ଭୁବନେଶ୍ବର: ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ଅଭିଜ୍ଞ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ମେଣ୍ଟକୁ ନେଇ ସେ କହିଛନ୍ତି ‘‘ଆଗରୁ ବିଜେପି ବିଜେଡି ଲିଭଇନରେ ଥିଲେ ଏବେ ମ୍ୟାରେଜ ରେଜିଷ୍ଟ୍ର ହେଉଛି । ଯାହା ରାଜ୍ୟର ବୃହତ ସ୍ବାର୍ଥକୁ ଏକ ଅସ୍ବାଭାବିକ ସ୍ଥିତିକୁ ନେଉଥିବା ବେଳେ ସେମାନଙ୍କ ସମ୍ପର୍କ କିନ୍ତୁ ସ୍ପଷ୍ଟ ହୋଇଛି ।’’
ଦୁଇ ଦଳର ମେଣ୍ଟକୁ ନେଇ ସେ କହିଛନ୍ତି ‘‘ଆଲୋଚନା ଚର୍ଚ୍ଚା ଚାଲିଛି ରାଜ୍ୟରେ ବିଜେପି ବିଜେଡିର ମେଣ୍ଟକୁ ନେଇ ହେଲେ ମେଣ୍ଟ ଆଗ ହୋଇସାଛି । ମେଣ୍ଟ ହୋଇଗଲେ ଅସଲ ବିରୋଧୀ ଦଳର ଆବିର୍ଭାବ ହୋଇପାରିବ କାରଣ ଗଣତନ୍ତ୍ରଣରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଦରକାର । ବର୍ତ୍ତମାନ ବିରୋଧୀ ଦଳ କହିଲେ ବିଜେପିକୁ ବୁଝାଉଛି ଯେହେତୁ ବିଜେଡି ସରକାରରେ ଅଛି । ଏହି ଦଳ କେତେ ବିରୋଧ କରୁଛି ବର୍ତ୍ତମାନର ସ୍ଥିତିକୁ ଦେଖି ଅନୁଭବ କରାଯାଇ ହେବ। ଉଭୟ ଉଭୟଙ୍କ କଥାରେ କିଭଳି ହଁ ମାରୁଛନ୍ତି ଏବଂ ପରଦା ପଛରେ ଦୋସ୍ତି ଓ ପରଦା ବାହାରେ ସଲାକୁସ୍ତି ତାହା ଆଉ ହେବ ନାହିଁ । ଏଥିରୁ ଓଡ଼ିଶାବାସୀଙ୍କୁ ମୁକ୍ତି ମିଳିଯିବ । ଯଦିଓ ବିରୋଧୀ ଦଳ ଭାବେ କଂଗ୍ରେସ ସ୍ଥିତି ଭଲ ନାହିଁ ପରିସ୍ଥିତି ଉପୁଜିଲେ ନୂଆ ନୂଆ ଦଳ ମଧ୍ୟ ବାହାରିବେ ଆଉ ଗୋଟେ ସଶକ୍ତ ବିରୋଧୀ ଦଳ ରାଜ୍ୟ ପାଇବ ।’’