ଓଡିଶା

odisha

ETV Bharat / politics

ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ,'ଦଳରେ ମିଶିବେ ବିଜେଡିର ୨୭ ବିଧାୟକ' - BJD MLA IN BJP LINK

ବିଜେପିରେ ମିଶିବା ପାଇଁ ବିଜେଡିର ୨୭ ବିଧାୟକ ପ୍ରସ୍ତୁତ ଥିବା କହିଛନ୍ତି ବିଧାୟକ ସରୋଜ ପାଢୀ । ଅନ୍ୟପଟେ ବାଲେଶ୍ୱରରେ ବିଜେଡି ପକ୍ଷରୁ 'ଜନ ସମ୍ପର୍କ ପଦଯାତ୍ରା' ଅନୁଷ୍ଠିତ ହୋଇଛି ।

BJD BJP CONTROVERSY
BJD BJP CONTROVERSY (ETV Bharat Odisha)

By ETV Bharat Odisha Team

Published : Nov 5, 2024, 8:49 PM IST

Updated : Nov 5, 2024, 9:08 PM IST

ଭୁବନେଶ୍ବର/ବାଲେଶ୍ବର:ବିଜେଡି ନେତା ମୁନ୍ନା ଖାଁଙ୍କ ବୟାନ ପରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ଦଳ ଅଦଳବଦଳ ଚର୍ଚ୍ଚାକୁ ନେଇ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବଡ ବୟାନ । ସେ କହିଛନ୍ତି,"ବିଜେପିରେ ମିଶିବେ ବିଜେଡିର ୨୭ଜଣ ବିଧାୟକ । ଆମ ସହ ଯୋଗାଯୋଗରେ ଅଛନ୍ତି । ଆମ ଦଳର ନେତୃତ୍ୱ ସହ ଆଲୋଚନା କରୁଛନ୍ତି ।"ସେପଟେ ବାଲେଶ୍ବରେ ବିଜେଡ଼ି ପକ୍ଷରୁ ଆୟୋଜନ ହୋଇଛି 'ଜନ ସମ୍ପର୍କ ପଦଯାତ୍ରା' ।

BJD MLA IN BJP LINK (ETV Bharat Odisha)

'ବିଜେପିରେ ମିଶିବେ ବିଜେଡିର ୨୭ ବିଧାୟକ':

ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି,"ବିଜେଡିର ୨୭ ବିଧାୟକ ବିଜେପିରେ ମିଶିଲେ ଦଳ ତାଙ୍କୁ ସ୍ୱାଗତ କରିବ । ସେମାନଙ୍କୁ କେଉଁ ଦାୟିତ୍ୱ ଦିଆଯିବ ସେନେଇ ଦଳର ନେତୃତ୍ୱ ନିଷ୍ପତ୍ତି ନେବେ । ବିଜେଡି ଏବେ ବିଗ୍ ଜିରୋ । ସେମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ବିଜେଡିର ଆଉ ଭବିଷ୍ୟତ ନାହିଁ । ବିଜେଡି ଏକ କ୍ଷେତ୍ରୀୟ ଦଳ, ବିଜେପି ଏକ ବିଶାଳ ଜାତୀୟ ପାର୍ଟି ।"

'ମୁନ୍ନା ଖାଁ ନିଜର ସ୍ଥିତି ଜାଣିନାହାନ୍ତି':

ସେ ଆହୁରି ମଧ୍ୟ କହଛନ୍ତି," ବିଜେଡି ଆଉ ରହିବନି । ଖାଲି ବିଧାୟକ ନୁହନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ । ମୁନ୍ନା ଖାଁ ନିଜର ସ୍ଥିତି ଜାଣି ନାହାନ୍ତି । କେହି ବିଜେପି ଛାଡ଼ି ବିଜେଡି ଯିବେନି । ସେ ଜାଣି ନାହାନ୍ତି କି ୧୪ ବିଧାୟକ ଗଲେ ଦଳ ବଦଳ ଆଇନ ଲାଗୁ ହେବ । କିନ୍ତୁ ୨୭ ଆସିଲେ କୌଣସି ଆଇନ ଲାଗୁ ହେବ ନାହିଁ ।"

ଏମିତି କହିଥିଲେ ବିଜେଡି ସାଂସଦ ମୁନ୍ନା ଖାଁ :

ପ୍ରକାଶ ଯୋଗ୍ୟ, ବିଜେଡି ସାଂସଦ ମୁନ୍ନା ଖାଁ ବିଜେପିର ୧୪ ଜଣ ବିଧାୟକ ବିଜେଡ଼ିରେ ମିଶିବେ ବୋଲି କହିଥିଲେ । ଆଗକୁ ବିଜେଡି ସରକାର ଗଢ଼ିବ , ବିଜେପିର ବହୁ ବିଧାୟକ ବିଜେଡି ସହ ଯୋଗାଯୋଗରେ ଅଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ ।ତେବେ ଏହାକୁ କଟାକ୍ଷ କରି ଆଜି ବିଜେପି ବିଧାୟକ ଏଭଳି କହିଛନ୍ତି ।

ସୂଚନା ଥାଉ କି, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ୭୧ ଜଣ ବିଧାୟକ ନିର୍ବାଚିତ ହୋଇଥିବାବେଳେ ବିଜେଡିର ୫୪ ଜଣ ବିଧାୟକ ଏବଂ କଂଗ୍ରେସର ୧୪ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡି ସରକାରକୁ ଗଲା ପରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଦୁଇ ଜଣ ରାଜ୍ୟସଭା ସାଂସଦ । ମମତା ମହନ୍ତ ଏବଂ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ମୁନ୍ନା ଖାନଙ୍କ ବୟାନ ପରେ ତେଜିଲା ରାଜନୀତି: ଜୟ ନାରାୟଣଙ୍କ ଜବାବ, '2029 ସୁଦ୍ଧା ବିଜେଡି ମୂଳପୋଚ୍ଛ ହୋଇଯିବ'

ଏହା ମଧ୍ୟ ପଢନ୍ତୁ ... କ୍ଷମତାକୁ ଫେରିବାକୁ 5ବର୍ଷ ଅପେକ୍ଷା କରିବାକୁ ପଡିବନି କହିଲେ ମୁନ୍ନା ଖାନ, ବିଜେପି କହିଲା, ରାଜନୀତି ଜଣାନାହିଁ

ବିଜେଡିର ଜନ ସମ୍ପର୍କ ପଦଯାତ୍ରା:

ଅନ୍ୟପଟେ ଲୋକଙ୍କ ନିକଟତର ହେବାକୁ ବିଜେଡି ପ୍ରଚେଷ୍ଟା ଜାରି ରଖିଛି । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ 'ଜନ ସମ୍ପର୍କ ପଦଯାତ୍ରା' ଅନୁଷ୍ଠିତ ହୋଇଯାଇଛି । ସହରର ମିଶନ ପଡ଼ିଆଠାରୁ ଶୋଭାଯାତ୍ରାରେ ବାହାରି ଗାନ୍ଧିସ୍ମୃତି ଭବନ ନିକଟରେ ପହଞ୍ଚିଥିଲେ ଦଳୀୟ କର୍ମୀ । ସେଠାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ବିରୋଧୀ ଗର୍ଜିଥିଲା ବିଜେଡି । ବିଜେପି ସରକାର କେବଳ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ କରିଛି ବିଜେଡି । ଏହି ଜନ ସମ୍ପର୍କ ପଦଯାତ୍ରାରେ ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନିଜର ପ୍ରତିକ୍ରିୟାରେ କହିଛନ୍ତି," ଆଜି ବିଶାଳ ପଦଯାତ୍ରା ହଜାର ହଜାର ସଂଖ୍ୟାରେ ବିଜେଡି ସମର୍ଥକ ଲୋକମାନେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଯେଉଁ ପ୍ରତିଶ୍ରୁତି ଦେଇ ମିଥ୍ୟା ସରକାର ଆସିଛି ତାକୁ ଜନସାଧାରଣ ନିଶ୍ଚିତ ଭାବେ ତାଙ୍କ ବାଟ ଦେଖାଇ ଦେବେ । "

ଇଟିଭି ଭାରତ, ଭୁବନେଶ୍ବର/ ବାଲେଶ୍ବର

Last Updated : Nov 5, 2024, 9:08 PM IST

ABOUT THE AUTHOR

...view details