ହାଇଦ୍ରାବାଦ: ବୁଧବାର ରାତିରେ, ଅଭିନେତା ଆମୀର ଖାନଙ୍କ ପୁଅ ଜୁନୈଦ ଖାନ ଏବଂ ଶ୍ରୀଦେବୀଙ୍କ ଝିଅ ଖୁସୀ କପୁର ଅଭିନୀତ ଫିଲ୍ମ 'ଲଭୟାପା' ସ୍କ୍ରିନିଂ ହୋଇଥିଲା । ଏହି ସ୍ୱତନ୍ତ୍ର ସ୍କ୍ରିନିଂରେ ବଲିଉଡର ବରିଷ୍ଠ କଳାକାରମାନେ ଯୋଗ ଦେଇଥିଲେ । ଏହି ସମୟରେ ବଲିଉଡର ତିନି ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତିନି ଖାନଙ୍କୁ ଶେଷ ଥର ପାଇଁ ଅନନ୍ତ ଅମ୍ବାନୀଙ୍କ ବିବାହରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଆମୀର ଖାନଙ୍କ ପୁଅ ଜୁନୈଦଙ୍କୁ ସମର୍ଥନ କରିବାକୁ ଶାହାରୁଖ ଏବଂ ସଲମାନ ଖାନ ସ୍କ୍ରିନିଂରେ ପହଞ୍ଚିଥିବା ବେଳେ ପୁଣି 3 ଖାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଶାହରୁଖ-ସଲମାନ ଯୋଗ ଦେଇଥିଲେ
'ଲଭୟାପା'ର ସ୍ୱତନ୍ତ୍ର ସ୍କ୍ରିନିଂକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ଶାହରୁଖ ଖାନ ଏବଂ ସଲମାନ ଖାନ ମଧ୍ୟ ଯୋଗ ଦେଇଥିଲେ । ଅଭିନେତାମାନେ ପହଞ୍ଚିବା ପରେ ଆମିର ସେମାନଙ୍କୁ ବହୁତ ଉତ୍ସାହର ସହିତ ସ୍ୱାଗତ କରିଥିଲେ । ଆମୀର ଶାହରୁଖ ଏବଂ ସଲମାନଙ୍କ ସହ ପାପାରାଜିଙ୍କ ସାମ୍ନାରେ ପୋଜ୍ ଦେଇଥିଲେ । ଏହି ସମୟରେ ଆମୀର ବ୍ଲାକ ଫ୍ୟାଣ୍ଟ ଏବଂ ବ୍ଲୁ ଜିନ୍ସରେ ନଜର ଆସିଥିବା ବେଳେ ସଲମାନ ଖାନ ବ୍ଲୁ ଜିନ୍ସ, ଗ୍ରୀନ ରଙ୍ଗର ସାର୍ଟ ଏବଂ ଶାହାରୁଖ ବ୍ଲୁ ଜିନ୍ସ ଓ ବ୍ଲାକ ସାର୍ଟରେ ଷ୍ଟାଇଲିସ୍ ଲୁକରେ ନଜର ଆସିଥିଲେ ।
ଏହି ତାରକା ମାନେ ବି ହୋଇଥିଲେ ସାମିଲ
ବରିଷ୍ଠ ଅଭିନେତ୍ରୀ ଜୁହି ଚାୱଲା ମଧ୍ୟ ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗଦେଇଥିଲେ । ଏହି ଅଭିନେତ୍ରୀ ଆମୀର ଖାନଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ସାଉଥ ଅଭିନେତ୍ରୀ ପ୍ରିୟମଣି ଏବଂ ଜାହ୍ନବୀ କପୁର ମଧ୍ୟ ସ୍କ୍ରିନିଂରେ ଯୋଗ ଦେଇଥିଲେ । ଭଉଣୀଙ୍କୁ ସମର୍ଥନ କରିବାକୁ ଆସିଥିବା ଜାହ୍ନବୀ କପୁର ନିଜର ଏବଂ ଖୁସିଙ୍କ ଫଟୋ ଥିବା ଏକ ଟପ୍ ପିନ୍ଧିଥିଲେ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ଏହା ମଧ୍ୟ ପଢନ୍ତୁ: 'ଲଭୟାପା'ର ଟାଇଟଲ୍ ଟ୍ରାକ ରିଲିଜ, ଦେଖିବାକୁ ମିଳିଲା ଜୁନୈଦ ଖାନ-ଖୁସୀ କପୁରଙ୍କ କେମେଷ୍ଟ୍ରି
'ଲଭୟାପା' ବିଷୟରେ କହିବାକୁ ଗଲେ, ସିଦ୍ଧାର୍ଥ ପି. ମଲହୋତ୍ରାଙ୍କ ନିର୍ଦ୍ଦେଶିତ 'ଲଭୟାପା' ଏକ ରୋମାଣ୍ଟିକ ଡ୍ରାମା, ଯେଉଁଥିରେ ଜୁନୈଦ ଖାନଙ୍କ ସହ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ପ୍ରଯୋଜକ ବୋନି କପୁରଙ୍କ ସାନ ଝିଅ ଖୁସୀ କପୁର ଦ୍ୱାରା ଅଭିନୀତ । ଫିଲ୍ମର କାହାଣୀ ଏକ ଅସାଧାରଣ ପରିସ୍ଥିତି ଉପରେ ଗତି କରେ ଯେଉଁଥିରେ ଜଣେ ଝିଅର ବାପା ତାଙ୍କ ଝିଅ ଏବଂ ତାଙ୍କ ପ୍ରେମିକଙ୍କୁ ଫୋନ୍ ବଦଳାଇବାକୁ ବାଧ୍ୟ କରନ୍ତି, ଯାହା ସେମାନଙ୍କ ସମ୍ପର୍କରେ ଏକ ନୂତନ ମୋଡ଼ ଆଣେ । 'ଲଭୟାପା' ଏହି ଶୁକ୍ରବାର, ଫେବୃଆରୀ 7 ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