ETV Bharat / state

ଜଗନ୍ନାଥଙ୍କୁ ଡରାଇ ପାରିନି ଥାଲେସେମିଆ, ନିଜ ଉଦ୍ୟମରେ ସ୍ୱାବଲମ୍ବୀ - BALASORE JAGANNATH GIRI

ବାଲେଶ୍ବର ମାହାରାସାହି ଅଞ୍ଚଳର ଜଗନ୍ନାଥ ଗିରି । ପିଲାଟି ବେଳୁ ଥାଲେସେମିଆ ରୋଗରେ ପୀଡ଼ିତ । ନିଜ ଉଦ୍ୟମରେ ଦୋକାନ କରି ହୋଇଛନ୍ତି ସ୍ୱାବଲମ୍ବୀ ।

Balasore Maharasahi Jagannath Giri
Balasore Maharasahi Jagannath Giri (ETV Bharat Odisha)
author img

By ETV Bharat Odisha Team

Published : Jan 4, 2025, 5:49 PM IST

ବାଲେଶ୍ବର: କୁହାଯାଏ ମନୋବଳ ଥିଲେ ସବୁ କାର୍ଯ୍ୟ ସମ୍ଭବ ହୋଇଥାଏ । ମନୋବଳ ଯେତେ ସୁଦୃଢ଼ ହେବ ସେତେମାତ୍ରାରେ କାର୍ଯ୍ୟସିଦ୍ଧି ହୋଇ ପାରିବ । ସେମିତି ଜଣେ ୧୯ ବର୍ଷର ଯୁବକ ଯିଏକି ଥାଲେସେମିଆ ରୋଗରେ ପୀଡିତ ହୋଇ ମଧ୍ୟ କେବେ ହାରି ନାହାନ୍ତି ବରଂ ନିଜେ କେମିତି ନିଜର ପରିବାର ପ୍ରତିପୋଷଣ କରିବେ ସେନେଇ ସବୁବେଳେ ସେ ଉଦ୍ୟମ କରୁଛନ୍ତି । ବଜାରରେ ଏକ ଛୋଟିଆ ପାନ ଦୋକାନ କରିଥିବା ବେଳେ ଘରେ ପନିପରିବା ଚାଷ କରି ଯାହା ଦୁଇ ପଇସା ମିଳୁଛି ମାଆ ପୁଅ ଚଳୁଛନ୍ତି । ପିଲା ବେଳୁ ବାପାଙ୍କ ମସ୍ତିଷ୍କ ବିକୃତି କାରଣରୁ ସେ କେଉଁଆଡ଼େ ଚାଲି ଯାଇଛନ୍ତି ଯେ ଆଉ ଫେରିନାହାନ୍ତି । ଏପଟେ ୬ ମାସ ବୟସରୁ ହିଁ ଥାଲେସେମିଆ ଚିହ୍ନଟ ହେବା ପରଠାରୁ ଏବେ ମାସକୁ ୨ରୁ ୩ଥର ରକ୍ତ ନେବାପାଇଁ ଡାକ୍ତରଖାନା ଯାଉଛନ୍ତି ସେ । ସେମିତି ଜଣେ ଉଦ୍ୟମୀ ତଥା ହାର ମାନି ନଥିବା ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାହାରାସାହି ଅଞ୍ଚଳର ଜଗନ୍ନାଥ ଗିରି ।

ପରିବାର ସ୍ଥିତି ପାଇଁ ପାଠରେ ଡୋରି:

Balasore Maharasahi Jagannath Giri (ETV Bharat Odisha)

