ବାରାଣସୀ: ‘ନା ମୁଝେ କୋଇ ଭେଜା ହୈ.. ନା ମେଁ ୟାହାଁ ଆୟା ହଁଁ, ମୁଝେ ତୋ ମା’ ଗଙ୍ଗା ନେ ବୁଲାୟା ହୈ...’। 2014 ରେ ଯେତେବେଳେ ନରେନ୍ଦ୍ର ମୋଦି ଗୁଜୁରାଟ ରାଜନୀତିରୁ ଜାତୀୟ ରାଜନୀତିରେ ପ୍ରବେଶ କରି ପ୍ରଥମ ଥର ଉତ୍ତର ପ୍ରଦେଶ ବାରାଣସୀରୁ ସଂସଦୀୟ ନିର୍ବାଚନ ଲଢୁଥିଲେ, ଏହିି ଉକ୍ତିଟି ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ସାମ୍ନାକୁ ଆସିଥିଲା । ହେଲେ ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବାରାଣସୀରୁ ନିର୍ବାଚନ ଲଢିଥିବା ମୋଦି 10 ବର୍ଷ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇ ସାରିଛନ୍ତି । 2014 ତୂଳନାରେ ମୋଦିଙ୍କର ବ୍ୟକ୍ତିତ୍ବ ଓ ଲୋକପ୍ରିୟତା ମଧ୍ୟ ବଦଳିଛି । 10ବର୍ଷ ପୂର୍ବେ ଏକ ରାଜନୈତିକ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଥମ ନିର୍ବାଚନ ଲଢିଥିବା ମୋଦି ଏବେ ବିଶ୍ବର ଜଣେ ଜଣାଶୁଣା ରାଷ୍ଟ୍ରମୁଖ୍ୟ ଭାବେ ପରିଚିତ ହୋଇସାରିଛନ୍ତି କହିଲେ ଭୁଲ ହେବନାହିଁ ।ଚଳିତ ନିର୍ବାଚନରେ ମଧ୍ୟ ମୋଦି କ୍ରମାଗତ ତୃତୀୟ ଥର ବାରାଣସୀ ଆସନରୁ ନିର୍ବାଚନ ଲଢୁଛନ୍ତି । ଏଥର ସେ ନୂଆ କିର୍ତ୍ତୀମାନ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଭାରତୀୟ ଜନତା ପାର୍ଟି ଏଥର ମୋଦିଙ୍କୁ ଯଶସ୍ବୀ ତଥା ବିଶ୍ବ ଜନନେତା ଭାବେ ଚିତ୍ରଣ କରି ନିର୍ବାଚନ ଲଢିଛି ।
ବାରାଣସୀ ଆସନ:-ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ସହର ବାରାଣସୀର ହିନ୍ଦୁ ଭୋଟ ଉପରେ ପ୍ରଭାବ ରହିଛି । ଏହି ଚର୍ଚ୍ଚିତ ଆସନରେ ମୋଟ ଆସନର 82 ପ୍ରତିଶତ ହିନ୍ଦୁ ଭୋଟର ରହିଛନ୍ତି । 16 ପ୍ରତିଶତ ମୁସଲିମ୍ ଭୋଟର ମଧ୍ୟ ଏହି ଆସନରେ ରହିଛନ୍ତି । ହିନ୍ଦୁ ଭୋଟରଙ୍କ ମଧ୍ୟରେ ପ୍ରାୟ 12 ପ୍ରତିଶତ ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଭୋଟର ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭୋଟ ବ୍ୟବଧାନ ଗତ ଦୁଇଥରରେ ଢେର ବଢିଛି । ଏଥର ଏହି ବ୍ୟବଧାନ ପ୍ରାୟ 10 ଲକ୍ଷ ପାର କରିବା ବୋଲି ଭାଜପା କହୁଛି । ବାରାଣସୀରେ ମୋଟ ଭୋଟରଙ୍କ ସଂଖ୍ୟା 19,62,821 । ସେଥିମଧ୍ୟରୁ 8,97,343 ମହିଳା ଭୋଟର, 10,65,343 ପୁରୁଷ ଭୋଟର ରହିଛନ୍ତି । 65 ପ୍ରତିଶତ ସହରାଞ୍ଚଳ ଭୋଟର ଥିବା ବେଳେ ଅବଶିଷ୍ଟ 35 ପ୍ରତିଶତ ଗ୍ରାମୀଣ ଭୋଟର ରହିଛନ୍ତି । ମାତ୍ର 0.7 ପ୍ରତିଶତ ହେଉଛନ୍ତି ଦଳିତ ବର୍ଗ ।
2014 ରେ ମୋଦି ପାଇଥିବା ଭୋଟ:-
2024 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ 5,81,022 ଭୋଟ ମିଳିଥିଲା । ଦ୍ବିତୀୟ ସ୍ଥାନରେ ଆମ ଆଦମୀ ପାର୍ଟି ପ୍ରାର୍ଥୀ 2,09,238 ଭୋଟ ପାଇଥିଲେ । ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ପ୍ରାର୍ଥୀ ଅଜୟ ରାୟ 75,614 ଭୋଟ ପାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି 3.37 ପ୍ରତିଶତ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ଏହି ଆସନରେ ମୋଟ 27ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ ।
2019:-