ଓଡିଶା

odisha

ETV Bharat / politics

ମୟୂରଭଞ୍ଜ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଦେଲା ଆଶା ଭରସା ପାର୍ଟି - Aasha Bharosa Party

Aasha Bharosa Party MP And MLA Candidates: ମୟୂରଭଞ୍ଜ ଲୋକସଭା ସଂସଦୀୟ କ୍ଷେତ୍ର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘଷୋଣା କରିଛି ନୂତନ ଭାବରେ ଗଠିତ ହୋଇଥିବା ଆଶା ଭରସା ପାର୍ଟି । ଜାଣନ୍ତୁ କେଉଁ ଆସନରୁ କାହାକୁ ପ୍ରାର୍ଥୀ କରିଛି ଦଳ ।

ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଆଶା ଭରସା ପାର୍ଟି
ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଆଶା ଭରସା ପାର୍ଟି

By ETV Bharat Odisha Team

Published : Apr 26, 2024, 6:10 PM IST

ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଆଶା ଭରସା ପାର୍ଟି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସହିତ ଜନସାଧାରଣଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରିବାକୁ ଆଗେଇ ଆସିଛି ଉଚ୍ଚ ଶିକ୍ଷିତ ସଦସ୍ୟ ବିଶିଷ୍ଟ 'ଆଶା ଭରସା ପାର୍ଟି' । ଏହି ଦଳ ନୂତନ ଭାବରେ ଗଠିତ ହୋଇଥିବା ବେଳେ ଭାରତର ନିର୍ବାଚନ ଆୟୋଗଙ୍କ ଅନୁମୋଦନ ମିଳିଥିବା ନେଇ ପାର୍ଟିର ସଦସ୍ୟ ପ୍ରକାଶ କରିଛନ୍ତି । ତେବେ ଚଳିତ ନିର୍ବାଚନ ପାଇଁ ପାର୍ଟି ତରଫରୁ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି ।

ଚଳିତ ନିର୍ବାଚନରେ ଆଶା ଭରସା ପାର୍ଟି ପକ୍ଷରୁ ମୟୂରଭଞ୍ଜ ଲୋକସଭା ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରାର୍ଥୀ ଭାବେ କାହ୍ନୁ ଚରଣ ଟୁଡୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି । କାହ୍ନୁ ଚରଣ ଟୁଡୁ ପୂର୍ବରୁ କାନାରା ବ୍ୟାଙ୍କରେ ଡେପୁଟି ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାର 9ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବା ପାଇଁ ଘୋଷଣା କରିବା ସହିତ 6ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇଛି ଆଶା ଭରସା ପାର୍ଟି । ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ଗୋବିନ୍ଦ ଚନ୍ଦ୍ର ସୋରେନ, ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଶେଖର ଚନ୍ଦ୍ର ମାହାଲି, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଇଂ ସାଲଖୁ ମାଝୀ, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ସୁରେନ୍ଦ୍ର ନାଥ ହାଁସଦା, ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ମିନାକ୍ଷୀ ମୁର୍ମୁ ଓ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ରଞ୍ଜିତା ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଛି ଆଶା ଭରସା ପାର୍ଟି । ତେବେ କରଞ୍ଜିଆ, ବଡ଼ସାହି ଓ ମୋରୋଡା ନିର୍ବାଚନ ମଣ୍ଡଳୀ ପାଇଁ ଯଥାଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ ବୋଲି କହିଛି ଦଳ ।

ଏହା ମଧ୍ୟ ପଢ଼ନ୍ତୁ...ମୟୂରଭଞ୍ଜର 8 ବିଧାନସଭା ଆସନରେ ଆସିଲା କଂଗ୍ରେସ ପ୍ରାର୍ଥୀଙ୍କ ନାମ, ଏଥର ଖାତା ଖୋଲିପାରିବ ତ ଦଳ ? - Mayurbhanj Assembly Constituency

ତେବେ ଆଶା ଭରସା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ କୁହାଯାଇଛି ଯେ, କେନ୍ଦ୍ରର ୧୦ ବର୍ଷର ବିଜେପି ସରକାର ଓ ରାଜ୍ୟର ୨୫ ବର୍ଷର ବିଜେଡି ସରକାର ମୟୂରଭଞ୍ଜ ଜିଲ୍ଲାକୁ ପ୍ରତିଟି କ୍ଷେତ୍ରରେ ଅବହେଳିତ କରିଛନ୍ତି । ଉଭୟ ସରକାରଙ୍କୁ ହଟାଇବା ସହିତ ମୟୂରଭଞ୍ଜ ପରି ଉପାନ୍ତ ଜିଲ୍ଲାରୁ ଚଳିତ ନିର୍ବାଚରେ କଡ଼ା ଜବାବ ଦିଆଯିବ । ଆଶା ଭରସା ପାର୍ଟିରେ ଉଚ୍ଚ ଶିକ୍ଷିତ ସଦସ୍ୟମାନେ ରହିଥିବା ବେଳେ ଦଳ ଦୀର୍ଘ ସମୟ ଧରି ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରି ଆସୁଅଛି । ବିଶେଷ କରି ଗରିବ, ଖଟିଖିଆ ଓ ଅନୁସୂଚିତ ବର୍ଗର ଲୋକଙ୍କୁ ଶୋଷଣ ଓ ପ୍ରତାରଣାରୁ ରକ୍ଷା କରିବା ଆଶା ଭରସା ପାର୍ଟିର ମୂଳ ଉଦ୍ଦେଶ୍ୟ ରହିଛି ।

ତେବେ ଆଶା ଭରସା ପାର୍ଟି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ଧନଞ୍ଜୟ ହେମ୍ବ୍ରମ, ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ କାହ୍ନୁ ଚରଣ ଟୁଡୁ, ରଞ୍ଜିତା ହେମ୍ବ୍ରମ, ମିନାକ୍ଷୀ ମୁର୍ମୁ, ଶେଖର ଚନ୍ଦ୍ର ମାହାଲି, ସୁରେନ୍ଦ୍ର ନାଥ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details