ଜଗନ୍ନାଥ ଗିରିଙ୍କ ବୟସ ୧୯ ହୋଇଥିଲେ ବି ରୋଗ ଜ୍ୱାଳାରେ ସେ ମାତ୍ର ୮ରୁ ୯ ବର୍ଷର ଜଣେ ବାଳକ ପରି ଦିଶୁଛନ୍ତି । ଏପଟେ ବାପା କେଉଁଆଡ଼େ ଚାଲି ଯାଇଥିବା ବେଳେ ମାଆ ପରଘରେ ମୂଲ ଲାଗି ଜଗନ୍ନାଥଙ୍କୁ ଡାକ୍ତର ଦେଖାଇବା ଠାରୁ ଆରମ୍ଭ କରି ଦଶମ ଯାଏ ପାଠ ପଢ଼ାଇଛନ୍ତି । ଦଶମରେ ୫୪୦ ନମ୍ବର ରଖି ଜଗନ୍ନାଥ ଉତୀର୍ଣ୍ଣ ହୋଇଥିବା ବେଳେ ରୋଗ ଦାଉ ଏବଂ ପରିବାର ପରିସ୍ଥିତି ପାଇଁ ସେ ଆଉ ପାଠ ପଢି ପାରିନଥିଲେ । ଦଶମ ପରେ ପରେ ତାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଗଲା । ନିଜେ ଚଳିବା ସହ ମାଆ ମୁହଁରେ ବି ଦୁଇମୁଠା ଦାନା ଯୋଗାଇବା ଉଦ୍ଦେଶ୍ୟରେ ଜଗନ୍ନାଥ ଖଇରା ବଜାରରେ ଏକ ପାନ ଦୋକାନ କରିବା ସହ ଏବେ ପରିବା ଚାଷ କରିଛନ୍ତି । ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳିବା କଷ୍ଟ ହେଉଥିବା ବେଳେ ଜଗନ୍ନାଥ ଦୋକାନକୁ ଆଉ ଟିକିଏ ବଢ଼ାଇବା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରୁ ସହଯୋଗ ଲୋଡିଛନ୍ତି ।

ସରକାରଙ୍କୁ ସାହଯ୍ୟ ପାଇଁ ନିବେଦନ:

Balasore Maharasahi Jagannath Giri
Balasore Maharasahi Jagannath Giri (ETV Bharat Odisha)

ତେବେ ଜୀବନର ଯୁଧ୍ୟ ଲଢ଼ୁଥିବା ଜଗନ୍ନାଥ ସବୁଦିନ ସକାଳୁ ଓ ସନ୍ଧ୍ୟାରେ ଦୋକାନ ଖୋଲିବାକୁ ଯାଆନ୍ତି ହେଲେ ଏବେ ରୋଗର ପ୍ରକୋପ ଅଧିକ ହେଉଥିବାରୁ ସେ କେବଳ ସନ୍ଧ୍ୟାରେ ଦୋକାନ ଖୋଲନ୍ତି । ଆଉ ସକାଳେ ବାଡ଼ିରେ ଲଗାଇଥିବା ପନି ପରିବା ଗଛର ଯତ୍ନ ନିଅନ୍ତି । ନିଜର ପ୍ରତିକ୍ରିୟାରେ ଜଗନ୍ନାଥ ଗିରି କହିଛନ୍ତି ," ଛୋଟିଆ ଦୋକାନ ଟିଏ କରିଛି । ରକ୍ତ ନେବାପାଇଁ ମାସକୁ ୩ରୁ ୪ ଥର ବାଲେଶ୍ୱର ଯିବାକୁ ପଡୁଛି । ବାଡ଼ି ବଗିଚାରେ ପନିପରିବା ଲଗାଇଛି । ଦୋକାନରେ ବେପାର ବହୁତ କମି ଯାଇଛି । ଦୋକାନକୁ ସକାଳୁ ଯାଏ ସନ୍ଧ୍ୟା ବେଳେ ଆସେ । ଏବେ ଦେହ ଖରାପ ଯୋଗୁଁ ଯାଇ ପାରୁନି କେବଳ ଉପରବେଳା ଦୋକାନକୁ ଯାଉଛି । ରକ୍ତ ନେବାପାଇଁ ବାଲେଶ୍ୱର ସକାଳୁ ଯାଏ ଆସିଲା ବେଳକୁ ରାତି ହୋଇଯାଏ । ଦୋକାନଟି ଟିକେ ବଢାଇବାକୁ ଚାହୁଁଛି । ଯଦି ସରକାରଙ୍କ ତରଫରୁ କିଛି ସାହାଯ୍ୟ ହୋଇପାରନ୍ତା ମୁଁ ଖୁସି ହୁଅନ୍ତି ।"

