ଓଡିଶା

odisha

ETV Bharat / politics

ଓଡିଶା ନିର୍ବାଚନ 2024: ଦ୍ବିତୀୟ ପର୍ଯ୍ୟାୟରେ 95 କୋଟିପତି ପ୍ରାର୍ଥୀ, ଟପ୍ 3ରେ ନବୀନ, 33% ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା - ADR Report - ADR REPORT

ADR Report: ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ 87 ଜଣ ଅର୍ଥାତ୍ 33 ପ୍ରତିଶତ ଯୋଦ୍ଧାଙ୍କ ନାମରେ ରହିଛି ଅପରାଧିକ ମାମଲା । 70 ଜଣ ଅର୍ଥାତ୍ 26 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ଗୁରୁତର ବା ସଙ୍ଗୀନ ଅପରୀଧିକ ମାମଲା । 95 ଜଣ ଅର୍ଥାତ୍ 36 ପ୍ରତିଶତ ପ୍ରାର୍ଥୀ କୋଟିପତି । ଅଧିକ ପଢନ୍ତୁ

ଓଡିଶା ନିର୍ବାଚନ 2024: ଦ୍ବିତୀୟ ପର୍ଯ୍ୟାୟରେ 95 କୋଟିପତି ପ୍ରାର୍ଥୀ, ଟପ୍ 3ରେ ନବୀନ
ଓଡିଶା ନିର୍ବାଚନ 2024: ଦ୍ବିତୀୟ ପର୍ଯ୍ୟାୟରେ 95 କୋଟିପତି ପ୍ରାର୍ଥୀ, ଟପ୍ 3ରେ ନବୀନ (ETV Bharat Odisha)

By ETV Bharat Odisha Team

Published : May 15, 2024, 2:23 PM IST

Updated : May 15, 2024, 3:18 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । 4 ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 28 ବିଧାନସଭା ଆସନରେ ପଡିସାରିଛି ଭୋଟ । ଏପରିକି ଭୋଟ ପ୍ରତିଶତରେ ରାଜ୍ୟ ଦେଶକୁ ପଛରେ ପକାଇଛି । ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 67 ପ୍ରତିଶତ ଭୋଟିଂ ହୋଇଥିବା ବେଳେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ (ଲୋକସଭା ଏବଂ ବିଧାନସଭା) ପାଖାପାଖି 74 ପ୍ରତିଶତ ମତଦାନ ହୋଇଛି । ଯାହା ରାଜ୍ୟବାସୀଙ୍କ ମତଦାନ ଉତ୍ସାହକୁ ସାମ୍ନାକୁ ଆଣିଛି । ଏପଟେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ମୈଦାନ କମ୍ପୁଥିବା ବେଳେ ସମସ୍ତଙ୍କ ନଜର ଆସନ୍ତା 20 ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଭୋଟିଂ ଉପରେ । ତେବେ ଏହା ପୂର୍ବରୁ ଏଡିଆର (Association for Democratic Reforms (ADR) ରିପୋର୍ଟରେ ବଡ ଖୁଲାସା ହୋଇଛି ।

କୋଟିପତି ପ୍ରାର୍ଥୀ (ETV Bharat Odisha)




ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛନ୍ତି 265 ପ୍ରାର୍ଥୀ । 35ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ଭାଗ୍ୟ ପରୀକ୍ଷା କରିବେ ଏହି ସମସ୍ତ ଯୋଦ୍ଧା । 265 ପ୍ରାର୍ଥୀଙ୍କ ମଧ୍ୟରୁ 36 ପ୍ରତିଶତ ଅର୍ଥାତ୍ 95 ଜଣ କୋଟିପତି । ଏହି ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଥିବା କୋଟିପତି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ପରିମାଣ 3.98 କୋଟି । ତେବେ ବିଜେପିର ରାଉରକେଲା ନିର୍ବାଚନ ମଣ୍ଡଳୀ ଯୋଦ୍ଧା ଦିଲୀପ ରାୟ କୋଟିପତି ପ୍ରାର୍ଥୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି 313 କୋଟି । ତାଙ୍କ ପଛକୁ ରହିଛନ୍ତି ବିଜେଡିର ବଲାଙ୍ଗୀର ନିର୍ବାଚନୀ ମଣ୍ଡଳୀ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି 73 କୋଟି । ଏହା ପଛକୁ ଟପ୍ -3ରେ ଅଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର କଣ୍ଟାବାଞ୍ଜିରୁ ରଣାଙ୍ଗନକୁ ଓହ୍ଲାଇଥିବା ବିଜେଡି ସୁପ୍ରିମୋଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି 71 କୋଟି ।

Source- ADR (ETV Bharat Odisha)



