ଓଡିଶା

odisha

ETV Bharat / politics

ରାଜନଗର ବିଧାୟକଙ୍କ ଗୁଣ୍ଡାରାଜ ବିରୋଧରେ ଛାତ୍ର କଂଗ୍ରେସ ପ୍ରତିବାଦ, ବିଜେପି ସରକାରକୁ ଟାର୍ଗେଟ - NSUI Demand Strict Action

NSUI Demand Strict Action: ରାଜନଗର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ବିରୁଦ୍ଧରେ ଗର୍ଜିଲେ ଛାତ୍ର କଂଗ୍ରେସ । ବିଜେପି ବିଜେଡିଙ୍କ ଭିତିରି ବୁଝାମଣା ପାଇଁ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗୁଡିଥିବା ନେଇ ଅଭିଯୋଗ ଆଣିଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 8, 2024, 10:15 PM IST

NSUI Demand Strict Action
NSUI Demand Strict Action (ETV Bharat Odisha)

ଭୁବନେଶ୍ବର: ବିଧାୟକଙ୍କ ଗୁଣ୍ଡାରାଜ ବିରୋଧରେ ଛାତ୍ର କଂଗ୍ରେସର ପ୍ରତିବାଦ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗରେ ବିଭାଗରେ ରହିଥିବା ବେଳେ ଦିନକୁ ଦିନ ରାଜ୍ୟରେ ଆଇନ ଶୃଙ୍ଖଳା ବିଗୁଡୁଥିବା ଅଭିଯୋଗ କରିଛି କଂଗ୍ରେସ । ସାମ୍ବାଦିକ ସମିଳନୀରେ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ଏହି ଅଭିଯୋଗ ଆଣିଥିବା ବେଳେ କେନ୍ଦ୍ରାପଡା ରାଜନଗର ଧ୍ରୁବ ସାହୁଙ୍କ ଗୁଣ୍ଡାରାଜ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଯଦି ୪୮ ଘଣ୍ଟା ମଧ୍ୟରେ ଧ୍ରୁବ ସାହୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନି ଦେଇଛି ।

NSUI Demand Strict Action (ETV Bharat Odisha)

ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି ଯେ ନୂଆ ସରକାର ବା ବିଜେପି ସରକାରରେ ଆସିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜକୁ ଲୋକଙ୍କ ସରକାର କହି ବୁଲୁଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ରାଜ୍ୟରେ ଭୁବନେଶ୍ବରଠୁ ଆରମ୍ଭ କରି ବାଲେଶ୍ବର ସବୁଠି ହିଂସା ବଢିଚାଲିଛି । ଲୋକଙ୍କୁ ସୁରକ୍ଷା ଦେବାରେ ସେ ଫେଲ ମାରିଛନ୍ତି । ଖାଲି ସେତିକି ନୁହେଁ ଜଣେ ବିଧାୟକ ଆଇନକୁ ଅଣ୍ଟିରେ ପୁରେଇ ଦୁର୍ନୀତି କରିଚାଲୁଛନ୍ତି ହେଲେ ମୁଖ୍ୟମନ୍ତ୍ରୀ ବିଧାୟକ କରୁଥିବା ଦୁର୍ନୀତି ଉପରେ କିଛି ନ କହି ବସି ରହିଛନ୍ତି । ଏହାଦ୍ବାରା ସ୍ଥାନୀୟ ବିଧାୟକଙ୍କର ପାଦୁର୍ଭାବ ବଢ଼ିଚାଲିଛି । ଏପରିକି ବିଜେଡି ବିଜେପିର ମିଳି ଭଗତରେ ଏହି ଦୁର୍ନୀତି ହେଉଥିବାରୁ ସରକାର କାର୍ଯ୍ୟନୁଷ୍ଠାନ ପାଇଁ ତତ୍ପରତା ଦେଖାଉନାହାଁନ୍ତି ବୋଲି ଛାତ୍ର କଂଗ୍ରେସ କହିଛି ।

ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍କୁଆଳ ମୌଜା ଜଙ୍ଗଲ ଜମିରେ ଜବରଦଖଲ କରି ସ୍ବାଦ ହୋଟେଲ ନିର୍ମାଣ କରାଯିବା ସହ ଏହି ହୋଟେଲରେ ଅନୈତିକ କାର୍ଯ୍ୟ ଚାଲୁଛି ବୋଲି ଅଭିଯୋଗ ଆଣିଥିଲା ଛାତ୍ର କଂଗ୍ରେସ । ଏପରିକି ରାଜନଗର ବିଧାୟକ ଧ୍ରୁବ ସାହୁ ମଧ୍ୟ ଏହି ହୋଟେଲରେ ଅଂଶୀଦାର ଅଛନ୍ତି ବୋଲି ମଧ୍ୟ କହିଛି ଛାତ୍ର କଂଗ୍ରେସ । କେବଳ ସେତିକି ନୁହେଁ ବିଜେଡିର କିଛି ନେତା ଯେପରିକି ପ୍ରତାପ ଦେବ, ପ୍ରତାପ ଜେନା ଏଥିରେ ସାମିଲ ଥିବା କଂଗ୍ରେସ ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ...ବଡ଼ଦାଣ୍ଡରେ ଭିନ୍ନ ଦୃଶ୍ୟ; କାଳିଆ ଦୂଆରେ ସମସ୍ତେ ଏକାକାର, ମଞ୍ଚ ତଳକୁ ଆସି ନବୀନଙ୍କୁ ପାଛୋଟି ନେଲେ ଧର୍ମେନ୍ଦ୍ର - Ratha Yatra 2024

ଏଠାରେ ମାହାଙ୍ଗାର ପୂର୍ବତନ ବିଧାୟକଙ୍କ ପୁଅ ପ୍ରତାପ ଜେନାଙ୍କ ପୁଅ ବ୍ୟାଚଲର ପାର୍ଟି କରୁଥିବା ସହ ମଦ ମାଂସରେ ମସଗୁଲ ଥିବା ସାଙ୍ଘାତିକ ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ସରକାରୀ ଜମିରେ ହୋଇଥିବା ହୋଟେଲ ନାଁରେ ଏଠାରେ ଯେଉଁଭଳି ଭାବେ ଦୁର୍ନୀତି ହେଉଛି, ଅନୈତିକ କାର୍ଯ୍ୟ ଚାଲୁଛି ତାହା ବିଜେଡି ବିଧାୟକଙ୍କ ବା ବିଜେଡି ନେତାଙ୍କ କୁଶାସନ ସହ ଗୁଣ୍ଡାରାଜକୁ ପଦାରେ ପକାଇଛି ବୋଲି କହିଛି କଂଗ୍ରେସ । ତେଣୁ ବିଧାୟକ ବୋଲି ଧ୍ରୁବ ସାହୁ ଯେଉଁଭଳି ଭାବେ ଏହି ଅଞ୍ଚଳରେ ନିଜର ପତିଆରା ଦେଖାଇ କୁଶାସନ ଚଳାଇଛନ୍ତି ଆଉ ତାଙ୍କ ବିରୋଧରେ ଯିଏ ମୁହଁ ଖୋଲୁଛି ତାକୁ ସେ ବିରୋଧ କରିବା ସହ ଆକ୍ରମଣ କରୁଛନ୍ତି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ ।

ସୂଚନା ଥାଉକି କେନ୍ଦ୍ରାପଡା ରାଜନଗର ବିଧାୟକ ୬ ତାରିଖ ଦିନ ସ୍ଥାନୀୟ ବାଙ୍କୁଆଳରେ ଏହି ସ୍ବାଦ ହୋଟେଲର ଦୁର୍ନୀତିକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭକୁ ବନ୍ଦ କରିବା ସହ ଗୁଣ୍ଡାଗିରି କରିଛନ୍ତି । ପୋଲିସ ସେଠାରେ ଉପସ୍ଥିତ ଥାଇ ମଧ୍ୟ ଚୁପ୍ ହୋଇ ବସିରହିଲା । ପରେ ଧ୍ରୁବ ସାହୁଙ୍କ ଗୁଣ୍ଡା ମାନେ କଂଗ୍ରେସ ଛାତ୍ର ନେତାଙ୍କ ଆକ୍ରମଣ କରିଲେ ଗାଡି ଭାଙ୍ଗିଦେଇଥିଲେ । ଏନେଇ ସ୍ଥାନୀୟ ଥାନାରେ ଏତଲା ମଧ୍ୟ ଦିଆଗଲା । କିନ୍ତୁ ଦୁର୍ଭାଗ୍ୟ କଥା ହେଲେ ପୋଲିସ ସେଠାରେ ନିରବଦ୍ରଷ୍ଟା ସାଜି ନିଜର ଦାୟିତ୍ଵ ତୁଲାଇ ପାରିଲା ନାହିଁ । ଏହାକୁ ନେଇ ଘଟିଥିବା ଘଟଣାରେ ପୋଲିସ ଯଦି ଉଚିତ୍ ପଦକ୍ଷେପ ନ ନିଏ ତାହାଲେ ବାଧ୍ୟ ହୋଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details