ପର ଘରେ କାମ କରି ଜଗନ୍ନାଥଙ୍କୁ ବଞ୍ଚାଇଛନ୍ତି ମାଆ:

ଅନ୍ୟପଟେ ଜଗନ୍ନାଥଙ୍କୁ କେମିତି ଲାଳନ ପାଳନ କରି ଆଜି କେମିତି ଚଳୁଛନ୍ତି ସେନେଇ ଜଗନ୍ନାଥଙ୍କ ମାଆ କମଳିନୀ ଗିରି କହିଛନ୍ତି ,"ଜଗନ୍ନାଥକୁ ଯେତେବେଳେ ୬ ମାସ ହୋଇଥିଲା, ସେ ଧଳା ପଡିଗଲା, କ୍ଷୀର ଖାଇଲାନି । ଶେଷରେ ବାଲେଶ୍ୱର ଡାକ୍ତରଖାନା ନେଇକି ଯାଇଥିଲି । ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ପୁଅ ଦେହରେ ରକ୍ତ ନାହିଁ ବୋଲି କହିଥିଲେ । ପରେ ପୁଅକୁ ରକ୍ତ ଦେଇ ସେଠାରୁ ଘରକୁ ଆଣିଥିଲୁ । ସେବେଠାରୁ ରକ୍ତ ଦିଆଚାଲିଛି । ମାନସିକ ବିକୃତି କାରଣରୁ ଜଗନ୍ନାଥର ବାପା କେଉଁଆଡ଼େ ଚାଲି ଯାଇଛନ୍ତି । ମୁଁ ପରଘରେ କାମ କରି ଛୁଆକୁ ବଞ୍ଚେଇକି ରଖିଛି । ଜଗନ୍ନାଥ ଦୋକାନ କରିଛି । ହେଲେ ସେତେ ଭଲ ବେପାର ନାହିଁ । ମାସକୁ ପ୍ରାୟ ତା ପାଇଁ ୪ ହଜାର ଟଙ୍କା ଔଷଧ ଖର୍ଚ୍ଚ ହେଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ଗରିବ ପରିବାରକୁ ଦଇବ ଦୁଃଖ: କାମ କରୁନି କିଡନୀ, ସାହାଯ୍ୟ ଆଶାରେ ଭାଗ୍ୟଧର - Seeking Help For Kidney Treatment

ଏହା ମଧ୍ୟ ପଢ଼ନ୍ତୁ...ସେବାରେ ସମର୍ପିତ 'ନରେନ୍ଦ୍ର', ଆମ୍ବୁଲାନ୍ସରୁ ଶୌଚାଳୟ ଯାଏଁ କରିଛନ୍ତି ସବୁ ବ୍ୟବସ୍ଥା

ସେହିପରି ଜଗନ୍ନାଥଙ୍କ ପଡୋଶୀ ପରେଶ କୁମାର ଜେନା କହିଛନ୍ତି, "ଜଗନ୍ନାଥ ଯେତେବେଳେ ୬ ମାସର ଥିଲା ସେ ଏହି ରୋଗରେ ପୀଡିତ ଅଛି । ସେ ସବୁବେଳେ ରକ୍ତ ନେବାକୁ ବାଲେଶ୍ୱର ଯାଏ, ମୁଁ ବି ତାକୁ ଅନେକ ଥର ନେଇକି ଯାଇଛି । ତାର ମାସକୁ ପ୍ରାୟ ୪ରୁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ବର୍ତ୍ତମାନ ସେ ଖଇରା ବଜାରରେ ଏକ ଛୋଟିଆ ପାନ ଦୋକାନ କରିଛି । ତା ପାଇଁ ସରକାରଙ୍କୁ କହିବି ଯେ, ଯଦି ସରକାର କିଛି ସହାୟତା ଦିଅନ୍ତେ ତେବେ ସେ ଆଗକୁ ବଢି ପାରିବ ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.