ଓଡିଶା

odisha

ETV Bharat / politics

ପୁଣି ଥରେ ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବେ ସୁଶିଲ ମୋଦି ! - bihar politics

Nitish Kumar Wants Sushil Modi As Deputy Again: ପୁଣି ଥରେ ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବରିଷ୍ଠ ବିଜେପି ନେତା ସୁଶିଲ ମୋଦି । ଅଧିକ ପଢନ୍ତୁ

ପୁଣି ଥରେ ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବେ ସୁଶିଲ ମୋଦି
ପୁଣି ଥରେ ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବେ ସୁଶିଲ ମୋଦି

By ETV Bharat Odisha Team

Published : Jan 27, 2024, 9:44 PM IST

ପାଟନା: ବିହାରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଭିନ୍ନ ଭିନ୍ନ ରୋଚକ ଖବର ସାମ୍ନାକୁ ଆସିବାରେ ଲାଗିଛି । ପୂର୍ବରୁ ଜେଡିୟୁ ଓ ବିଜେପି ସମର୍ଥିତ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ବରିଷ୍ଠ ବିଜେପି ନେତା ସୁଶିଲ ମୋଦି ପୁଣ ଥରେ ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ନୀତିଶ ଇସ୍ତଫା ଦେଇ ବିଜେପି ସମର୍ଥନରେ ସରକାର ଗଠନ କରିବେ । ହେଲେ ପୂର୍ବଥର ପରି ବିଜେପି ନେତା ସୁଶିଲ ମୋଦି ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତାକାଲି ଏସମ୍ପର୍କରେ ସ୍ପଷ୍ଟ ହେବ ।

ଏହାରି ମଧ୍ୟରେ ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ହେଲେ ସେ ଏହି ଘଟଣାକ୍ରମ ଉପରେ ବଡ ସନ୍ତୁଳିତ ବୟାନ ଦେଇଛି । ବର୍ତ୍ତମାନ ନୀତିଶ ଇସ୍ତଫା ଦେଇନାହାନ୍ତି । ନୀତିଶ ଯଦି ଇସ୍ତଫା ଦିଅନ୍ତି ତେବେ ପରବର୍ତ୍ତୀ ଘଟଣାକ୍ରମ ସମ୍ପର୍କରେ ଜଣାପଡିବ ବୋଲି ସମ୍ରାଟ କହିଛନ୍ତି । ଗତକାଲି ସମ୍ରାଟ ଦିଲ୍ଲୀ ଗସ୍ତ କରି ଅମିତ ଶାହ ଓ ଜେପି ନଡ୍ଡାଙ୍କ ସହ ଆଲୋଚନା କରିଥିଲେ । ହେଲେ ବୈଠକ ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ ।

2020 ରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆରଜେଡିକୁ କ୍ଷମତାରୁ ଦୂରରେ ରଖିବା ପାଇଁ ନୀତିଶ ବିଜେପି ସହ ମେଣ୍ଟରେ ସରକାର ଗଠନ କରିଥିଲେ । ସୁଶିଲ ମୋଦିଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିଥିଲା । ହେଲେ 2022 ରେ ନାଟକୀୟ ଢଙ୍ଗରେ ସେ ବିଜେପି ସହ ସମ୍ପର୍କ ଛିନ୍ନ କରିବା ସହ ଇସ୍ତଫା ଦେଇଥିଲେ । ସରକାରର ପତନ ହୋଇଥିଲା । ହେଲେ ତାର ମାତ୍ର କେଇ ଘଣ୍ଟା ପରେ ନୀତିଶ ଲାଲୁଙ୍କ ନେତୃତ୍ବାଧୀନ ଆରଜେଡି ଓ କଂଗ୍ରେସ ସହ ମିଶି ମହାମେଣ୍ଟ ସରକାର ଗଠନ କରିଥିଲେ । ବିଜେପି ବିରୋଧୀ ଦଳ ଭୂମିକାକୁ ଚାଲିଯାଇଥିଲା । ତେଜସ୍ବୀ ଯାଦବ ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଉତ୍ତର ପ୍ରଦେଶରେ କଂଗ୍ରେସକୁ 11 ଆସନ ଛାଡିଲା ସମାଜବାଦୀ ପାର୍ଟି, ଅଖିଳେଶ କଲେ ଘୋଷଣା

ହେଲେ ସେତେବେଳେ ପରବର୍ତ୍ତୀ ସମୟରେ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ଛାଡିବା ନେଇ ଆରଜେଡି ପକ୍ଷରୁ ସର୍ତ୍ତ ରଖାଯାଇଥିଲା ବୋଲି ଶୁଣିବାକୁ ମିଳିଥିଲା । ଏବେ ଗତ କିଛି ମାସ ହେବ ଲାଲୁଙ୍କ କ୍ୟାମ୍ପରୁ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ବାରମ୍ବାର ଚାପ ସୃଷ୍ଟି କରାଯାଉଥିଲା ଓ ଏହା ନୀତିଶଙ୍କୁ ମଞ୍ଜୁର ନଥିବା ମଧ୍ୟ ଶୁଣିବାକୁ ମିଳୁଥିଲା । ଏହି କାରଣ ପାଇଁ ନୀତିଶ ମେଣ୍ଟ ଭାଙ୍ଗି ପୁଣି ବିଜେପି ସମର୍ଥନରେ ସରକାର କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ନିକଟରେ ଏକାଧିକ କାର୍ଯ୍ୟକ୍ରମରେ ନୀତିଶ କୁମାର ମୋଦି ସରକାରଙ୍କୁ ପ୍ରଶଂସା କରିଥିଲେ । ଏହା ସହ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟରେ ମଧ୍ୟ ଖୁସି ନଥିବା ଶୁଣିବାକୁ ମିଳିଥିଲା । ହେଲେ ଗତକାଲି ଠାରୁ ବିହାରରେ ରାଜନୈତିକ ହଲଚଲ ଲାଗି ରହିଥିବା ବେଳେ ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । ହେଲେ ନୀତିଶ ଇସ୍ତଫା ଦେବା ନିଶ୍ଚିତ ବୋଲି ବର୍ତ୍ତମାନର ସ୍ଥିତିରୁ ସ୍ପଷ୍ଟ ଅନୁମେୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details