ଓଡିଶା

odisha

ETV Bharat / politics

ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ, ଆଜି ତିନୋଟି ସ୍ଥାନରେ ରାଲି କରିବେ ପ୍ରଧାନମନ୍ତ୍ରୀ - Lok Sabha Election 2024 - LOK SABHA ELECTION 2024

Lok Sabha Election 2024: ଆଜି ଗୋଟିଏ ଦିନରେ 3ଟି ସ୍ଥାନରେ ନିର୍ବାଚନୀ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ । ଅଧିକ ପଢନ୍ତୁ

PM Modi to campaign in Bihar
PM Modi to campaign in Bihar

By ETV Bharat Odisha Team

Published : Apr 7, 2024, 8:22 AM IST

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତିକି ସରଗରମ ହେଉଛି ପ୍ରଚାର ମଇଦାନ । ଲୋକଙ୍କ ପାଖରେ ପହଞ୍ଚି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ହେବିଓ୍ବେଟ ନେତା । ଲଗାତାର ପ୍ରଚାର ଅଭିଯାନ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ରବିବାର) ବିହାରର ନଓ୍ବାଡା ଓ ପଶ୍ଚିମବଙ୍ଗର ଜଲପାଇଗୁଡିରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ମୋଦି । ଏଥିସହ ମଧ୍ୟପ୍ରଦେଶର ଜବଲପୁରରେ ଏକ ରୋଡ୍ ସୋ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଦିନ ପ୍ରାୟ 1ଟା ସମୟକେ ପ୍ରଧାନମନ୍ତ୍ରୀ ନୱାଡା ଠାରେ ଅନୁଷ୍ଠିତ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ । ଏହାପରେ 3ଟା 15 ମିନିଟରେ ଜଲପାଇଗୁଡିରେ ରାଲି କରିବେ । ଜବଲପୁର ଆସନରେ ଲଢେଇ କରୁଥିହା ବିଜେପି ପ୍ରାର୍ଥୀ ଆଶିଷ ଦୁବେଙ୍କ ପାଇଁ ତାଙ୍କର ସନ୍ଧ୍ୟା 6ଟା 15 ମିନିଟରେ ପ୍ରଧାନମନ୍ତ୍ରୀ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-‘କଂଗ୍ରେସର ଇସ୍ତାହାର ମୁସଲିମ ଲିଗର ବିଚାରଧାରାର ପ୍ରତିଫଳନ, ମିଛ ପ୍ରତିଶୃତିର ବଣ୍ଡଲ’ - PM Modi target Congress Manifesto

ଶନିବାର ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନର ଆଜମେରରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କଂଗ୍ରେସ ଉପରେ ବର୍ଷିଥିଲେ । କଂଗ୍ରେସ ନିର୍ବାଚନୀ ଇସ୍ତାହାର କେବଳ ଏକ ମିଛ, ଏହା କେବଳ ମୁସଲିମ ଲିଗର ଚିନ୍ତାଧାରା ପ୍ରତିଫଳିତ ହୋଇଛି ବୋଲି କହିଥିଲେ ମୋଦି । ଏଥିସହ ଦେଶକୁ ବିଭାଜନ କରିବା ପରି ଇସ୍ତାହାରରେ ଉଦ୍ୟମର ଗନ୍ଧ ଆସୁଛି । ଯେତେବେଳେ ରାଜସ୍ଥାନରେ କଂଗ୍ରେସ ଶାସନରେ ଥିଲା, ସେତେବେଳେ ପ୍ରତିଦିନ ଅପରାଧ ଘଟୁଥିଲା । ଏବେ ବିଜେପି ଶାସନରେ ସେଥିରେ ସୁଧାର ଆସିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ବିଜେପିର ନିର୍ବାଚନୀ ପ୍ରଚାର:

  • ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି (ରବିବାର) ଦିନ ରାତି ପ୍ରାୟ 11: 45 ଏବଂ 2 ଟା ମଧ୍ୟରେ ରାଜସ୍ଥାନର ବିକାନେର ଏବଂ ଝୁଞ୍ଜୁନୁରେ ସାଧାରଣ ସଭା କରିବେ ।
  • ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାମିଲନାଡୁର ବିରୁଧୁନଗର ଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ । ଏହାପରେ ସନ୍ଧ୍ୟା 5ଟା 30ରେ ତିରୁଛିପାଲ୍ଲିରେ ଏକ ରୋଡ ସୋରେ ସାମିଲ ହେବେ ।
  • ବିଜେପି ପ୍ରାର୍ଥୀଙ୍କ ପାଇଁ ଆଜି ରାଜସ୍ଥାନରେ ପ୍ରଚାର କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭରତପୁର, ଦାଉସା ଓ ସିକାର ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ଯୋଗୀ ଆଦିତ୍ୟନାଥ ।
  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଠାରୁ ଦୁଇ ଦିନିଆ ଆସାମ ଗସ୍ତ କରିବେ । ସେଠାରେ ସେ ହୋଜାଇ, ଲକ୍ଷ୍ମୀପୁର ଏବଂ ଗୋହପୁରରେ ଏକ ନିର୍ବାଚନୀ ରାଲିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details