ଓଡିଶା

odisha

ETV Bharat / politics

ଖୋର୍ଦ୍ଧା ଲଢେଇ: ବିଜେଡି ଅଭେଦ୍ୟ ଦୁର୍ଗରେ ଫୁଟିବ କି ପଦ୍ମ, ନା ବିଜୟ ସ୍ବାଦ ଚାଖିବେ ଜାନକୀ ନନ୍ଦନ - Begunia Assembly constituency - BEGUNIA ASSEMBLY CONSTITUENCY

Begunia Constituency: କାହାର ହେବ ବେଗୁନିଆ, କିଏ ପିନ୍ଧିବ ବିଜୟ ମୁକୁଟ । ବିଜେଡିର ଗଡ ଭେଦ କରିବେ କି ଜାନକୀ ନନ୍ଦନ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ । ନାଁ ମୋଦି ହାଓ୍ବାରେ ଫୁଟିବ ପଦ୍ମ । ନାଁ ପୁଣି ନିଜ ଗଡ ବଜାୟ ରଖିବ ଶଙ୍ଖ । ଦେଖନ୍ତୁ ଏହି ରିପୋର୍ଟ

Begunia constituency
Begunia constituency (ETV Bharat Odisha)

By ETV Bharat Odisha Team

Published : May 20, 2024, 11:35 AM IST

Begunia Constituency (ETV Bharat Odisha)

ଖୋର୍ଦ୍ଧା: ବେଗୁନିଆ ବ୍ୟାଟେଲରେ କିଏ ପିନ୍ଧିବ ବିଜୟ ମୁକୁଟ ? ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ ମେ’ ୨୫ରେ ବେଗୁନିଆରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ହାଇଭୋଲଟେଜ ପ୍ରଚାର ଜାରି ରହିଛି । ବେଗୁନିଆ ନିର୍ବାଚନ ମଣ୍ଡଳୀ ରାଜ୍ୟର ଏକ ଚର୍ଚ୍ଚିତ ଆସନ ହୋଇଥିବା ବେଳେ ଏଠାରୁ ସ୍ବର୍ଗତଃ ଜାନକୀ ପଟ୍ଟନାୟକ ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏହି ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ପାଲଟିଥିଲା । କିନ୍ତୁ ଏହା ଏବେ ବିଜେଡିର ଅଭେଦ୍ୟ ଦୁର୍ଗ ପାଲଟିଛି । ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେଡି ଏଠାରେ ବିଜୟର ସ୍ବାଦ ଚାଖି ଆସୁଛି । ଏଥର ବି ବିଜେଡି ପଲ୍ଲା ଭାରି ଥିବା ଚର୍ଚ୍ଚା ହେଉଛି ।

Begunia constituency (ETV Bharat Odisha)

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପ ସାହୁଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିଛି । ସେହିଭଳି କଂଗ୍ରେସ ଏଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରି ଜନତାଙ୍କ ସମର୍ଥନ ଗୋଟାଇବାକୁ ରଣନୀତି କରୁଛି । ବେଗୁନିଆ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ଜାନକୀ ପ୍ରେମୀ ରହିଥିବା ବେଳେ ପୃଥ୍ୱୀ ଏମାନଙ୍କୁ ଏକଜୁଟ କରି ମୈଦାନରେ ଜୋରଦାର ଲଢେଇ କରୁଛନ୍ତି । ସେହିପରି ବିଜେପି ଏଠାରେ ପ୍ରକାଶ ରଣବିଜୁଳିଙ୍କୁ ପ୍ରାର୍ଥୀ କରି ପରିବର୍ତ୍ତନର ନାରା ଦେଉଛି ।

ଏହାମଧ୍ୟ ପଢନ୍ତୁ..ବାପାଙ୍କ ଗଡ଼କୁ ଫେରାଇ ଆଣିବି: ପୃଥ୍ବୀବଲ୍ଲଭ - Pruthvi Ballabh Patnaik

ବେଗୁନିଆ ନିର୍ବାଚନ ମଣ୍ଡଳୀରେ 2009 ମସିହାରେ ଏଠାରେ ବିଜେଡି ଏନସିପି ମେଣ୍ଟ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସାହୁଙ୍କୁ ହରାଇ ବିଜୟ ଲାଭ କରିଥିଲେ । ସେହିପରି 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଆମ ଓଡିଶା ପାର୍ଟିର ପ୍ରାର୍ଥୀ ପ୍ରଦୀପ ସାହୁଙ୍କୁ ହରାଇଥିଲେ । ସେହିପରି ଗତ 2019 ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସାହୁଙ୍କ ଠାରୁ 20 ହଜାରରୁ ଉର୍ଦ୍ଧ୍ୱ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ ।

ସେପଟେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩ ପ୍ରାର୍ଥୀ ବିଜୟୀ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ କହିଛନ୍ତି ଯେ, ବେଗୁନିଆରେ ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ବେଗୁନିଆବାସୀ ମାଟିର ପୁଅକୁ ଭୋଟ ଦେବେ । ସେପଟେ ବିଜେପି ନେତା ପ୍ରକାଶ ରଣବିଜୁଳି ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, 'ବିଜେଡି ସରକାର ଏଠି ଦୁର୍ନୀତି କରୁଛି । କେନ୍ଦ୍ର ଯୋଜନା ଏଠି ହେରଫେର କରାଯାଉଛି । ବିଜେପି ଏଥର ନିଶ୍ଚୟ ଜିତିବ ।' ସେପଟେ କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ କହିଛନ୍ତି ଯେ, ଆମେମାନେ ଲୋକଙ୍କ ସାଙ୍ଗରେ ମିଶୁଛୁ । ଲୋକମାନେ ଆମକୁ ଭଲ ପାଉଛନ୍ତି । ଲୋକ ଆମକୁ ଭଲ ପାଇବାର କାରଣ ଜାନକି ବଲ୍ଲଭ ପଟ୍ଟନାୟକ ଜନହିତକର କାର୍ଯ୍ୟ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ।

କ୍ରମାଗତ ଭାବେ ଦେଖିଲେ ଏଠାରେ ବିଜୁ ଜନତା ଦଳର 70 ହଜାରରୁ ଉର୍ଦ୍ଧ୍ୱ ଭୋଟ ରହିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସାହୁଙ୍କ ବିଜେଡିରେ ଯୋଗଦାନ ପରେ ବିଜେଡି ଆହୁରି ମଜଭୁତ ହୋଇଥିବା ବେଳେ ବିଜୟ ସୁନିଶ୍ଚିତ ବୋଲି ଆକଳନ କରାଯାଉଛି । ସେପଟେ ବିଜେପି ମୋଦିଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ଜନସାଧାରଣଙ୍କ ଆସ୍ଥା ଜିତିବାକୁ ପ୍ରୟାସ କରି ପରିବର୍ତ୍ତନ ନାରା ଦେଉଥିବା ବେଳେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିର ଦୁର୍ନୀତି ସାମ୍ନାକୁ ଆଣି ନିର୍ବାଚନ ମଣ୍ଡଳୀରେ ବିଜୟ ପାଇଁ ଜୋରଦାର ଉଦ୍ୟମ କରିଛି । ତେବେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ କାହା ସପକ୍ଷରେ ଜନମତ ଯିବ ଏବଂ କିଏ ଏଠାରୁ ନିର୍ବାଚିତ ହୋଇ ବିଧାନସଭା ଯିବେ ତାହା ଦେଖିବାକୁ ବାକି ରହିଲା ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details