ଦ୍ବିତୀୟ ପର୍ଯ୍ୟାୟର 10 ଧନୀ ପ୍ରାର୍ଥୀ:-

ଦିଲୀପ ରାୟ (ବିଜେପି)- 313 କୋଟି
କଳିକେଶ ନାରାୟଣ ସିଂଦେଓ (ବିଜେଡି) 73 କୋଟି
ନବୀନ ପଟ୍ଟନାୟକ (ବିଜେଡି-କଣ୍ଟାବାଞ୍ଜି) - 71 କୋଟି
ନବୀନ ପଟ୍ଟନାୟକ (ବିଜେଡି-ହିଞ୍ଜିଳି)- 71 କୋଟି
କନକ ବର୍ଦ୍ଧନ ସିଂହଦେଓ- ବିଜେପି 67 କୋଟି
ସରୋଜ କୁମାର ମେହେର- ବିଜେଡି 62 କୋଟି
ଦୀପାଳି ଦାସ - ବିଜେଡି 37 କୋଟି
ଭୀମସେନ ଚୌଧୁରୀ- ବିଜେଡି 17 କୋଟି
ଅନୀଲ ମେହେର- କଂଗ୍ରେସ 14 କୋଟି
ନକୁଳ ନାୟକ- କଂଗ୍ରେସ 14 କୋଟି

Source- ADR (ETV Bharat Odisha)



ଦ୍ବିତୀୟ ପର୍ଯ୍ୟାୟର କିଛି ଗରିବ ପ୍ରାର୍ଥୀ:-

ସୋହନ ସିପକା କଣ୍ଟାବାଞ୍ଜି - ଶୂନ ରାଶି ( zero assets)
ପ୍ରଦୀପ ସାହୁ, ବୌଦ୍ଧ (ସ୍ବାଧୀନ)- 7 ହଜାର
ଅଭିରାମ ଧରୁଆ, କଣ୍ଟାବାଞ୍ଜି -(All India Forward Bloc)- Rs 8592
ସତ୍ୟନନ୍ଦ ବହିଦାର- ଟିଟଲାଗଡ- ସ୍ବାଧୀନ- 11 ହଜାର
ବଳରାମ ନାୟକ- ହିଞ୍ଜିଳି (ବିଏସପି)- 11 ହଜାର
ସରୋଜ କୁମାର ସୁନା- ଲୋହିସିଂହା (National Apni Party): Rs 12000





ନଜର ପକାନ୍ତୁ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ଉପରେ:-

265 ପ୍ରାର୍ଥୀଙ୍କ ମଧ୍ୟରୁ 87 ଜଣ ଅର୍ଥାତ୍ 33 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା

70 ଜଣ ଅର୍ଥାତ୍ 26 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ସଙ୍ଗୀନ ଅପରାଧିକ ମାମଲା

5 ପ୍ରାର୍ଥୀଙ୍କ ନାମରେ ହତ୍ୟା ମାମଲା (IPC Section -302)

16 ପ୍ରାର୍ଥୀଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ((IPC Section 307) )

11 ପ୍ରାର୍ଥୀଙ୍କ ନାମରେ ମହିଳା ବିରୋଧୀ ଅପରାଧ

Source- ADR (ETV Bharat Odisha)



ଶିକ୍ଷାଗତ ଯୋଗ୍ୟତା:
130 ଜଣ ଅର୍ଥାତ 49 ପ୍ରତିଶତ ପ୍ରାର୍ଥୀ 5ରୁ ଦ୍ବାଦଶ ପାସ୍
122 ଜଣ ଅର୍ଥାତ୍ 46 ପ୍ରତିଶତ ପ୍ରାର୍ଥୀ ଗ୍ରାଜୁଏଟ୍
10 ପ୍ରାର୍ଥୀ ଡିପ୍ଲୋମା ପାସ୍



ପ୍ରାର୍ଥୀଙ୍କ ବୟସ:

65 ଜଣ ଅର୍ଥାତ୍ 25 ପ୍ରତିଶତ ପ୍ରାର୍ଥୀଙ୍କ ବୟସ ରହିଛି 25ରୁ 40
150 ଜଣ ଅର୍ଥାତ୍ 57 ପ୍ରତିଶତ ପ୍ରାର୍ଥୀଙ୍କ ବୟସ ରହିଛି 41ରୁ 60
50 ଜଣ ଅର୍ଥାତ୍ 19 ପ୍ରତିଶତ ପ୍ରାର୍ଥୀଙ୍କ ବୟସ ରହିଛି 61ରୁ 80



ତେବେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ 41 ଜଣ ଅର୍ଥାତ୍ 15 ପ୍ରତିଶତ ମହିଳା ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ।

Last Updated : May 15, 2024, 3:18 PM IST

ABOUT THE AUTHOR

...view details