ETV Bharat / technology

ଅଧିକ ଡାଟା ବ୍ୟବହାର କରୁଛନ୍ତି କି ? BSNL ଆଣିଲା ଶସ୍ତା ଡାଟା ପ୍ଲାନ - BSNL AFFORDABLE DATA PACK PLANS

ଯଦି ଆପଣ ପ୍ରତିଦିନ ଅଧିକ ଡାଟା ବ୍ୟବହାର କରୁଛନ୍ତି, ତେବେ ବିଏସଏନଏଲ ଏକ ସୁଲଭ ମୂଲ୍ୟର ପ୍ଲାନ ଆଣିଛି । କେତେ ଓ କଣ ସୁବିଧା ମିଳିବ ଜାଣନ୍ତୁ...

BSNL brings Two budget friendly Data pack plans
BSNL brings Two budget friendly Data pack plans (File Photo)
author img

By ETV Bharat Tech Team

Published : Jan 15, 2025, 4:48 PM IST

ହାଇଦ୍ରାବାଦ: ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଅଧିକ ଡାଟା ବ୍ୟବହାରକାରୀ ୟୁଜରଙ୍କ ଲାଗି ଦୁଇଟି ସୁଲଭ ମୂଲ୍ୟର ପ୍ଲାନ ଆଣିଛି । ଯେଉଁମାନେ ପ୍ରତିଦିନ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ବେଶ ଉପକୃତ ହେବେ । ଏହି ରିଚାର୍ଜ କଲେ ଡାଟା ବ୍ୟତୀତ ସେମାନେ ଅତିରିକ୍ତ ସୁବିଧା ମଧ୍ୟ ପାଇପାରିବେ । ଅନ୍ୟ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀ ତୁଳନାରେ ବିଏସଏନଏଲର ଏହି ପ୍ଲାନ ବେଶ ଶସ୍ତା ଅଛି ।

କମ୍ପାନୀ 30 ଦିନ ଲାଗି RS 125 ପ୍ଲାନ ଓ 84 ଦିନ (ପାଖାପାଖି 2.5 ମାସ) ଲାଗି Rs 628 ରିଚାର୍ଜ ପ୍ଲାନ ଆଣିଛି । ଅଲ୍‌-ଇନ୍‌-ୱାନ ଭାବରେ ଯେଉଁମାନେ ଗୋଟିଏ ପ୍ଲାନରେ ମନୋରଞ୍ଜନ ସହିତ ସୁଲଭ ମୂଲ୍ୟରେ କନେକ୍ଟିଭିଟି ପାଇବାକୁ ଚାହୁଁଛନ୍ତି, ସେମାନେ ଲାଭବାନ ହୋଇପାରିବେ ।

Rs 215 ପ୍ଲାନ

ଯେଉଁମାନେ କେବଳ ମାସେ ପାଇଁ ଅଧିକ ଡାଟାର ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ବିଏସଏନଏଲର ଏହି ସୁଲଭ ମୂଲ୍ୟର ପ୍ଲାନ ବେଶ ଲାଭଦାୟକ ହେବ ।

  • ଏହି ପ୍ଲାନ 30 ଦିନ ଲାଗି ବୈଧ ଅଟେ ।
  • ପ୍ରତିଦିନ 2GB ହାଇ-ସ୍ପିଡ ଡାଟା
  • ଅନଲିମିଟେଡ୍‌ ଭଏସ କଲ୍‌
  • ପ୍ରତିଦିନ ମାଗଣା 100SMS

Rs 628 plan

  • ଏହି ପ୍ଲାନର ବୈଧତା 84ଦିନ ପାଇଁ ରହିଛି ।
  • ପ୍ରତିଦିନ 3GB ହାଇ-ସ୍ପିଡ ଡାଟା (84ଦିନ ମଧ୍ୟରେ 252GB ଡାଟା)
  • ଅନଲିମିଟେଡ କଲିଂ
  • ଫ୍ରି ରୋମିଂ

ସୁଲଭ ମୂଲ୍ୟ ଏବଂ ଅଧିକ ଲାଭ ସହିତ BSNL ସୁଲଭ ଏବଂ ନିର୍ଭରଯୋଗ୍ୟ ଟେଲିକମ୍ ସେବା ଖୋଜୁଥିବା ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ଏହା 425 ଦିନିଆ ପ୍ଲାନ ହେଉ କି Rs 215 ଓ Rs 628, ବିଏସଏନଏଲ ଦେଶବ୍ୟାପୀ ୟୁଜରଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରିବାକୁ ଉଦ୍ୟମ ଜାରି ରଖିଛି ।

ଏଠାରେ ଯଦି ଆମେ ଅନ୍ୟ ଟେଲିକମ କମ୍ପାନୀର ବିଏସଏନଏଲ ପରି ରିଚାର୍ଜ ପ୍ଲାନ କଥା ଆଲୋଚନା କରିବା, ତେବେ Airtelର ପ୍ରତିଦିନ 2GB ଡେଟା ପ୍ଲାନର ଦାମ 359ଟଙ୍କା, ଯାହାକି ମାତ୍ର 28 ଦିନ ଲାଗି ବୈଧ ଅଟେ । ସେହିପରି Jioର ପ୍ରତିଦିନ 2GB ଡାଟା ପ୍ରଦାନ କରୁଥିବା ପ୍ଲାନର ଦାମ 349 ଟଙ୍କା ରହିଛି ।

ଏହା ବି ପଢନ୍ତୁ
  1. ଦୁଇ ପ୍ଲାନର Validity ବଢାଇଲା BSNL; ପ୍ରତିଦିନ ₹5ରୁ ହେବ କମ୍‌ ଖର୍ଚ୍ଚ
  2. ଖୁବଶୀଘ୍ର 3G ସେବା ବନ୍ଦ କରିବ BSNL; ଜାନୁଆରୀ 15ରୁ ପାଟନାରୁ ଆରମ୍ଭ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.