ହାଇଦ୍ରାବାଦ:ଦେଶରେ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି ସକାଳୁ ଆରମ୍ଭ ହୋଇଥିବା ଗଣତିରେ ସମସ୍ତ 542 ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସ୍ପଷ୍ଟ ହୋଇସାରିଛି । ଟ୍ରେଣ୍ଡ ଅନୁସାରେ, ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ସଂଖ୍ୟା ବହୁମତ ଅତିକ୍ରମ କରିସାରିଛି । ଏବେ ସୁଦ୍ଧା ‘ଏନଡିଏ’ 294 ଆସନରେ ଆଗରେ ରହିଛି । ବିଭିନ୍ନ ରାଜ୍ୟର ବିଭିନ୍ନ ଆସନରେ ବିଜେପି ଓ ସହଯୋଗୀ ଦଳର ପ୍ରାର୍ଥୀମାନେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଠାରୁ ଆଗରେ ରହିଛନ୍ତି । କେନ୍ଦ୍ରରେ ସଂଖ୍ୟା ବହୁମତ ପାଇଁ 272 ଆସନ ଆବଶ୍ୟକ ଥିବା ବେଳେ ଏବେ ସୁଦ୍ଧା ‘ଏନଡିଏ’ ପ୍ରାୟ 3ଶହ ଆସନରେ ଆଗରେ ରହିଛି । ଯଦି ଟ୍ରେଣ୍ଡର ଏହି ଧାରା ଅପରାହ୍ନ ପର୍ଯ୍ୟନ୍ତ ଜାରି ରହେ, ତେବେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ତୃତୀୟ ଥର ସରକାର କରିବା ଏକପ୍ରକାର ସ୍ପଷ୍ଟ ହୋଇଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରୁ, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗାନ୍ଧୀନଗରରୁ ଅମିତ ଶାହ, ଆମେଠିରୁ ସ୍ମୃତି ଇରାନୀ, ଥିରଅନନ୍ତପୁରମରୁ ରାଜୀବ ଚନ୍ଦ୍ରଶେଖର, ନାଗପୁରରୁ ନୀତିନ ଗଡକରୀ, କର୍ଣ୍ଣାଟକ ଧରଓ୍ବାଡରୁ ପ୍ରହ୍ଲାଦ ଯୋଶୀ ଓ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭଲ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଆଗରେ ଚାଲିଛନ୍ତି । ଏକାଧିକ ହାଇ ପ୍ରୋଫାଇଲ ଆସନରେ ବିଜେପି ପ୍ରାର୍ଥୀଙ୍କ ସହ କଂଗ୍ରେସ ପ୍ରାର୍ଥୀଙ୍କ ଟକ୍କର ହେଉଛି ।
‘ଏନଡିଏ’ ଏଥର 4ଶହ ପାର କରି କେନ୍ଦ୍ରରେ ତୃତୀୟ ପାଳିର ସରକାର କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମେଣ୍ଟ ପ୍ରାୟ 3 ଶହ ଆସନ ନିକଟବର୍ତ୍ତୀ ସହ ଆଗରେ ରହିଛି । ବିଜେପି ଗୁୁଜୁରାଟରେ ଗୋଟିଏ ଆସନରେ ଅପ୍ରଦ୍ବନ୍ଦ୍ବୀ ଭାବେ ବିଜୟ ହାସଲ କରିଥିବାରୁ ଏବେ 542 ଆସନରେ ଭୋଟ ଗଣତି ହେଉଛି । ଦଳ ଦକ୍ଷିଣ-ରାଜ୍ୟ ତାମିଲନାଡୁ ଓ କେରଳରେ ମଧ୍ୟ ଖାତା ଖୋଲିବାର ସମ୍ଭବନା ରହିଛି ।
ଓଡିଶାରେ ପରିବର୍ତ୍ତନ: