ଓଡିଶା

odisha

ETV Bharat / politics

ବଲାଙ୍ଗୀର ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ, ସ୍ଥିତି ପରଖିବା ପରେ ଅସନ୍ତୁଷ୍ଟଙ୍କ ସହ କଲେ ଚର୍ଚ୍ଚା - BJP State In charge Visit Balangir - BJP STATE IN CHARGE VISIT BALANGIR

BJP State In charge Visit Balangir: ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଳ ସିଂହ ତୋମାର ବଲାଙ୍ଗୀର ଯାଇ ପାର୍ଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ସେ ବୀରମିତ୍ରପୁର ଆସନ ପାଇଁ ଅସନ୍ତୁଷ୍ଟ ଆଶାୟୀଙ୍କ ସହ କଥା ହୋଇଛନ୍ତି । ଅଧିକ ପଢନ୍ତୁ

ବଲାଙ୍ଗୀର ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ, ସ୍ଥିତି ପରଖିବା ସହ ଅସନ୍ତୁଷ୍ଟଙ୍କ ସହ କଲେ ଚର୍ଚ୍ଚା
ବଲାଙ୍ଗୀର ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ, ସ୍ଥିତି ପରଖିବା ସହ ଅସନ୍ତୁଷ୍ଟଙ୍କ ସହ କଲେ ଚର୍ଚ୍ଚା

By ETV Bharat Odisha Team

Published : Apr 13, 2024, 7:42 PM IST

ବଲାଙ୍ଗୀର ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ, ସ୍ଥିତି ପରଖିବା ସହ ଅସନ୍ତୁଷ୍ଟଙ୍କ ସହ କଲେ ଚର୍ଚ୍ଚା

ବଲାଙ୍ଗୀର: ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ତଥା କେନ୍ଦ୍ର ବିଜେପି ନେତା ବିଜୟପାଳ ସିଂହ ତୋମାର । ସେଠାରେ ତାଙ୍କୁ ବିଜେପି କର୍ମୀମାନେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ପରେ ସେ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଯାଇ ସେଠି ଦଳର ନିର୍ବାଚନ ପ୍ରସ୍ତୁତି ଉପରେ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଥିଲେ । ବୁଥ ସ୍ତରୀୟ କର୍ମୀଙ୍କ ସହ ସେ ଦଳୀୟ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ।

ରାଜ୍ୟ ବିଜେପି ପ୍ରଭାରୀ କହିଛନ୍ତି ଯେ, ଓଡ଼ିଶାରେ ବିଜେପିର ଅଣ୍ଡର କରେଣ୍ଟ ଅଛି । ଯାହାଫଳରେ ଏଠି ବିଜେପି ନିହାତି ଭାବରେ ସଫଳ ହେବ । ସେହିପରି ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ମଧ୍ୟ ବିଜେପିର ହାୱା ରହିଛି ତେଣୁ ଏହାର ଲୋକସଭା ସହ ଏହା ମଧ୍ୟରେ ଆସୁଥିବା ୭ଗୋଟି ବିଧାନସଭା ଆସନରେ ବିଜେପି ଜିତିବ । ତେବେ ରାଜ୍ୟ ପ୍ରଭାରୀଙ୍କ ଗସ୍ତ ସମୟରେ ବିଜେପିରେ ଦେଖା ଦେଇଛି ଗୋଷ୍ଠୀ କନ୍ଦଳ । ସୋନପୁର ଜିଲ୍ଲାର ବୀରମହାରାଜପୁର ପାଇଁ ଆଶାୟୀ ଥିବା ବିଜେପି ନେତା ଆନନ୍ଦ ବାରିକ ନିଜର ଶତାଧିକ ବିଜେପି ସମର୍ଥକଙ୍କ ସହ ଟିକେଟ ପାଇଁ ହୋହଲ୍ଲା କରିଥିଲେ । ଆନନ୍ଦଙ୍କ କହିବା ମୁତାବକ ସେ ଏଠାରେ ୫ବର୍ଷ ଧରି ସଂଗଠନ ସୃଦୃଢ କରିଆସୁଥିଲେ, ମାତ୍ର ଏଠି ରହୁ ନ ଥିବା କିମ୍ବା ସଂଗଠନ କରି ନ ଥିବା ପୂର୍ବତନ ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲ୍ଲାଙ୍କୁ ପୁଣି ବିଜେପି ଟିକେଟ ଦେଇଛି । ଯାହାକୁ ନେଇ ଆନନ୍ଦ ବାରିକ ନିଜ ଶତାଧିକ ସମର୍ଥକ ସହ ଏଠି ଧାରଣା ଦେଇଥିଲେ ଏବଂ ଦୀର୍ଘ ସମୟ ଧରି ସମର୍ଥକମାନେ ହୋ ହଙ୍ଗାମା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟ ସରକାର ଲଜ୍ଜାର ସବୁ ସୀମା ଡେଇଁଗଲେଣି: ସତ୍ୟବ୍ରତ ପଣ୍ଡା - BJP MEETS CHIEF ELECTORAL OFFICER

ସେହିପରି ଆନନ୍ଦ ବାରିକ ବିଜୟପାଳ ସିଂହ ତୋମାରଙ୍କ ସହ ଆଲୋଚନା ପରେ ମଧ୍ୟ ସମସ୍ତେ ଧରଣା ଦେଇଥିଲେ । ତେବେ ଆଗକୁ ତାଙ୍କୁ ଟିକେଟ ଦିଆ ନ ଗଲେ ସେମାନେ ଏଠିକାର ବିଧାୟକ ପ୍ରାର୍ଥୀଙ୍କୁ ସହଯୋଗ କରିବେ ନାହିଁ ବୋଲି ସେ କହିଛନ୍ତି । ସେପଟେ ରାଜ୍ୟ ବିଜେପି ପ୍ରଭାରୀ କହିଛନ୍ତି ଯେ ଟିକେଟ ଦେବା ପ୍ରାର୍ଥୀଙ୍କୁ ନୁହେଁ ତାଙ୍କ ଯୋଗ୍ୟତା ଦେଖି ଦଳ ଟିକେଟ ଦେଇଥାଏ । ଏହି କ୍ରମରେ ବୀରମହାରାଜପୁରରେ ରଘୁନାଥ ଜଗଦଲ୍ଲା ପ୍ରାର୍ଥୀଙ୍କୁ ଟିକେଟ ଦଳ ଦେଇଛି ବୋଲି ସେ କହିଛନ୍ତି । ସେହିପରି ଆଜି ଏଠି ସବୁ ବୁଥ ସ୍ତରୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା ସେ କରିଥିବାର କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଓ ଅବ କି ବାର 400 ପାର ପାଇଁ ସମସ୍ତେ ଚେଷ୍ଟିତ ଥିବାର କହିଛନ୍ତି । ପ୍ରାୟତଃ ସବୁ ସିଟ୍ ପାଇଁ ଟିକେଟ ଦିଆଯାଇଛି ବୋଲି ସେ କହିଛନ୍ତି । ତେବେ ଯାହା ଟିକେଟ ବାକି ଅଛି ତାହା ଏପ୍ରିଲ 20 ତାରିଖ ସୁଦ୍ଧା ଘୋଷଣା ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details