍ତ ନାୟକ, ପ୍ରଣତି ମିଶ୍ର, ଗୀତାଞ୍ଜଳି ମହାନ୍ତି, ମଧୁସ୍ମିତା ଆଚାର୍ଯ୍ୟ, କୁସୁମ ପ୍ରଧାନ, ପ୍ରାଚୀ ରାଉତରାୟ, ନିରୁପମା ପାତ୍ର, ମନୀଷା ପଟ୍ଟନାୟକ, ସ୍ନେହପ୍ରଭା ଜେନା ପ୍ରମୁଖ ବହୁ ଛାତ୍ର, ଯୁବ, ମହିଳା କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସାମିଲ ରହିଥିଲେ ।

ଏହା ବି ପଢନ୍ତୁ...ପ୍ରତାପ ଷଡ଼ଙ୍ଗୀ ମୁଣ୍ଡ ଫାଟିବା ନେଇ ରାହୁଲଙ୍କ ଉପରେ ବର୍ଷିଲେ ମନମୋହନ, ନିନ୍ଦା କଲେ ଧର୍ମେନ୍ଦ୍ର ଓ ଅଶ୍ବିନୀ

ଏହା ବି ପଢନ୍ତୁ...ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଂସଦ ପ୍ରତାପ ଷଡଙ୍ଗୀ

କଂଗ୍ରେସ କ୍ଷମା ମାଗୁ: ମୋହନ

ସେପଟେ କଂଗ୍ରେସ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ସଂସଦ ଭବନରେ ଗୃହମନ୍ତ୍ରୀ ଅମିତ ସାହାଙ୍କ ବିବୃତ୍ତିକୁ ନେଇ କଂଗ୍ରେସ ଅପପ୍ରଚାର କରୁଛି । ଏହାକୁ ମୁଁ ନିନ୍ଦା କରୁଛି । ସମ୍ବିଧାନର ପ୍ରଣୟତା ଆମ୍ବେଦକରଙ୍କୁ ଆମ ଦଳ ସମ୍ମାନ ଦେଉଛି । ଛୋଟ କଥା ଓ ବିବୃତ୍ତିକୁ ବିକୃତ କରାଯାଉଛି । ସାମାଜିକ, ରାଜନୈତିକ କ୍ଷେତ୍ରରେ ଭାରତବର୍ଷର ଜ୍ଞାନୀ ଓ ଅବଦାନ ଥିବା ବ୍ୟକ୍ତିଙ୍କୁ କଂଗ୍ରେସ ପରିହାସ କରିଛି । ଆମ୍ବେଦକରଙ୍କୁ କଂଗ୍ରେସ ବହୁତ ଅପମାନ କରିଛି । ତେଣୁ କଂଗ୍ରେସ କ୍ଷମା ମାଗୁ । ମୁସଲମାନଙ୍କୁ ସଂରକ୍ଷଣ ଦିଆଯାଇଥିଲା, ଆଦିବାସୀଙ୍କୁ ଅବହେଳା କରାଯାଇଥିଲା । ଆମ୍ବେଦକର ଆପତ୍ତି କରିବା ପରେ ତାଙ୍କୁ ଅପମାନ କରାଯାଇଥିଲା । ଆମ୍ବେଦକର କଂଗ୍ରେସରୁ ଇସ୍ତଫା ଦେଇଥିଲେ । 1952 ଓ 1954 ନିର୍ବାଚନରେ ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ । ନେହୁରୁ ପ୍ରଚାର କରୁଥିଲେ । ମଧ୍ୟପ୍ରଦେଶରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅଟଳ ବିହାରୀ ବାଜପେୟୀ ଉଦଘାଟନ କରିଥିଲେ । କଂଗ୍ରେସ ଆମ୍ବେଦକରଙ୍କୁ ଅସଦାଚରଣ ଓ ଅପମାନିତ କରିଥିଲେ । ଏଥିପାଇଁ କଂଗ୍ରେସ ଦେଶବାସୀଙ୍କ ସାମନାରେ କ୍ଷମା ପ୍ରାର୍ଥନା କରୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details