ପୁରୀ:ପିପିଲିରେ ହେବ ସ୍ବାମୀ-ସ୍ତ୍ରୀ ଲଢେଇ ! ନିର୍ବାଚନ ଲଢିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରାଥୀଙ୍କ ସ୍ତ୍ରୀ ଜାଗୃତି ପଣ୍ଡା । ତା' ପୁଣି ସ୍ବାଧୀନ ଭାବେ । ସମାନ ଆସନରେ ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ସେ ପୁରୀରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି (ମଙ୍ଗଳବାର) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାବେଳେ ଜାଗୃତି ପଣ୍ଡା ନିଜର ନାମାଙ୍କନ ଭରିଛନ୍ତି । ତେବେ କାହିଁକି ସେ ନିଜ ସ୍ବାମୀଙ୍କ ବିପକ୍ଷରେ ନାମାଙ୍କନ ଭରିଲେ ସେନେଇ ଦ୍ବନ୍ଦ ସୃଷ୍ଟି ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ନିର୍ବାଚନରେ ପିପିଲି ବିଧାନସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ଏଥିପାଇଁ ସେ ଗତ ୩ ତାରିଖରେ ପୁରୀରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ଗତକାଲି ତାଙ୍କର ପତ୍ନୀ ଜାଗୃତି ପଣ୍ଡା ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରାର୍ଥୀପତ୍ର ଦଖଲ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାଗୃତି କାହିଁକି ସ୍ବାମୀ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଲେ, ସେନେଇ ପ୍ରଶ୍ନ ଉଠିଛି । ହେଲେ ଏ ସମ୍ପର୍କରେ ରୁଦ୍ର ମହାରଥୀ କିମ୍ବା ପତ୍ନୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଏହା ମଧ୍ୟ ପଢନ୍ତୁ: ନାମାଙ୍କନ ଭରିଲେ ରୁଦ୍ର, ଉମା ଓ ଓମ୍ ପ୍ରକାଶ - PURI LOK SABHA Seat