ଓଡିଶା

odisha

ETV Bharat / politics

ବିଜେଡିରେ ଟିକେଟ୍‌ କସରତ, ସମର୍ଥକଙ୍କୁ ନେଇ ନବୀନ ନିବାସ ପହଞ୍ଚିଲେ ସାଂସଦ ରମେଶ ମାଝୀ - ବିଜେଡିରେ ଟିକେଟ୍‌ କସରତ

Nabarangpur MP Ramesh Majhi: ଟିକେଟ କସରତ ମଧ୍ୟରେ ନବୀନ ନିବାସରେ ପହଞ୍ଚିଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ । ନିଜର ସମର୍ଥକଙ୍କ ସହ ଆସି ନବୀନ ନିବାସ ପହଞ୍ଚିଲେ । କହିଲେ କେଉଁଠୁ ଲଢ଼ିବି ଦଳକୁ ଜଣାଇଛି । ଅଧିକ ପଢ଼ନ୍ତୁ

ନବୀନ ନିବାସ ପହଞ୍ଚିଲେ ସାଂସଦ ରମେଶ ମାଝୀ
ନବୀନ ନିବାସ ପହଞ୍ଚିଲେ ସାଂସଦ ରମେଶ ମାଝୀ

By ETV Bharat Odisha Team

Published : Feb 27, 2024, 10:54 PM IST

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ଦଳରେ ଟିକେଟକୁ ନେଇ ଅଙ୍କକଷା ମଧ୍ୟ ସେତିକି ଜୋର ଧରିଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଏବେ ନବୀନ ନିବାସ ମୁହାଁ ନେତା । ଶାସକ ଦଳରୁ ଟିକେଟ ହାତେଇବାକୁ ନେଇ ବଡ଼ ବଡ଼ ନେତାମାନେ ମଧ୍ୟ କସରତ ଆରମ୍ଭ କରିଛନ୍ତି । ଏହାରି ଭିତରେ ଆଜି ନବୀନ ନିବାସ ଆସିଥିଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ । ନିଜର ସମର୍ଥକଙ୍କ ସହ ଆସି ନବୀନ ନିବାସ ପହଞ୍ଚିଥିଲେ ଏହି ଟାଣୁଆ ଆଦିବାସୀ ନେତା । ବିଧାନସଭା ହେଉ କି ଲୋକସଭା, କେଉଁଠି ଲଢ଼ିବି ଦଳକୁ ଜଣାଇ ସାରିଛି ବୋଲି ସେ କହିଛନ୍ତି । ତେବେ ପାର୍ଟି ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସାଂସଦ ରମେଶ ମାଝୀ ।

ଟିକେଟ୍‌ କସରତ ନେଇ ନବୀନ ନିବାସ ଆସିଥିବା ନବରଙ୍ଗପୁର ସାଂସଦ ରମେଶ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, "ଯେହେତୁ ବିଜେଡିର ଲୋକପ୍ରିୟତା ରହିଛି, ତେଣୁ ଅନେକ ଲୋକ ଆଶାୟୀ ରହିବା ସ୍ବାଭାବିକ । ସେଥିପାଇଁ ଅନେକ ଲୋକ ଆସି ଆବେଦନ କରୁଛନ୍ତି । ମୁଁ ମଧ୍ୟ ବିଧାନସଭା କି ଲୋକସଭା ଲଢ଼ିବି, ସେନେଇ ଦଳକୁ ଜଣାଇ ସାରିଛି । ପାର୍ଟି ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାହା ସର୍ବମାନ୍ୟ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ, ଗୋଟିଏ ନିର୍ବାଚନ ମଣ୍ଡଳୀରେ ଏକାଧିକ କାର୍ଯ୍ୟକ୍ରମ

ତେବେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ନବରଙ୍ଗପୁର ରାଜନିତୀ ଏବେ ବେଶ ଚଳଚଞ୍ଚଳ । ନବରଙ୍ଗପୁରରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ପ୍ରଦୀପ ମାଝୀ । ପ୍ରଦୀପ ଏକଦା ନବରଙ୍ଗପୁର ତଥା ଦକ୍ଷିଣ ଓଡ଼ିଶାର ଜଣେ ଆଗଧାଡ଼ିର ଆଦିବାସୀ ନେତା ଭାବେ ବେଶ ଦବଦବା ରଖିଥିଲେ । ଆଦିବାସୀ ଅଧ୍ୟୁଷିତ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ ପ୍ରଦୀପଙ୍କର ପ୍ରତିଷ୍ଠା ରହିଛି । ପ୍ରଦୀପ ଗତ 2019 ନିର୍ବାଚନରେ କଂଗ୍ରେସରୁ ସାଂସଦ ଭାବେ ଲଢ଼ିଥିଲେ । ତେବେ ବିଜେଡି ପ୍ରାର୍ଥୀ ରମେଶ ମାଝୀଙ୍କ ଠାରୁ ପ୍ରଦୀପ ହାରି ଯାଇଥିଲେ । ଏହାପରେ ପ୍ରଦୀପ ହାତ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ସେତେବେଳେ କୁହାଯାଉଥିଲା ରାଜ୍ୟସଭା ଯିବା ଆଶାରେ ପ୍ରଦୀପ ବିଜେଡିରେ ମିଶିଛନ୍ତି । କିନ୍ତୁ ସେପରି କିଛି ହେଲାନାହିଁ । ଏଥର ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ସୁପ୍ରିମୋ କାହା ଉପରେ ଭରସା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details