ଓଡିଶା

odisha

ETV Bharat / politics

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ଜୁନ 1ରେ ପଡ଼ିବ ଭୋଟ୍ - Lok Sabha election 2024 - LOK SABHA ELECTION 2024

Lok Sabha election 2024: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଅନ୍ତିମ ପର୍ଯ୍ୟାୟରେ ଦେଶର 7ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଆସନରେ ଜୁନ 1ରେ ହେବ ମତଦାନ । ଅଧିକ ପଢନ୍ତୁ

Lok Sabha election 2024
Lok Sabha election 2024 (Etv Bharat)

By ETV Bharat Odisha Team

Published : May 7, 2024, 10:10 AM IST

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ଭରିବେ ପ୍ରତିଦ୍ବନ୍ଦ୍ବି ପ୍ରାର୍ଥୀ । ମେ 14 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ମେ 15 ତାରିଖରେ ନାମାଙ୍କନ ଯାଞ୍ଚ 17 ତାରିଖରେ ନାମାଙ୍କନ ପ୍ରତ୍ୟାହାର ରହିଛି । ଏନେଇ ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ସୂଚନା ଦିଆୟାଇଛି । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର 6 ଲୋକସଭା ଆସନ ଓ 42 ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ସେହିପରି ଦେଶରେ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଆଜିଠାରୁ ନାମାଙ୍କନ ଭରିବେ ପ୍ରାର୍ଥୀ । ଏହି ପର୍ଯ୍ୟାୟରେ ଦେଶର 7ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଆସନରେ ଜୁନ 1ରେ ହେବ ମତଦାନ ।

ଅନ୍ତିମ ପର୍ଯ୍ୟାୟ ବିଜ୍ଞପ୍ତି
ମେ 7 ନାମାଙ୍କନ ଦାଖଲ
ମେ 14 ନାମାଙ୍କନ ଦାଖଲର ଶେଷ ତାରିଖ
ମେ 15 ନାମାଙ୍କନ ଯାଞ୍ଚ
ମେ 17 ନାମାଙ୍କନ ପତ୍ର ପ୍ରତ୍ୟାହାର

ଏହା ମଧ୍ୟ ପଢନ୍ତୁ-ତୃତୀୟ ପର୍ଯ୍ୟାୟ ମତଦାନ: ଅହମ୍ମଦାବାଦରେ ଭୋଟ ଦେଲେ ମୋଦି ଓ ଶାହ - LOK SABHA ELECTION 2024

ଏହି ସବୁ ଆସନ ପାଇଁ ନାମାଙ୍କନ ଭରିବେ ପ୍ରାର୍ଥୀ: ଜୁନ 1ରେ ଦେଶରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । 7ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଆସନରେ ଭୋଟ ପଡିବ । ଉତ୍ତରପ୍ରଦେଶରେ 13 ଏବଂ ପଞ୍ଜାବରେ 13, ପଶ୍ଚିମବଙ୍ଗରେ 9, ବିହାରେ 8 , ଓଡିଶାର6 , ହିମାଚଳ ପ୍ରଦେଶର 4, ଝାଡଖଣ୍ଡର 3 ଏବଂ ଚଣ୍ଡିଗଡ଼ରର ଗୋଟିଏ ସିଟରେ ହେବ ଭୋଟ ଗ୍ରହଣ । ଓଡିଶାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର 6 ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ନେତା ଆଜି ନାମାଙ୍କନ ଭରିବେ । ସେହିପରି 42 ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା ଦଳର ପ୍ରାର୍ଥୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବେ । ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ହେବ ମତଦାନ ।

ଓଡିଶାର 6 ଲୋକସଭା ଓ 42 ବିଧାନସଭା
ମୟୂରଭଞ୍ଜ ଯଶୀପୁର ସାରସକଣା ରାଇରଙ୍ଗପୁର ବାଙ୍ଗିରିପୋଷି ଉଦଳା ବାରିପଦା ବାରିପଦା
ବାଲେଶ୍ବର ବଡ଼ସାହି ଜଳେଶ୍ବର ଭୋଗରାଇ ବସ୍ତା ବାଲେଶ୍ବର ରେମୁଣା ନୀଳଗିରି
ଭଦ୍ରକ ସୋର ସିମୁଳିଆ ଭଣ୍ଡାରୀପୋଖରୀ ଭଦ୍ରକ ବାସୁଦେବପୁର ଧାମନଗର ଚାନ୍ଦବାଲି
ଯାଜପୁର ବିଞ୍ଝାରପୁର ବରୀ ବଡ଼ଚଣା ଧର୍ମଶାଳା ଯାଜପୁର ସୁକିନ୍ଦା କୋରେଇ
କେନ୍ଦ୍ରାପଡ଼ା ସାଲେପୁର ମାହାଙ୍ଗା ପାଟକୁରା କେନ୍ଦ୍ରାପଡ଼ା ଆଳି ରାଜନଗର ମହାକାଳପଡ଼ା
ଜଗତସିଂହପୁର ନିଆଳି ପାରାଦୀପ ତିର୍ତ୍ତୋଲ ବାଲିକୁଦା ଏରସମା ଜଗତସିଂହପୁର ନିମାପଡ଼ା କାକଟପୁର

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details