ଓଡିଶା

odisha

ETV Bharat / politics

କୌଣସି ଦଳରେ ମିଶିବେ ନାହିଁ, କି ନିର୍ବାଚନ ଲଢିବେ ନାହିଁ: ସ୍ପଷ୍ଟ କଲେ ସଞ୍ଜୟ ଦତ୍ତ - Sanjay Dutt on election debut - SANJAY DUTT ON ELECTION DEBUT

Sanjay Dutt dismisses rumours about contesting Lok Sabha polls: ଲୋକସଭା ନିର୍ବାଚନ ଲଢୁନାହାନ୍ତି ସଞ୍ଜୁ ବାବା । ଟ୍ବିଟ କରି ଜାରି ରହିଥିବା ଚର୍ଚ୍ଚାରେ ନିଜେ ଟାଣିଲେ ପୂର୍ଣ୍ଣଚ୍ଛେଦ । ଅଧିକ ପଢନ୍ତୁ

କୌଣସି ଦଳରେ ମିଶିବେ ନାହିଁ, କି ନିର୍ବାଚନ ଲଢିବେ ନାହିଁ, ସ୍ପଷ୍ଟ କଲେ ସଞ୍ଜୟ ଦତ୍ତ
କୌଣସି ଦଳରେ ମିଶିବେ ନାହିଁ, କି ନିର୍ବାଚନ ଲଢିବେ ନାହିଁ, ସ୍ପଷ୍ଟ କଲେ ସଞ୍ଜୟ ଦତ୍ତ

By ETV Bharat Odisha Team

Published : Apr 8, 2024, 8:02 PM IST

ମୁମ୍ବାଇ:ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ଚଳିତ ନିର୍ବାଚନ ଲଢିବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ସେ କଂଗ୍ରେସ ଟିକେଟରେ ହରିୟାଣାର କୌଣସି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବା ନେଇ ବିଭିନ୍ନ ସୂତ୍ରରୁ ଭିନ୍ନ ଭିନ୍ନ ଚର୍ଚ୍ଚା ହେବାରେ ଲାଗିଥିଲା । ଆଜି ସଞ୍ଜୟ ନିଜେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କୌଣସି ରାଜନୈତିକ ଦଳରେ ସାମିଲ ହେଉନାହାନ୍ତି କିମ୍ବା ରାଜନୀତିରେ ପୁଣି ପ୍ରବେଶ କରିବେ ନାହିଁ ବୋଲି ଆଜି ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ।

ଆଜି ସଞ୍ଜୟ ନିଜ ‘ଏକ୍ସ’ ହ୍ୟାଣ୍ଡଲରେ ପୋଷ୍ଟ କରି କହିଛନ୍ତି, ‘‘ମୁଁ ନିର୍ବାଚନରେ ଅଂଶଗ୍ରହଣ କରିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହାକୁ ମୁଁ ଶେଷ କରିବାକୁ ଚାହେଁ । ମୁଁ କୌଣସି ରାଜନୈତିକ ଦଳରେ ସାମିଲ ହେଉନାହିଁ, କିମ୍ବା ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ କରୁନାହିଁ । ମୁଁ ଯଦି ନିର୍ବାଚନ ଲଢିବାକୁ କିମ୍ବା ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନିଏ,ତେବେ ମୁଁ ନିଜେ ହିଁ ପ୍ରଥମେ ଘୋଷଣା କରିବି । ମୋ ସମ୍ପର୍କରେ ହେଉଥିବା ଏପରି ଚର୍ଚ୍ଚାକୁ ସ୍ବୀକାର କରିବା ଉଚିତ ନୁହେଁ ।’’

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନ ଲଢ଼ିପାରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ, ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି - Dilip Roy in Coal Scam Case

ତେବେ ପୂର୍ବରୁ ମଧ୍ୟ ସଞ୍ଜୟ ନିର୍ବାଚନ ଲଢିବା ପାଇଁ ପ୍ରୟାସ କରିସାରିଛନ୍ତି । ସେ 2009 ସାଧାରଣ ନିର୍ବାଚନରେ ସାମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବେ ଲକ୍ଷ୍ନୌ ସଂସଦୀୟ ଆସନରୁ ନାମାଙ୍କନ ଭରିଥିଲେ । ମାତ୍ର ଏହାକୁ ପରେ ସେ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । ସେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ପାଇଥିବା ଦଣ୍ଡାଦେଶକୁ ଖାରଜ କରିବା କିମ୍ବା ରହିତାଦେଶ ଜାରି କରିବା ପାଇଁ ସେତେବେଳେ କୋର୍ଟ ମନା କରିଦେଇଥିଲେ । ଫଳରେ ସଞ୍ଜୟଙ୍କ ନିର୍ବାଚନ ଲଢିବା ଇଚ୍ଛା ପୂରଣ ହୋଇପାରିନଥିଲା । ଏବେ ପୁଣି ଥରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେ କୌଣସି ସମୟରେ କଂଗ୍ରେସ ଦଳରେ ସାମିଲ ହୋଇପାରନ୍ତି ବୋଲି ଶୁଣିବାକୁ ମିଳିଥିଲା । ହେଲେ ଆଜି ସଞ୍ଜୟ ନିଜେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ତେବେ ବଲିଉଡର ଏହି ସଫଳ ତଥା ଲୋକପ୍ରିୟ ଅଭିନେତା ମାରଣାସ୍ତ୍ର ରଖିବା ମାମଲାରେ ଗିରଫ ହୋଇ ଜେଲ ମଧ୍ୟ ଯାଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details